ETV Bharat / state

ପ୍ରଥମ ବର୍ଷା ପାଣିରେ ବୁଡିଲା ଟେମୁରୁପାଲ୍ଲୀ, ପୋଲ ଉପରେ ୫ଫୁଟର ପାଣି

author img

By

Published : Jul 7, 2023, 9:02 PM IST

ଲଗାଣ ବର୍ଷା ଯୋଗୁ ମାଲକାନଗିରିର ଟେମୁରୁପାଲ୍ଲୀ ଗାଁରେ ବନ୍ୟା ସ୍ଥିତି ଉପୁଜିଛି। ନିକଟସ୍ଥ ନାଳ ଓ ଝରଣା ଗୁଡିକରେ ଜଳସ୍ତର ବଢ଼ିଥିବାବେଳେ ପାଣି ଆସି ଗାଁ ଜଲମଗ୍ନ ହୋଇଛି। ଅଧିକ ପଢନ୍ତୁ

ଜଳମଗ୍ନ ଟେମୁରୁପାଲ୍ଲୀ ଗାଁ
ଜଳମଗ୍ନ ଟେମୁରୁପାଲ୍ଲୀ ଗାଁ
ଜଳମଗ୍ନ ଟେମୁରୁପାଲ୍ଲୀ ଗାଁ

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ବନ୍ୟା ଘେରରେ ମାଲକାନଗିରିର ଟେମୁରୁପାଲ୍ଲୀ ଗାଁ। ପାହାଡ଼ିଆ ପାଣି ଆସିବା କାରଣରୁ ଜଳବନ୍ଦୀ ହୋଇଛି ଟେମୁରୁପାଲ୍ଲୀ ଗାଁ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୁରୁପାଲ୍ଲୀ ପଞ୍ଚାୟତ ସଦର ଗାଁ ବନ୍ୟା ପାଣି ଘେରରେ ରହିଛି। ଗତ ଦୁଇଦିନ ହେବ ଜିଲ୍ଲାରେ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି। ଗୁରୁବାରଠାରୁ ପାହାଡିଆ ପାଣି ଆସିବା କାରଣରୁ ଧୀରେ ଧୀରେ ନିକଟସ୍ଥ ନାଳ ଓ ଝରଣା ଗୁଡିକରେ ଜଳସ୍ତର ବଢ଼ିଛି। ଗୁରୁବାର ଦିନ ୧୨ଟା ବେଳକୁ ଟେମୁରୁପାଲ୍ଲୀ ଗାଁକୁ ବନ୍ୟାଜଲ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା। ତେବେ ପାହାଡିଆ ପାଣି ପ୍ରବେଶ କରିବାରୁ ସମଗ୍ର ଗାଁ ବନ୍ୟା ଜଳ ଘେରରେ ରହିଯାଇଛି ।

ଏପରିକି ଗ୍ରାମର ପ୍ରବେଶ ପଥ ପୋଲ ଉପରେ ୫ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଲୋକମାନେ ଗାଁରୁ ବାହାରକୁ କିମ୍ୱା ବାହାରକୁ ଗାଁକୁ ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। କେହି କେହି ନିଜ ଘରକୁ ଫେରିନପାରି ବାହାରେ ଥିବା ଦେଖିବାକୁ ମିଳିଛି । ଗୃହପାଳିତ ପଶୁମାନେ ମଧ୍ୟ ଜଳବନ୍ଦୀ ହୋଇ ରହିଛନ୍ତି। ବର୍ତ୍ତମାନ ଗାଁରେ ଜଳସ୍ତର ସାମାନ୍ୟ କମିଥିଲେ ମଧ୍ୟ ସ୍ଥିତି ସ୍ଵାଭାବିକ ହୋଇପାରିନାହିଁ। ତେବେ ବିଗତ ବର୍ଷମାନଙ୍କଠାରୁ ସବୁ ରେକର୍ଡ଼ ଅତିକ୍ରମ କରି ମାଲକାନଗିରିରେ ରେକର୍ଡ କରିଛି ଚଳିତ ବର୍ଷର ବର୍ଷା । ଯେଉଁଥିପାଇଁ ଜୁଲାଇ ମାସରେ ଏପରି ପରିସ୍ଥିତି ଉପୁଜିଥିବା ସ୍ଥାନୀୟଲୋକ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରବଳ ଛେଚିବ

ସେହିପରି ତୁଳସୀ, କେରିମେଟି ରାସ୍ତାରେ ମାଟି ଅତଡ଼ା ଖସିବାରୁ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ବିଶେଷ କରି ତୁଳସୀ ପାହାଡରେ ନୂତନ ଭାବେ ସୀମା ସୁରକ୍ଷା ବଳ କ୍ୟାମ୍ପରେ ରହୁଥିବା ଯବାନମାନଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚିବାରେ ବାଧା ଉପୁଜିଛି। ତେବେ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀ ପହଞ୍ଚି ନଥିବା ସୂଚନା ଦେଇଛନ୍ତି ଗ୍ରାମବାସୀ।

ଆଗକୁ ଆହୁରି ବର୍ଷା ହେବାର ଆଶଙ୍କା ଥିବାବେଳେ ଚଳିତ ବର୍ଷ ପ୍ରଥମ ବର୍ଷାରେ ଯଦି ଟେମୁରୁପାଲ୍ଲୀ ପାଣି ଘେରରେ ରହୁଛି ତେବେ ଆଗକୁ କିଭଳି ସ୍ଥିତି ଉପୁଜିବ ସେନେଇ ଆଶଙ୍କାରେ ଅଞ୍ଚଳବାସୀ । ସେଥିପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅପରପକ୍ଷେ, ପୋଲ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ସାଲିମିଠାରୁ ମହୁପଦର ଓ ଟେମୁରୁପାଲ୍ଲୀ ଦୁଇଟି ପଞ୍ଚାୟତ ବିଛିନ୍ନ ହୋଇଛି। ଜଳର ପ୍ରବଳ ସ୍ରୋତରେ ଅନେକ ରାସ୍ତା ଧୋଇ ହୋଇଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.