ETV Bharat / state

ଛତିଶଗଡରେ ନିର୍ମାଣାଧୀନ ଡ୍ୟାମ, ମାଲକାନଗିରିରେ ତେଜିଲା ଆଦିବାସୀ ଆନ୍ଦୋଳନ

କୁକରେଲରେ ନିର୍ମାଣାଧୀନ ଡ୍ୟାମକୁ ନେଇ ପୁଣି ତେଜିଲା ଆଦିବାସୀ ଆନ୍ଦୋଳନ । ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ମାଥିଲୀ ବ୍ଲକ ଅନ୍ତର୍ଗତ କମାରପଲ୍ଲୀ ଗାଁର । ଡ୍ୟାମ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଏଠାରେ ଏକାଠି ହୋଇଛନ୍ତି ଶହ ଶହ ଆଦିବାସୀ । ଅଧିକ ପଢନ୍ତୁ...

author img

By

Published : Jan 19, 2021, 10:57 PM IST

ଛତିଶଗଡ଼ ନିର୍ମାଣଧୀନ ଡ୍ୟାମକୁ ନେଇ ଆଦିବାସୀଙ୍କ ଆନ୍ଦୋଳନ

ମାଲକାନଗିରି: କୁକରେଲରେ ନିର୍ମାଣାଧୀନ ଡ୍ୟାମକୁ ନେଇ ପୁଣି ତେଜିଲା ଆଦିବାସୀ ଆନ୍ଦୋଳନ । ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ମାଥିଲୀ ବ୍ଲକ ଅନ୍ତର୍ଗତ କମାରପଲ୍ଲୀ ଗାଁର । ଡ୍ୟାମ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଏଠାରେ ଏକାଠି ହୋଇଛନ୍ତି ଶହ ଶହ ଆଦିବାସୀ । କାରଣ ଡ୍ୟାମ ନିର୍ମାଣ କାମ ସମ୍ପୂର୍ଣ୍ଣ ହେଲେ ପ୍ରଭାବିତ ହେବେ 5 ଖଣ୍ଡ ପଞ୍ଚାୟତର 48ଟି ଗାଁ । ଫଳରେ ଆଜି କମାରପଲ୍ଲୀରେ ଶହଶହ ଆଦିବାସୀ ଏକତିତ୍ର ହୋଇ ଏକ ବିରାଟ ଶୋଭାଯାତ୍ରା କରିଛନ୍ତି ।

ଛତିଶଗଡ଼-ଓଡିଶା ସୀମାନ୍ତ ମାଥିଲି ବ୍ଲକ ଅନ୍ତର୍ଗତରେ ରହିଛି ଏହି ଡ୍ୟାମ । ଆଦିବାସୀଙ୍କ କହିବା କଥା ହେଲା ବିନା ଅନୁମତିରେ ଛତିଶଗଡ଼ ସରକାର ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଏହା ଦ୍ବାରା ଶହ ଶହ ଏକର ଚାଷ ଜମି, ଅନେକ ଘର ବୁଡିଯିବାର ସମ୍ଭାବନା ରହିଛି । ସେପଟେ ସରକାର ଲିଜରେ ଦେଇଥିବା ଜଙ୍ଗଲରେ ବକ୍ସାଇଟ ଖଣି ଖନନ ଚାଲିଛି । ବର୍ଷ ବର୍ଷ ଧରି ଆଦିବାସୀ ନିର୍ଭର କରିଆସୁଥିବା ଜଙ୍ଗଲ ନଷ୍ଟ ହେବାକୁ ଯାଉଛି । ଫଳରେ ଜୀବିକା ହରାଇବା ଭୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଦିବାସୀ ।

ଜଙ୍ଗଲ ଓ ଚାଷ ଉପରେ ନିର୍ଭର କରି ଆସୁଥିବା ଏହି ଆଦିବାସୀ ସରକାରଙ୍କୁ ଏଦିଗରେ ପଦକ୍ଷେପ ନେବା ପାଇଁ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଅଗାମୀ ଦିନରେ ଆନ୍ଦୋଳନର ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.