ETV Bharat / state

11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

author img

By

Published : Nov 5, 2020, 7:53 PM IST

11 କେଭି ବିଦ୍ୟୁତ ତାର ନେଲା ବୃଦ୍ଧଙ୍କ ଜୀବନ । ପଢନ୍ତୁ ଅଧିକ.....

11 କେଭି ବିଦ୍ୟୁତ ତରା ସଂସ୍ପର୍ଶରେ  ଆସି ବୃଦ୍ଧ ମୃତ

ମାଲକାନଗିରି: 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗଲା ବୃଦ୍ଧଙ୍କ ଜୀବନ । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଂଚାୟତ ଅନ୍ତର୍ଗତ ଆରଏସସି 16ର ଲକମି ଖରା ଗ୍ରାମରେ । ମୃତ ବୃଦ୍ଧ ଜଣଙ୍କ ହେଲେ 60 ବର୍ଷୀୟ ଲକମି ଖରା । ସେ ଚିତ୍ରକୋଣ୍ଡା ନିକଟସ୍ଥ ଗୋଜିଆ ଗୁଡା ଗ୍ରାମ ଡାଲଖାଇ ମନ୍ଦିର ଛକ ଠାରେ ଥିବା ନିଜ ଜମିରୁ କିଛି କାଠ ସଂଗ୍ରହ କରି ଘରକୁ ଫେରୁଥିଲେ । ସେ ସମୟରେ ଉକ୍ତ ସ୍ଥାନରେ ପୂର୍ବରୁ ଝୁଲି ରହିଥିବା 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଲକମି ଆସିଯାଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ଘରକୁ ଫେରିବା ଡେରି ହେବା ଦେଖି ଘର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ତାଙ୍କର ମୃତଦେହ ବିଲରେ ପଡିଥିବା ଅବସ୍ଥାରେ ଠାବ ହୋଇଥିଲା । ଖବର ପାଇ ସାଇଥକୋର କିଛି କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.