ETV Bharat / state

କୁକୁଡା ହାତରେ ହ୍ୟାଣ୍ଡକପ, ଘରକୁ ନେବାକୁ ନାରାଜ ମାଲିକ - ଗଞ୍ଜା ଲଢେଇ ଖବର

ଥାନା ହାଜତରେ ଦୁଇ କୁକୁଡ଼ା । ଏହା ଅଜବ ଲାଗୁଥିଲେ ମଧ୍ୟ ସତ । କିଏ ଦୋଷ କରିବ ଆଉ କିଏ ତାର ଦଣ୍ଡ ଭୋଗିବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ଖମାମ ଜିଲ୍ଲାରେ । ଅଧିକ ପଢନ୍ତୁ...

two Hen mudigonda police custody i
ଗଞ୍ଜା ଲଢେଇ: ମାଲିକ ଖୋଲାସ କିନ୍ତୁ ଜେଲରେ ଦୁଇ କୁକୁଡ଼ା
author img

By

Published : Feb 8, 2021, 7:16 PM IST

Updated : Feb 8, 2021, 8:32 PM IST

ମାଲକାନଗିରି: ଜେଲ ଗଲେ ଦୁଇ କୁକୁଡ଼ା । 25 ଦିନ ହେବ ଜେଲ ଦଣ୍ଡ ଭୋଗୁଛନ୍ତି କୁକୁଡ଼ା । କିଏ ଦୋଷ କରିବ ଆଉ କିଏ ଦଣ୍ଡ ଭୋଗିବ । ଆଜ୍ଞା ହଁ ଆପଣ ଜାଣିଥିବେ ପୃଥିବୀର ଦଣ୍ଡ ଭୋଗିବା ନିୟମ କେବଳ ମଣିଷଙ୍କ ପାଇଁ ତିଆରି ହୋଇଛି । ଏଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ମୁଦିଗଣ୍ଡା ଥାନାରେ । ପୋଲିସ ହେପାଜତର ରହିଛନ୍ତି ଦୁଇ କୁକୁଡା । କୁକୁଡାଙ୍କ ଦେଖାଶୁଣା କରୁଛି ମୁଦିଗଣ୍ଡା ପୋଲିସ ।

କୁକୁଡା ହାତରେ ହ୍ୟାଣ୍ଡକପ, ଘରକୁ ନେବାକୁ ନାରାଜ ମାଲିକ

ତେଲେଙ୍ଗାନା ଖମାମ ଜିଲ୍ଲା ଅନ୍ତର୍ଗତ ବାନାପୁରମ ଗାଁରେ ମକର ସଂକ୍ରାନ୍ତି ପୂର୍ବରୁ ପୋଙ୍ଗଲ ଉପଲକ୍ଷେ କୁକୁଡ଼ା ଲଢେ଼ଇ ଖେଳ ହୁଏ । ଗତ ଜାନୁଆରୀ 10 ତାରିଖରେ ଗଞ୍ଜା ଲଢେଇର ଜୁଆ ଖେଳି ପୋଲିସ ହାତରେ ଧରାପଡିଥିଲେ ଦୁଇ ଜୁଆଡ଼ିଆ । ଏହି ଦୁଇଟି ଗଞ୍ଜା କୁକୁଡ଼ାକୁ ଲଢେଇ କରି ବାଜି ଲଗାଇଥିଲେ ଟଙ୍କା । ଯେଉଁ କୁକୁଡ଼ା ଜିତିବ ସେଇ କୁକୁଡ଼ା ମାଲିକ ବାଜି ଲାଗିଥିବା ଟଙ୍କା ନେବ । ପୋଲିସ ଖବର ପାଇ କୁକୁଡ଼ା ଲଢେ଼ଇ ସ୍ଥଳରେ ଚଢ଼ାଉ କରିଥିଲା । ପୋଲିସ ହାତରେ ଧରାପଡିଥିଲେ ଲଢେଇ ଲାଗୁଥିବା ଦୁଇ କୁକୁଡ଼ା ଆଉ ଜୁଆଡ଼ି । ଏହାପରେ ପୋଲିସ ଦୁଇଜଣକୁ କୋର୍ଟ ଚାଲାଣ କରିଥିଲେ । ଜାମିନରେ ଦୁଇ ଜୁଆଡ଼ି ଜେଲରୁ ମୁକୁଳିଥିଲେ ସୁଦ୍ଧା ଦୁଇ କୁକୁଡ଼ାଙ୍କୁ କିନ୍ତୁ ଜାମିନରେ କେହି ଆଣିବାକୁ ନାରାଜ ।

ନିରୀହ ପକ୍ଷୀ ନିଜ ଜୀବନକୁ ଦାଉ ଲଗେଇ ମାଲିକର ପକେଟ ଗରମ କରୁଥିଲେ । କିନ୍ତୁ ଏବେ ଦୁଇ କୁକୁଡା ଅଲୋଡ଼ା ହୋଇଯାଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଇ କୁକୁଡ଼ାକୁ ନିଲାମ କରାଯିବା ନେଇ ପୋଲିସ କହିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

Last Updated : Feb 8, 2021, 8:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.