ETV Bharat / state

ପୋଖରୀରେ ବୁଡି ଚାଲିଗଲା ବର୍ଷକ ଶିଶୁର ଜୀବନ

author img

By

Published : Aug 5, 2023, 9:09 AM IST

ପୋଖରୀରେ ବୁଡ଼ି ବର୍ଷକର ଶିଶୁ ମୃତ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଚମ୍ପାଖାରି ଗାଁରେ । ଅଧିକ ପଢନ୍ତୁ

ପୋଖରୀରେ ବୁଡ଼ି ବର୍ଷକର ଶିଶୁ ମୃତ
ପୋଖରୀରେ ବୁଡ଼ି ବର୍ଷକର ଶିଶୁ ମୃତ

ମାଲକାନଗିରି: ବର୍ଷକର ପୁଅକୁ ଛାଡି ମାଆ ଯାଇଥିଲା ଗାଧେଇବାକୁ । ପୋଖରୀରେ ବୁଡି ଚାଲିଗଲା କୁନି ପୁଅର ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଚମ୍ପାଖାରି ଗାଁରେ । ଗତ ଶୁକ୍ରବାର ଚମ୍ପାଖାରି ଗାଁର ହେମନ୍ତ ଖିଲଙ୍କ ସ୍ତ୍ରୀ ନିଜ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଘରକୁ ଫେରିବା ପରେ ଦେଢ ବର୍ଷର ପୁଅ ଶୁଭମକୁ ଘରେ ଦେଖି ନଥିଲେ । ବହୁତ ଖୋଜାଖୋଜି କରିବା ପରେ ତାର କିଛି ଖବର ପାଇନଥିଲେ । ପରେ ପରେ ପରିବାର ଲୋକ ଆଖପାଖ ଅଞ୍ଚଳରେ ଶୁଭମକୁ ଖୋଜିଥିଲେ । ହେଲେ ଶୁଭମକୁ ନପାଇ ନିକଟରେ ଥିବା ପୋଖରୀ ଆଡେ ଖୋଜିବାକୁ ଯାଇଥିଲେ ପରିବାର ଲୋକେ । ସେଠାରେ ପୋଖରି ପାଣି ଭିତରେ କୁନି ପୁଅ ଭାସୁଥିବା ଦେଖିଥିଲା ପରିବାର । ତୁରନ୍ତ ଶୁଭମକୁ ନିକଟସ୍ଥ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ପରିବାର ଲୋକେ । ହେଲେ ସେଠାରେ ଡାକ୍ତର ଶୁଭମକୁ ମୃତ ଘୋଷଣା କରିଥିବା କରିଥିଲେ ।

ଅଧିକ ପଢନ୍ତୁ: ବଢ଼ିଲା ଖରସ୍ରୋତା ନଦୀସ୍ତର, ପାଣିରେ ବୁଡ଼ିଲା ବ୍ୟାସ ସରୋବରସ୍ଥିତ ରଘୁଜୀଙ୍କ ମନ୍ଦିର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ କହିବା ଅନୁଯାୟୀ, ଚମ୍ପାଖାରିର ୧ ବର୍ଷ ୨ମାସର ସୁଭମ୍ ଖିଲ ପାଣିରେ ବୁଡିଯାଇଥିବା କହି ଚିକିତ୍ସା ପାଇଁ ଆଣିଥିଲେ ପରିବାର । ଶିଶୁଟି ପୋଖରି ପାଣି ଅତ୍ୟଧିକ ପିଇ ଦେଇଥିବାରୁ ଶିଶୁଟିର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ଫଳରେ ମେଡିକାଲ ଆସିବା ପୂର୍ବରୁ ହିଁ ତାର ମୃତ୍ୟୁ ଘଟିଥିଲା । ସେପଟେ ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ । ଏଣୁ ଏହି ଘଟଣା ବାବଦରେ ମାଲକାନଗିରି ପୋଲିସକୁ ଖବର ଦିଆଯାଇଥିଲା । ସୂଚନା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରାବା ପରେ ପରିବାର ଲୋକଙ୍କୁ ଶିଶୁଟିର ମୃତଦେହକୁ ହସ୍ତାନ୍ତର କରିଥିଲା । ଏହାସହ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ: ବନ୍ୟାର କରାଳ ରୂପ, ନଦୀସ୍ରୋତରେ ଭାସି ଜଣେ ମୃତ

ତେବେ ଗତ ଗୁରୁବାର ଯାଜପୁରରେ ସଉଦା ଆଣିବାକୁ ଯାଇ ଜଣେ ବ୍ୟକ୍ତି ବନ୍ୟା ଜଳରେ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବନ୍ୟା ଜଳରେ ଖୋଜାଖୋଜି କରିବା ପରେ ଅକ୍ଷୟକୁ ଉଦ୍ଧାର କରି ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ଅକ୍ଷୟଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.