ETV Bharat / state

ନିଆଁ ଦାଉରୁ ଜଙ୍ଗଲ ରକ୍ଷା ପାଇଁ ଗୀତ ଗାଇଲେ ଡିଏଫଓ

ରାଜ୍ୟର ବିଭିନ୍ନ ଜଙ୍ଗଲ‌ରେ ନିଆଁ ଲାଗିଛି । ନିଆଁକୁ ଆୟତ କରିବା ପାଇଁ ବିଭିନ୍ନ ସ୍ତରରେ ପ୍ରଚେଷ୍ଟା ଚାଲିଥିବାବେଳେ ସଚେତନତା ପାଇଁ ଜଣେ ଡିଏଫଓଙ୍କ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଗୀତ ଗାଇଲେ ଡିଏଫଓ

author img

By

Published : Mar 10, 2021, 10:42 PM IST

ମାଲକାନଗିରି: ରାଜ୍ୟର ବିଭିନ୍ନ ଜଙ୍ଗଲ‌ରେ ନିଆଁ ଲାଗିଛି । ନିଆଁକୁ ଆୟତ କରିବା ପାଇଁ ବିଭିନ୍ନ ସ୍ତରରେ ପ୍ରଚେଷ୍ଟା ଚାଲିଥିବାବେଳେ ସଚେତନତା ପାଇଁ ଜଣେ ଡିଏଫଓଙ୍କ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଓଡ଼ିଆରେ ଗୀତ ଗାଇ ଲୋକଙ୍କୁ ସଚେତନ କରାଉଛନ୍ତି ମାଲକାନଗିରିର ଯୁବ ଡିଏଫଓ ପ୍ରଦୀପ ମିରାସେ ।

ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଗୀତ ଗାଇଲେ ଡିଏଫଓ

ଡିଏଫଓଙ୍କ ଏପରି ପ୍ରୟାସ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଅଣଓଡିଆ ଅଧିକାରୀ ଜଣକ ଗୀତଟିକୁ ନିଜେ ସଂଯୋଜନା କରି ଏହାକୁ ଗାଁ ଗାଁରେ ପଥପ୍ରାନ୍ତ ନାଟକ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ଏହାସହ ଲୋକଙ୍କୁ ଶପଥ ପାଠ କରାଇ ଧରାପୃଷ୍ଠକୁ ନିଆଁରୁ ରକ୍ଷା କରିବା ଲାଗି ଆହ୍ମାନ ଦେଉଛନ୍ତି ଡିଏଫଓ ପ୍ରଦୀପ ମିରାସେ ।ଗତବର୍ଷ ମାଲକାନଗିରି ଜିଲ୍ଲାରେ ଜଙ୍ଗଲରେ ନିଆଁ ଲାଗିବାର ୨୧୫୨ ଟି ମାମଲା ରୁଜୁ ହୋଇଥିବାବେଳେ, ୨୦୨୦ ମସିହାରେ ୧୧୬୦ଟି ଓ ଚଳିତ ବର୍ଷ ଏ ଯାଏଁ ମାତ୍ର ୨୮୮ ଟି ମାମଲା ସାମ୍ନାକୁ ଆସିଛି । ଏନେଇ ବନ ବିଭାଗ ସଜାଗ ରହିଥିବା କହିଛନ୍ତି ମଲାକାନଗିରି ଡିଏଫଓ ପ୍ରଦୀପ ମିରାସେ ।

ମାଲକାନଗିରିରୁ ଦେବଦତ୍ତ ବେହେରା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.