ETV Bharat / state

ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ନାବାଳକର ମୃତ୍ୟୁ, ଡାକ୍ତରଙ୍କ ଅବହେଳା ଅଭିଯୋଗ

ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ନାବାଳକର ମୃତ୍ୟୁ ହୋଇଥିବାରୁ ଡାକ୍ତରଙ୍କୁ ଭର୍ତ୍ସନା କରାଯିବା ସହ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

author img

By

Published : Feb 5, 2022, 9:09 PM IST

Tension Prevailed In Medical: ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ସଦର ମହକୁମା ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଜିଲ୍ଲା ହସ୍ପିଟାଲରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ନାବାଳକର ମୃତ୍ୟୁ ହୋଇଥିବାରୁ ଡାକ୍ତରଙ୍କୁ ଭର୍ତ୍ସନା କରାଯିବା ସହ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ମେଡିକାଲ ରାସ୍ତାକୁ ଅବରୋଧ ମଧ୍ୟ କରାଯାଇଛି । ଘଟଣା ଅନୁଯାୟୀ ମାଲକାନଗିରି ବ୍ଲକର ତଣ୍ଡକି ପଞ୍ଚାୟତ ସଦର ମହକୁମାର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଦୁଇ ପୁଅ କାଳୁ ଦାସ(୮) ଏବଂ ସିପୁନ ଦାସ(୩) ଗତ ବୁଧବାର ରାତ୍ରିରେ ଅଚାନକ ଗୁରୁତର ହୋଇଯାଇଥିଲେ । ପରିବାର ଲୋକେ ତୁରନ୍ତ ମାଲକାନଗିରି ମେଡିକାଲକୁ ସେମାନଙ୍କୁ ଆଣିଥିଲେ । ତେବେ ଗୁରୁବାର ଦିନ ଡାକ୍ତର ଦେଖିବା ପରେ ଠିକ ଥିବା କହି ଚିକିତ୍ସା କରିଥିଲେ । କିନ୍ତୁ ଆଜି(ଶନିବାର) ହଠାତ କାଳୁ ଗୁରୁତର ହେବାରୁ ଡାକ୍ତର ତୁରନ୍ତ କୋରାପୁଟ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ । ପରିବାର ଲୋକେ କାଳୁକୁ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଥିବାବେଳେ ତାର ମୃତ୍ୟୁ ହୋଇଯାଇଥିଲା।

ସେହିପରି ସାନ ଭାଇ ସିପୁନ ମଧ୍ୟ ଏବେ ଗୁରୁତର ରହିଛି । ଡାକ୍ତର ସିପୁନକୁ ମଧ୍ୟ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଡାକ୍ତରଙ୍କ ଅବହେଳା ଯୋଗୁଁ ହିଁ ପୁଅ କାଳୁର ମୃତ୍ୟୁ ହୋଇଥିବା ବାପା ଏବଂ ପରିବାର ଲୋକେ ଅଭିଯୋଗ କରି ଡାକ୍ତରଖାନାରେ ପାଟିତୁଣ୍ଡ କରିଥିଲେ । ଏଥିସହ ମେଡିକାଲ ରାସ୍ତାକୁ ସଂପୂର୍ଣ୍ଣ ଅବରୋଧ କରିବା ସହ ଡାକ୍ତରଙ୍କ ବହିଷ୍କାର ଦାବି କରିଥିଲେ । କିନ୍ତୁ, ଡାକ୍ତରମାନଙ୍କ କହିବା ଅନୁଯାୟୀ, ଦୁଇ ପିଲାଙ୍କ ଖାଦ୍ୟ ବିଷାକ୍ତ ହୋଇଯାଇଥିଲା, କାରଣ ସେମାନଙ୍କ ପେଟ ଫୁଲିଯାଇଥିଲା । ତେବେ ସେ ଗୁରୁବାର ଦିନ ଭଲ ଥିବାରୁ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ନକରିବା ପାଇଁ କୁହାଯାଇଥିଲା । କିନ୍ତୁ, ଆଜି ସେ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଅନ୍ୟ ମେଡିକାଲକୁ ନେବାକୁ କୁହାଯାଇଥିବା ଡାକ୍ତର କହିଥିଲେ । ତେବେ ଡାକ୍ତରମାନଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ହିଁ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଚିକିତ୍ସାଳୟ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝାସୁଝା କରିଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.