ମାଲକାନଗିରି: କୋଭିଡ କଟକଣା ସତ୍ତ୍ବେ ଖୁଲମଖୁଲା ଚାଲିଛି ମଦ ବେପାର । ଜିଲ୍ଲା ପ୍ରଶାସନ ସବୁ ଜାଣିବି ଚୁପ୍ ବସିଛି । ସଟ୍ ଡାଉନ, ଲକ୍ ଡାଉନର ପ୍ରଭାବ ପଡିନାହିଁ ମଦ ଦୋକାନ ଉପରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥା ଟି ସତ । ଏହି ଘଟଣାଟି ଏବେ ମାଲକାନଗିରି ଜିଲ୍ଲାରୁ ସାମ୍ନାକୁ ଆସିଛି । ସଟ୍ ଡାଉନ୍ ଜାରି ରହିଥିବାବେଳେ ପେଟି ପେଟି ମଦ ଚଢା ଦରରେ ମିଳୁଛି । ଜିଲ୍ଲା ପ୍ରଶାସନର ନଜରରେ ନାହିଁକି ଏହି ମଦ ଦୋକାନ, ଏଠି ପ୍ରଶ୍ନ ଉଠୁଛି ଭିଡ଼ିଓକୁ ଦେଖି ବି ପ୍ରଶାସନ ନିରବ କାହିଁକି ।
ଏହି ମଦ ଦୋକାନଟି କାହା ଛତ୍ର ଛାୟା ତଳେ ଚାଲିଛି । ଯାହା ପାଇଁ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ । ଏହି ଦୃଶ୍ୟକୁ ଦେଖି ଆଗକୁ ଜିଲ୍ଲା ପ୍ରଶାସନ ଆଗକୁ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ