ETV Bharat / state

ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - ମାଲକାନଗିରି ଯୁବକ ଯୁବତୀଙ୍କ ମୃତଦେହ ଖବର

ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଗୁମ୍ଫାକୋଣ୍ଡା ପଞ୍ଚାୟତ କାନାଗୁଡା ଗ୍ରାମ କେନାଲ ନିକଟବର୍ତ୍ତୀ ଜଙ୍ଗଲ ଭିତରେ ଆଜି(ସୋମବାର) ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

author img

By

Published : Feb 21, 2022, 4:35 PM IST

ମାଲକାନଗିରି: କାଲିମେଳା ଥାନା ଅନ୍ତର୍ଗତ ଗୁମ୍ଫାକୋଣ୍ଡା ପଞ୍ଚାୟତ କାନାଗୁଡା ଗାଁ କେନାଲ ନିକଟବର୍ତ୍ତୀ ଜଙ୍ଗଲ ଭିତରେ ଆଜି(ସୋମବାର) ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ପୁଅ ଝିଅ ଦୁହେଁ ପିନ୍ଧା ବେଲ୍ଟ ସାହାଯ୍ୟରେ ଗଛରେ ଝୁଲିଥିବା ବେଳେ ମୃତଦେହ ଠାରୁ କିଛି ଦୂରରେ OD 30 6443 ନାମକ ଗୋଟିଏ ଆପାଚୀ ବାଇକ ରହିଥିବା ବେଳେ ଝିଅର ଜୋତା ମଧ ସେଠାରେ ପଡ଼ିଥିବା ଦେଖିବାକୁ ମିଳିଛି ।

ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଦୁହିଁଙ୍କ ବୟସ 20ରୁ 25 ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ତେବେ ଉଭୟଙ୍କ ପରିଚୟ ମିଳିପାରି ନଥିବା ବେଳେ ସେମାନେ ଆତ୍ମହତ୍ୟା କରିଛନ୍ତି କି ସେମାନଙ୍କୁ କେହି ହତ୍ୟା କରିଛନ୍ତି ତାହା ସଠିକ ଭାବେ ଜଣାପଡି ନାହିଁ । ମୃତଦେହ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ହୋଇଛି ।

ସୂଚନା ଅନୁଯାୟୀ, ଗୁମ୍ଫାକୋଣ୍ଡା କାନାଗୁଡା ରାସ୍ତାର କାନାଗୁଡା ଗାଁ କେନାଲ ନିକଟରେ ଜଙ୍ଗଲରେ ଏହି 2 ଜଣଙ୍କ ମୃତଦେହ ଝୁଲୁଥିବା କିଛି ଲୋକ ଦେଖିଥିଲେ । ପରେ କାଲିମେଳା ପୋଲିସକୁ ଖବର ଦିଆଯିବା ପରେ କାଲିମେଳା ଥାନାର ମହିଳା ଏସଆଇ AK ପ୍ରଧାନ ଏବଂ ଅନ୍ୟନ୍ୟ ପୋଲିସ କର୍ମଚାରୀ ଓ ଗମ୍ଫାକୋଣ୍ଡା ସ୍ଥିତ ବିଏସଏଫ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପରେ ମାଲାକାନଗିରି SDPO ଶୁଭେନ୍ଦୁ କୁମାର ପାତ୍ର ମଧ୍ୟ ଘଟଣା ସ୍ଥାଳରେ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାପଡିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଚିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.