ETV Bharat / state

ଗୁରୁ ଦିବସରେ ଗୁରୁଙ୍କ ମୁହଁରେ କଳାପଟି

author img

By ETV Bharat Odisha Team

Published : Sep 5, 2023, 8:32 PM IST

21 ଦଫା ଦାବି ନେଇ ଆଜି ରାଜ୍ଯ ରାଜଧାନୀର ଲୋଏର୍ ପିଏମଜିରେ ମୁହଁରେ କଳାପଟି ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି OSSTA ସ୍କୁଲ ଶିକ୍ଷକ ସଙ୍ଘ। ମାଲକାନଗିରି ଜିଲ୍ଲା OSSTA ସ୍କୁଲ ଶିକ୍ଷକ ସଙ୍ଘ ପକ୍ଷରୁ ପ୍ରତିବାଦ । ଅଧିକ ପଢ଼ନ୍ତୁ

ଗୁରୁ ଦିବସରେ ଗୁରୁଙ୍କ ମୁହଁରେ କଳାପଟି
ଗୁରୁ ଦିବସରେ ଗୁରୁଙ୍କ ମୁହଁରେ କଳାପଟି
ଗୁରୁ ଦିବସରେ ଗୁରୁଙ୍କ ମୁହଁରେ କଳାପଟି

ମାଲକାନଗିରି: ଗୁରୁ ଦିବସରେ ଗୁରୁଙ୍କ ମୁହଁରେ କଳାପଟି। ସାରା ଦେଶରେ ବଡ଼ ଉତ୍ସାହର ସହ ଏହି ଦିବସକୁ ପାଳନ କରାଯାଇଛି। କିନ୍ତୁ କିଛି ଶିକ୍ଷକ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି। ତେବେ ଏଭଳି ଏକ ନିଆରା ଢ଼ଙ୍ଗରେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରିଛନ୍ତି ମାଲକାନଗିରି ଜିଲ୍ଲା OSSTA ସ୍କୁଲ ଶିକ୍ଷକ ସଙ୍ଘ।

ସୂଚନା ଅନୁସାରେ, ଓଡ଼ିଶାରେ ଥିବା ସମସ୍ତ OSSTA ସ୍କୁଲ ଗୁଡିକ ମଧ୍ଯରୁ ୨୦୧୭ ମସିହା ପରଠାରୁ ୧୯୪ଟି ସ୍କୁଲକୁ ବର୍ତ୍ତମାନ ସୁଧା ସରକାରଙ୍କ ବ୍ଲକ୍ ଗ୍ରାଣ୍ଡ ଅନୁଦାନ ମିଳିପାରିନାହିଁ । ମାଲକାନଗିରି ଜିଲ୍ଲାରେ ୨୪ ଟି OSSTA ସ୍କୁଲ ରହିଛି। ସେଥି ମଧ୍ଯରୁ ୨୩ ଟି ସ୍କୁଲକୁ ସରକାର ବ୍ଲକ ଗ୍ରାଣ୍ଟ ଅନୁମୋଦନ ଦେଇଥିବା ବେଳେ ଚାଲାଣଗୁଡା ସ୍କୁଲ ବର୍ତ୍ତମାନ ସୁଧା ବ୍ଲକ ଗ୍ରାଣ୍ଟ ପାଇ ପାରିନାହିଁ । ସେହିଭଳି ଜିଲ୍ଲାରେ ସମୁଦାୟ ୨୩୨ଜଣ OSSTA ସ୍କୁଲ ଶିକ୍ଷକ ରହିଛନ୍ତି । ସେଥି ମଧ୍ଯରୁ ଅନେକ ଶିକ୍ଷକଙ୍କର ଅବସର ସମୟ ଆସିଗଲାଣି ତଥାପି ସରକାର କୌଣସି ସମାଧାନ କରିନାହାନ୍ତି।

ପୂର୍ବରୁ ଅଗଷ୍ଟ 30 ତାରିଖ ସୁଦ୍ଧା ସମାଧାନ ପାଇଁ ସରକାର ସମୟ ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାସହ ସପ୍ତମ ବେତନ ଅନୁମୋଦନ ସମୟରେ ମାତ୍ର ଏକ ଦିନ ବିଳମ୍ବ ଦେଖାଇ ସପ୍ତମ ବେତନରେ ଅନ୍ତର୍ଭୁକ୍ତ କରାନଯିବା । ଅବସରପ୍ରାପ୍ତ ଭତା ବ୍ୟବସ୍ତା ନଥିବା ଭଳି ଏପରି 21 ଦଫା ଦାବି ନେଇ ଆଜି ପୁଣିଥରେ ରାଜଧାନୀର ଲୋଏର୍ ପିଏମଜିରେ ମୁହଁରେ କଳାପଟି ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି OSSTA ସ୍କୁଲ ଶିକ୍ଷକ ସଙ୍ଘ। ସେପେଟେ ମାଲକାନଗିରିର କିଛି ଶିକ୍ଷକ ଏହି ପ୍ରତିବାଦରେ ଯୋଗଦେଇ ପାରିନଥିବାରୁ ସେମାନେ ନିଜ ନିଜ ବିଦ୍ୟାଳୟରେ ମୁହଁରେ କଳାପଟି ବାନ୍ଧି ଛାତ୍ରଛାତ୍ରୀଙ୍କ ସହ ଗୁରୁ ଦିବସ ପାଳନ କରିବା ସହ ପ୍ରତିବାଦ କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ....ଉସକାଲବାଗରେ ପ୍ରସ୍ତାବିତ ଚୂନ ପଥର ଖଣି ଖନନକୁ ବିରୋଧ, ଆଦିବାସୀ ସଂଘର ପ୍ରଜାମେଳି

ସେହିଭଳି ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୫କି.ମି ଦୂରରେ ଚାଲାଣଗୁଡା ଗ୍ରାମ ଠାରେ ଥିବା ଦେବଦାରୁ (OSSTA) ହାଇସ୍କୁଲ ବର୍ତ୍ତମାନ ସୁଧା ସରକାରଙ୍କ ଅନୁମୋଦନ ପାଇନାହଁ । ଯାହା ଫଳରେ ଏଠାକାର ଶିକ୍ଷକ ମାନେ ଟଙ୍କାଟିଏ ମଧ୍ଯ ବେତନ ପାଇ ପାରିନାହାନ୍ତି । ସେଥି ମଧ୍ଯରୁ ଏହି ସ୍କୁଲର ହିନ୍ଦୀ ଶିକ୍ଷୟତ୍ରୀଙ୍କର ଅବସର ନେବା ପାଇଁ ଆଉ ମାତ୍ର ପାଞ୍ଚ ମାଷ ବାକି ରହିଛି । ସେ ଆସନ୍ତା ଫେବୃଆରି ୨୦୨୪ ମସିହାରେ ଅବସର ନେବେ । କିନ୍ତୁ ତାଙ୍କ ଜୀବନର ୨୩ ବର୍ଷ ପିଲାମାନଙ୍କ ଶିକ୍ଷା ପାଇଁ ସମୟ ଦେଇଥିଲେ ମଧ୍ଯ ସରକାର ତାଙ୍କ ସ୍କୁଲ ପ୍ରତି ଦୃଷ୍ଟି ପକାଇ ନଥିବା ଦୁର୍ଭାଗ୍ଯଜନକ। ତେବେ ଅବସର ଗ୍ରହଣ କରିବା ପୁର୍ବରୁ କାଳେ ଏହି ସ୍କୁଲ ସରକାରଙ୍କ ଦୃଷ୍ଟିକୁ ଆସିବ ଓ ସେ କିଛି ମାସ ବେତନ ପାଇଯିବେ ଏହି ଆଶାରେ ଅଛନ୍ତି ଶିକ୍ଷୟତ୍ରୀ ଜୟନ୍ତୀ ସ୍ବାଇଁ ।

ତେବେ ଜିଲ୍ଲାରେ ଥିବା OSSTA ସ୍କୁଲ୍ ଗୁଡିକ ହେଉଛି ମଟୁ ହାଇସ୍କୁଲ, MV 88, MV72, MV82, MV55, MV61, ଗଠନପାଲ୍ଲି, ଇରାଲ୍ ଗୁଣ୍ଡି, ମାଙ୍ଗିପାଲ୍ଲି, ସିଖପାଲ୍ଲି, MV7, MV9, MV26, ପିଟାଗାଟା, କମବେଡା, ବାଲିମେଳା ବାଳିକା ଉଚ୍ଚବିଦ୍ୟାଳୟ, ଆପନମାଳା, ବାଙ୍କଟି ଗୁଡା, ଗଙ୍ଗଲା, ଥାପାଗୁଡା, ପାଙ୍ଗାମ୍, କୁଟୁନି ପାଲ୍ଲି, MV13 ଓ ଚାଲାଣଗୁଡା ଉଚ୍ଚବିଦ୍ୟାଳୟ ଗୁଡିକର ସମସ୍ତ ୨୩୨ଜଣ ଶିକ୍ଷକ ମୁହଁରେ କଳାପଟି ବାନ୍ଧି ଗୁରୁ ଦିବସକୁ କଳା ଦିବସ ରୁପେ ପାଳନ କରିଛନ୍ତି । ଏହାସହ ଆଗାମୀ ଦିନରେ ସରକାର ସେମାନଙ୍କ ୨୧ଟି ଦାବି ଗୁଡିକ ପୁରଣ ନକଲେ ନିର୍ବାଚନ କିମ୍ବା କୋଣସି ସରକାରୀ କାର୍ଯ୍ୟରେ ସହ ଯୋଗ ନକରିବା ପାଇଁ ଚେତାବନୀ ଦେଇଛି ସଙ୍ଘ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.