ETV Bharat / state

ଲାଲଗଡରୁ ଲାଲବାହିନୀ ଗଲା ପରେ ବି ବଦଳିନି ସ୍ଥିତି - maoist

ମାଓ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଚିତ ଥିବା ମାଲକାନଗିରିରେ ମାଓ ଉପଦ୍ରବ କିମିଛି । ଜିଲ୍ଲାର ଯେଉଁ କିଛି ଗାଁରେ ଲାଲତାଣ୍ଡବର ପ୍ରଭାବ ଥିଲା ତାହା ଆଜି ନାହିଁ କିନ୍ତୁ ବିକାଶ ମଧ୍ୟ ସେଠାରେ ପହଞ୍ଚିନାହିଁ । ଯଥା ପୂର୍ବଂ ତଥା ପର ପରି ମାଓବାଦୀ ଥିବା ସମୟରେ ଏହି ଅଞ୍ଚଳ ଗୁଡିକ ଯେପରି ଥିଲା ଏବେ ମଧ୍ୟ ସେପରି ରହିଛି ।

ଡିଜାଇନ ଫଟୋ
author img

By

Published : Apr 2, 2019, 12:39 PM IST

Updated : Apr 3, 2019, 8:43 AM IST

ମାଲକାନଗିରି: ମାଓ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଚିତ ଥିବା ମାଲକାନଗିରିରେ ମାଓ ଉପଦ୍ରବ କିମିଛି । ଜିଲ୍ଲାର ଯେଉଁ କିଛି ଗାଁରେ ଲାଲତାଣ୍ଡବର ପ୍ରଭାବ ଥିଲା ତାହା ଆଜି ନାହିଁ କିନ୍ତୁ ବିକାଶ ମଧ୍ୟ ସେଠାରେ ପହଞ୍ଚିନାହିଁ । ଯଥା ପୂର୍ବଂ ତଥା ପର ପରି ମାଓବାଦୀ ଥିବା ସମୟରେ ଏହି ଅଞ୍ଚଳ ଗୁଡିକ ଯେପରି ଥିଲା ଏବେ ମଧ୍ୟ ସେପରି ରହିଛି । ଆମେ କହୁଛୁ ସେହି ମାଓଗଡ କାଲିମେଳା ବ୍ଲକ ବଡିଗେଟା ପଞ୍ଚାୟତର ମାରିଗେଟା ଗାଁ କଥା । ଏହି ଗାଁର ଦୁର୍ଦ୍ଦଶା ଆଖିରେ ନ ଦେଖିଲେ ବିଶ୍ବାସ କରି ହେବନାହିଁ । ସରକାରୀ ବାବୁଙ୍କ ପାଦ ପଡୁନଥିବା ଏହି ଗାଁର ପ୍ରକୃତ ଦୃଶ୍ୟ ଲୋକଲୋଚନକୁ ଆଣିବା ପାଇଁ ଗାଁରେ ପହଞ୍ଚିଥିଲା ଇଟିଭି ଭାରତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏଠାରେ ପହଞ୍ଚି ଆମେ ଦେଖିଥିଲୁ ଦୁଃଖ ଓ ଦୁର୍ଦ୍ଦଶାର ଚିତ୍ର। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଏ ଅଞ୍ଚଳକୁ ଯିବା ଲାଗି ଭଲ ରାସ୍ତାଟିଏ ନିର୍ମାଣ ହୋଇ ନାହିଁ। ଜଙ୍ଗଲ ଭିତରେ ଖାଲ ଢିପ ରାସ୍ତା ଦେଇ ଯିବାକୁ ପଡୁଛି ଏହି ଅଞ୍ଚଳକୁ। ଗାଁରେ କୋଠା ଘର ନଥିବାବେଳେ ଛଣଛପର ମାଟି ଘରେ ଜୀବନ ବିତୁଛି । ଭଲ ପିଇବା ପାଣି ବୁନ୍ଦାଏ ମଧ୍ୟ ମିଳୁନାହିଁ । ଶିକ୍ଷା ଓ ସ୍ବାସ୍ଥ୍ୟ କଥା ନକହିବା ଭଲ । ବଡିଗେଟା ପଞ୍ଚାୟତର 15ଟି ଗାଁ ମଧ୍ୟରୁ ଜଣେ ମାତ୍ର ମାଟ୍ରିକ ପାସ କରିଥିବା ତାହା ସ୍ପଷ୍ଟ କରୁଛି । ଗୋଟିଏ ଉଚ୍ଚବିଦ୍ୟାଳୟ ଥିବାବେଳେ ସେଠାରେ ଶିକ୍ଷକ ନଥିବାରୁ ପିଲାମାନେ ସଠିକ୍ ଶିକ୍ଷା ପାଉନାହାନ୍ତି ।

ସେପଟେ ଲୋକଙ୍କୁ ରୋଗ ବ୍ୟାଧି ହେଲେ ସେମାନେ ଡାକ୍ତରଖାନା ଯିବା ପରିବର୍ତ୍ତେ ଦିଶାରି ପାଖକୁ ଯାଉଛନ୍ତି । ଶିକ୍ଷାର ଅଭାବ ଯୋଗୁଁ ଏମାନେ ହାଟ ବଜାରକୁ ଯାଇ ପାରୁନଥିବା ବେଳେ ଗାଁରେ ଫେରିୱାଲା ପହଞ୍ଚିଲେ ସେଠାରେ ଭିଡ ଜମାଉଛନ୍ତି । ଆଉ ଚଢା ଦରରେ ଗାଁର ଝିଅ ବୋହୁ ଚୁଡି ବିନ୍ଦି ଭଳି ନିଜ ନିଜ ଦରକାରୀ ଜିନିଷ ସବୁ ପାଇ ଖୁସି ହେଉଛନ୍ତି ।

ତେବେ ଏଭଳି ନାନା ସମସ୍ୟା ଥିବା ଲୋକଙ୍କ ପାଖରେ ଯଦି ସରକାର ସବୁ ସୁବିଧା ସୁଯୋଗ ଯୋଗାଇଦେବେ ତାହେଲେ ଲୋକମାନେ ଏଠାରେ ଭୋଟ ଦେବେ ବୋଲି କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

At a press conference held in Jalandhar, Anthony had accused the Khanna police of showing Rs 9.66 crore, instead of the Rs 16.65 crore seized from them, and claimed that the cash was accounted for.

Chandigarh: The Punjab police ordered an inquiry on Monday into the allegations of a church priest, who has reportedly accused the Khanna police of showing Rs 9.66 crore instead of a total seizure of Rs 16.65 crore.

Conclusion:
Last Updated : Apr 3, 2019, 8:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.