ETV Bharat / state

୧୦ ଦିନ ହେଲା ନାହିଁ ବିଜୁଳି, ହଷ୍ଟେଲ ଛାଡିଲେ କ୍ରୀଡାଛାତ୍ର - ମାଲକାନଗିରିରେ ହଷ୍ଟେଲ ଛାଡ଼ିଲେ କ୍ରୀଡ଼ାଛାତ୍ର

ବିଜୁଳି ନଥିବାରୁ ହଷ୍ଟେଲ ଛାଡିଲେ କ୍ରୀଡ଼ାଛାତ୍ର । ମାଲକାନଗିରି ଜିଲ୍ଲାର କ୍ରୀଡ଼ାଛାତ୍ରାବାସରେ ବିଜୁଳିକାଟ ସମସ୍ୟା ଦେଖିବାକୁ ମିଳିଛି । ବିଜୁଳି ବିଲ ବାକି ଥିବା ଦର୍ଶାଇ ଦୀର୍ଘ ୧୦ ଦିନ ହେଲା ଟାଟା ପାୱାର ପକ୍ଷରୁ ବିଜୁଳି କାଟ କରାଯାଇଛି । ଅଧିକ ପଢ଼ନ୍ତୁ

sports student left from hostel in malkangiri
ବିଜୁଳିକାଟ ସମସ୍ୟା ଯୋଗୁଁ ହଷ୍ଟେଲ ଛାଡ଼ିଲେ କ୍ରୀଡ଼ାଛାତ୍ର
author img

By

Published : Mar 9, 2022, 4:06 PM IST

ମାଲକାନଗିରି: ବିଜୁଳି ନଥିବାରୁ ହଷ୍ଟେଲ ଛାଡିଲେ କ୍ରୀଡ଼ାଛାତ୍ର । ମାଲକାନଗିରି ଜିଲ୍ଲାର କ୍ରୀଡ଼ାଛାତ୍ରାବାସରେ ବିଜୁଳିକାଟ ସମସ୍ୟା ଦେଖିବାକୁ ମିଳିଛି। ବିଜୁଳି ବିଲ ବାକି ଥିବା ଦର୍ଶାଇ ଦୀର୍ଘ ୧୦ ଦିନ ହେଲା ଟାଟା ପାୱାର ପକ୍ଷରୁ ବିଜୁଳି କାଟ କରାଯାଇଛି। ଯାହା ଫଳରେ ଛାତ୍ରାବାସରେ ରହୁଥିବା ଛାତ୍ରମାନେ ନାନା ଅସୁବିଧାର ସମୁଖୀନ ହୋଇ ହଷ୍ଟେଲ ଛାଡ଼ିଛନ୍ତି।

ବିଜୁଳିକାଟ ସମସ୍ୟା ଯୋଗୁଁ ହଷ୍ଟେଲ ଛାଡ଼ିଲେ କ୍ରୀଡ଼ାଛାତ୍ର

ମାଲକାନଗିରି ଜିଲ୍ଲାରେ ରହିଛି ଏକମାତ୍ର କ୍ରୀଡ଼ାବାସ । ଦୀର୍ଘ 10 ଦିନ ହେବ ଟାଟା ପାୱାର ପକ୍ଷରୁ ବିଜୁଳି କାଟ ହୋଇଥିବାରୁ ଦଶମ ଶ୍ରେଣୀ ଛାତ୍ରମାନଙ୍କ ପାଠ ପଢ଼ାରେ ସମସ୍ୟା ଉପୁଜିଛି। ତେଣୁ ବାଧ୍ୟ ହୋଇ ସେମାନେ ହଷ୍ଟେଲ ଛାଡି ନିଜ ନିଜ ଘରକୁ ପଳାଇଛନ୍ତି। ଅନ୍ୟପଟେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଛାତ୍ରମାନଙ୍କୁ ବୁଝାଇ ହଷ୍ଟେଲକୁ ଫେରାଇ ନେବାରେ ଅସଫଳ ହୋଇଛନ୍ତି। 2012 ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଜୁଳି ବିଲ ପୈଠ କରାଯାଇନଥିବା ବିଦ୍ୟୁତ ବିଭାଗ ପକ୍ଷରୁ ଅଭିଯୋଗ ରହିଛି। ତେବେ କିଛିମାସ ତଳେ 19ଲକ୍ଷ 75ହଜାର ଟଙ୍କାର ବିଲ ପୈଠ କରାଯାଇଥିବାବେଳେ ଆଉ 30ଲକ୍ଷ ଟଙ୍କାର ବିଜୁଳି ବିଲ୍ ବାକି ରହିଥିବା ଜଣାପଡ଼ିଛି । ଏହି ଟଙ୍କା ପୈଠ ନକରିବା କାରଣରୁ ବିଜୁଳି କଟାଯାଇଥିବା ନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀ ମାନିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.