ETV Bharat / state

କାଲିମେଳାରେ କାଳବୈଶାଖୀର ତାଣ୍ଡବ: ଉପୁଡିଲା ଗଛ, ଭାଙ୍ଗିଲା ଘର

ମାଲକାନଗିରି ଜିଲ୍ଲା କାଲିମେଳାରେ କାଳବୈଶାଖୀର ତାଣ୍ଡବ । ସୋମବାର ହଠାତ ବର୍ଷା ଓ ଘୂର୍ଣ୍ଣିଝଡ଼ ମାଡି ଆସିଥିଲା । ଅଧିକ ପଢ଼ନ୍ତୁ

କାଲିମେଳାରେ କାଳବୈଶାଖୀର ତାଣ୍ଡବ
କାଲିମେଳାରେ କାଳବୈଶାଖୀର ତାଣ୍ଡବ
author img

By

Published : Apr 19, 2022, 10:57 PM IST

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ସୋମବାର ସନ୍ଧ୍ୟାରେ ହଠାତ ବର୍ଷା ଓ ଘୂର୍ଣ୍ଣିଝଡ଼ ମାଡି ଆସିବାରୁ କାଲିମେଳା ପଞ୍ଚ‌ାୟତର ଇପିଡିପି କଲୋନୀ, ଏମପିଭି -୩୫, ଏମଭି-୬୯, ଏମଭି-୯୦, ବୁଦୁଗୁଡା, ତେଲେରାଇ ପଞ୍ଚାୟତର ତେଲେ ରାଇ, କୁଞ୍ଜଗୁଡା, ଡୋରାଗୁଡା, ଏମପିଭି ୭୭, ଗାଂପକୋଣ୍ଡା ପଞ୍ଚାୟତର ଏମଭି ୬୬ ଗ୍ରାମରେ ବ୍ୟପାକ କ୍ଷୟକ୍ଷତି ହୋଇଛି ।

କାଲିମେଳାରେ କାଳବୈଶାଖୀର ତାଣ୍ଡବ

ଏହି କାଳବୈଶାଖୀ ହେତୁ ଅନେକ ଗଛ ଉପୁଡିଥିବା ବେଳେ ଘର ଭାଙ୍ଗିଥିବା ସୂଚନା ରହିଛି । ଝଡ଼ବର୍ଷାରେ ଏମପିଭି-୭୭ ଗ୍ରାମର ସନ୍ତୋଷ ସାନାଙ୍କ ଘର ଉପରେ ଏକ ବିରାଟ ଗଛ ପଡିଥିଲା । ସୌଭାଗ୍ୟବଶତଃ ତାଙ୍କ ପରିବାରରେ କାହାର କୌଣସି କ୍ଷତି ହୋଇନାହିଁ । କେବଳ ସେତିକି ନୁହେଁ, ଅନେକ ସ୍ଥାନରେ ଦୋକାନ ଘର ଭାଙ୍ଗି ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ଉପୁଡ଼ି ପଡ଼ିଥିବା ଗଛକୁ ଅଗ୍ନିଶମବାହିନୀ କାଟି ସଫା କରିଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.