ETV Bharat / state

ଦାନ୍ତେୱାଡାରେ ଏନକାଉଣ୍ଟର, ଦୁଇ ହାର୍ଡକୋର ମାଓବାଦୀ ନିହତ

author img

By

Published : Mar 20, 2021, 8:57 PM IST

ଡିଆରଜି ଯବାନଙ୍କ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ । ଦାନ୍ତେୱାଡା ଜିଲ୍ଲାର ବଡେଗୁଡରା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଘଟିଛି ଗୁଳି ବିନିମୟ । ଅଧିକ ପଢନ୍ତୁ...

ଡିଆରଜି ଯବାନଙ୍କ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ ଦାନ୍ତେୱାଡା ପୋଲିସକୁ ବଡ ସଫଳତା । ଡିଆରଜି ଯବାନଙ୍କ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ । ଦାନ୍ତେୱାଡା ଜିଲ୍ଲାର ବଡେଗୁଡରା ଜଙ୍ଗଲରରେ ଶନିବାର ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ବେଳେ ପୋଲିସକୁ ଏହି ସଫଳତା ମିଳିଛି ।

ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମାଡଡଚ୍ଚି ହଡମା । ସେ କଟେକଲ୍ୟାଣ ଏରିଆ କମିଟି ମାଓ ସଙ୍ଗଠନର ଡେପୁଟି କମାଣ୍ଡେଣ୍ଟ । ପୂର୍ବରୁ ତା' ମୁଣ୍ଡ ଉପରେ 3 ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ସେହିପରି ଅନ୍ୟ ଜଣେ ହେଲା ଦୁସରା ଆଇତା । ସେ ମିଲେସିଆ କମାଣ୍ଡର ଭାବେ କାମ କରୁଥିଲା । ତା' ମୁଣ୍ଡରେ ମଧ୍ୟ ଏକ ଲକ୍ଷ ଟଙ୍କାର ପୁରସ୍କାର ରହିଥିବା ଜଣାପଡିଛି ।

ସେପଟେ ପୋଲିସର ସର୍ଚ୍ଚ ଅପରେସନ ବେଳେ ଘଟଣାସ୍ଥଳରୁ ଗୋଟିଏ 5 ଅଫୁଟା ଟିଫିନ ବୋମା, ଦୁଇଟି ବନ୍ଧୁକ ସହ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ତେବେ ଅଧିକ ମାଓବାଦୀ ମୃତାହତ ହୋଇଥିବା ଆଶଙ୍କାରେ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । ଏନେଇ ଦାନ୍ତେୱାଡା ଏସପି ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.