ETV Bharat / state

9 ବର୍ଷ ହେବ ଏକାକରି ଚାଲିଗଲେ ବାପା, କଲମ ଛାଡ଼ି ଲଙ୍ଗଳ ଧରିଲା ଆଦିବାସୀ ଝିଅ - କୋରାପୁଟର ସୋମେ ମାଡି

ବାପା ଚାଲିଯିବା ପରେ କଲମ ଛାଡି ଲଙ୍ଗଳ ଧରିଛନ୍ତି ମାଲକାନଗିରିର ସୋମେ ମାଡି । ପରିବାର ପ୍ରତିପୋଷଣ ସାଙ୍ଗକୁ ପାଠପଢିବା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଅସହାୟ ପରିବାର । ଅଧିକ ପଢନ୍ତୁ...

tribal girl
9 ବର୍ଷ ହେବ ଏକାକରି ଚାଲିଗଲେ ବାପା, କଲମ ଛାଡ଼ି ଲଙ୍ଗଳ ଧରିଲା ଆଦିବାସୀ ଝିଅ
author img

By

Published : Jun 20, 2021, 4:32 PM IST

ମାଲକାନଗିରି: ହାତରେ କଲମ ଧରିବା ବୟସରେ ଧରିଛନ୍ତି ଲଙ୍ଗଳ । ଦୁର୍ଗମ ଅଞ୍ଚଳର ଝିଅ ହୋଇଥିଲେ ମଧ୍ୟ ପାଠପଢି କିଛି କରିବାର ଆଶାଥିଲା ତାଙ୍କ ମନରେ । ହେଲେ ଅଭାବ ଅନଟନ ଆଜି ତାଙ୍କୁ ଚାଷ କରିବା ପାଇଁ ବାଧ୍ୟ କରିଛି ।

9 ବର୍ଷ ହେବ ଏକାକରି ଚାଲିଗଲେ ବାପା, କଲମ ଛାଡ଼ି ଲଙ୍ଗଳ ଧରିଲା ଆଦିବାସୀ ଝିଅ

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଦୁର୍ଗମ ଅଞ୍ଚଳ ମାଟେରୁ ପଞ୍ଚାୟତ ତେଗଡ଼ାପଲ୍ଲୀ ଗ୍ରାମରେ ବାସ କରନ୍ତି ସୋମେ ମାଡି(20) । 9 ବର୍ଷ ତଳେ ସୋମେଙ୍କ ବାପା ଗାଧୋଇବାକୁ ଯାଇ ପାଣିରେ ବୁଡି ପ୍ରାଣ ହରାଇଥିଲେ । ଏହାର କିଛିବର୍ଷ ପରେ ମାଆ ଇର୍ମେଙ୍କ ଶରୀର ଦୁର୍ବଳ ହୋଇପଡିବା ପରେ ଘରର ସମସ୍ତ ଦାୟିତ୍ବ ଏବେ ସୋମେଙ୍କ ମୁଣ୍ଡରେ । ଘର ଚଳାଇବା, ମାଆଙ୍କ ସେବା କରିବା, ଭାଇ, ଭଉଣୀଙ୍କୁ ପାଠ ପଢାଇବା ଆଦି ସବୁ କଥା ବୁଝୁଛନ୍ତି ସୋମେ । ଫଳରେ ବାଧ୍ୟ ହୋଇ କଲମ ଛାଡ଼ି ହଳ ଧରିବାକୁ ସ୍ଥିର କଲେ ସୋମେ ।

ଘରର ସବୁକାମ କରିବା ସାଙ୍ଗରୁ ପାଠପଢାରେ ଅବହେଳା କରିନାହାନ୍ତି ସେ । ନିଜ ଚେଷ୍ଟାରେ +2 ପାସ୍ କରିଛନ୍ତି ସୋମେ । ମାତ୍ର ଆଗକୁ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଅଭାବ ଅନଟନ ଏଥିପାଇଁ ବାଧକ ସାଜିଛି । ତେଣୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ସୋମେ । ଯଦି ପ୍ରଶାସନ ତରଫରୁ ସୋମେଙ୍କ ପାଠପଢା ଏବଂ ପରିବାର ପ୍ରତିପୋଷଣ ପାଇଁ ସହାୟତା ମିଳିପାରନ୍ତା ତେବେ ସୋମେଙ୍କ ସ୍ବପ୍ନ ସାକାର ହୋଇପାରନ୍ତା ।

ମାଲକାନଗିରିରୁ ଦେବଦତ୍ତ ବେହରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.