ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍.ଭି. ୩୮ ଗ୍ରାମ ରାଜପଥରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି ।ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ ମାଲକାନଗିରିରୁ ବାଲିମେଳା ଅଭିମୁଖେ ଜଣେ ବ୍ୟକ୍ତି ମୋଟର ସାଇକେଲରେ ଯାଉଥିବା ସମୟରେ ବାଲିମେଳା ପଟୁ ମାଲକାନଗିରି ଅଭିମୁଖେ ଆସୁଥିବା ଗୋଟିଏ ମୋଟର ସାଇକେଲ ମଧ୍ୟରେ ଏମ୍.ଭି. ୩୮ ଗ୍ରାମ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲ ।
ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣଙ୍କୁ ଗୁରତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକତ୍ସାଳୟକୁ ଆଣିଥିଲେ ଗ୍ରାମବାସୀ । ତେବେ ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁଇ ମୃତ ବାଇକ ଆରୋହୀ ହେଲେ ଚିତ୍ରକୋଣ୍ଡା ଆରଏସି-୧୬ ଗ୍ରାମର ସାଧୁରାମ ଖରା ଏବଂ ତରଲାକୋଟା ଗାଁର ଡମୁ ଖେମୁଣ୍ଡୁ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ମାଲକାନଗିରି