ETV Bharat / state

ବରିଷ୍ଠ ନକ୍ସଲ ନେତା ମୋହନ ରାଓଙ୍କ ମୃତ୍ୟୁ, ସ୍ପଷ୍ଟ କଲା ମାଓ ସଙ୍ଗଠନ - ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର

ନକ୍ସଲ ନେତା ମୋହନ ରାଓଙ୍କ ମୃତ୍ୟୁକୁ ନେଇ ତେଲେଙ୍ଗାନା ଏବଂ ଦଣ୍ଡକାରଣ୍ୟ ଅଞ୍ଚଳରେ ଶୋକାକୁଳ ପରିବେଶ । ନକ୍ସଲ ସଙ୍ଗଠନ ପକ୍ଷରୁ ପରିବାରକୁ ଜଣାଇଲା ସମବେଦନା । ଅଧିକ ପଢନ୍ତୁ...

ବରିଷ୍ଠ ନକ୍ସଲ ନେତା ମୋହନ ରାଓଙ୍କ ମୃତ୍ୟୁ, ସ୍ପଷ୍ଠ କଲା ମାଓ ସଙ୍ଗଠନ

author img

By

Published : Jun 13, 2021, 6:23 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର ତଥା ବରିଷ୍ଠ ନକ୍ସଲ ନେତା କେ.ମୋହନ ରାଓ ଅରଫ ଦାମୁ ଦାଦାଙ୍କର ଦେହାନ୍ତ ହୋଇଯାଇଛି । ଗତକାଲି ଦଣ୍ଡକାରଣ୍ୟ ଜଙ୍ଗଲରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ମୃତ୍ୟୁରେ ସମଗ୍ର ତେଲେଙ୍ଗାନା ଏବଂ ଦଣ୍ଡକାରଣ୍ୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଦୀର୍ଘ ୩୯ ବର୍ଷ ଧରି ସେ ମାଓ ସଂଗଠନରେ କାର୍ଯ୍ୟ କରି ବିଭିନ୍ନ ପଦପଦବୀରେ ରହିଥିଲେ । ସେ ଜେଲରେ ଥିବା ବେଳେ ରାଜନୈତିକ ଶିକ୍ଷା ପ୍ରଦାନ କରୁଥିଲେ । ପ୍ରଥମେ ଡେପୁଟି କମାଣ୍ଡର, ପରେ କମାଣ୍ଡର ଏବଂ ସଚିବ ମଧ୍ୟ ସେ ବନିଥିଲେ । ସଙ୍ଗଠନରେ ସେ ବହୁ ସମସ୍ୟା ଦେଇ ଗତି କରିଛନ୍ତି । ତେଲେଙ୍ଗାନା ଏବଂ ଦଣ୍ଡକାରଣ୍ୟ ଅଂଚଳରେ ସେ ଦାମୁ ଦାଦା ଭାବେ ବେଶ ପରିଚିତ ଥିଲେ । ନିଜର ବିଚକ୍ଷଣ ବୁଦ୍ଧି ଏବଂ ସଂଗଠନକୁ ସମ୍ଭାଳିବା ଭଳି ଦକ୍ଷତା ତାଙ୍କର ରହିଥିଲା ।

ସେ ବହୁ ରୋଗରେ ପୀଡିତ ହୋଇ ଯନ୍ତ୍ରଣା ପାଉଥିଲେ । ତେବେ ଗତ କିଛି ଦିନ ତଳେ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବା ପରେ ପିଏଲଜିଏର ସଦସ୍ୟମାନେ ଆସି ତାଙ୍କୁ ଚିକିତ୍ସା କରିଥିଲେ । କିନ୍ତୁ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ଦଣ୍ଡକାରଣ୍ୟରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।

ତେବେ ନକ୍ସଲ ସଙ୍ଗଠନ ପକ୍ଷରୁ ତାଙ୍କର ମୃତଦେହକୁ ତାଙ୍କର ପରିବାରକୁ ହସ୍ତାନ୍ତର କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା । ତାଙ୍କର ପରିବାର ପ୍ରତି ସଙ୍ଗଠନ ସମବେଦନା ଜଣାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.