ETV Bharat / state

progress of Swabhiman Anchal: ଘୋଡା ଚଢି ବୁଲିଲେ ସରକାରୀ ଅଧିକାରୀ

author img

By

Published : Nov 30, 2021, 10:16 PM IST

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଘୋଡାରେ ଚଢି ସରକାରୀ ଅଧିକାରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

Panchayat Raj Secretary walked around Swabhiman area on horse
ସ୍ବାଭିମାନ ଅଞ୍ଚଳରେ ଘୋଡା ଚଢି ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ପଞ୍ଚାୟତରାଜ ସଚିବ

ମାଲକାନଗିରି : ସରକାରୀ ଅଧିକାରୀ ଚଢିଲେ ଘୋଡା । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଘୋଡାରେ ଚଢି ସରକାରୀ ଅଧିକାରୀ ପରିଦର୍ଶନ କରିଛନ୍ତି (govt Officials Tour Swabhiman Anchal On Horse) । ଏହା ସହ ସ୍ବାଭିମାନ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପଞ୍ଚାୟତରାଜ ବିଭାଗର ଉପ ସଚିବ ।

ମାଲକାନଗିରି ଜିଲ୍ଲା ଗସ୍ତରେ ପଞ୍ଚାୟତରାଜ ବିଭାଗର ଉପ ସଚିବ ତ୍ରିଲୋଚନ ମହାନ୍ତି । ଏହି ଗସ୍ତରେ ସେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତେବେ ଏହି ଅବସରରେ ସେ ସ୍ବାଭିମାନ ଅଞ୍ଚଳ ବୁଲିଛନ୍ତି । ସେ ଚିତ୍ରକୋଣ୍ଡା ନିକଟସ୍ଥ ରାଜଲକୋଣ୍ଡା ଫାର୍ମରେ ଚାଲିଥିବା ଉନ୍ନୟନ ମୂଳକକାର୍ଯ୍ୟ ବୁଲି ଦେଖିଛନ୍ତି । ଏହା ସହିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ ଚାଲିଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ । ସେଠାରେ ପଞ୍ଚାୟତରାଜ ବିଭାଗର ଉପ ସଚିବ ତ୍ରିଲୋଚନ ମହାନ୍ତି ଓ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂୟାଁ ଘୋଡାରେ ଚଢି ବିଭନ୍ନ କାର୍ଯ୍ୟ ଦେଖିଥିଲେ ।

ତେବେ ଏହା ସହ କାଜୁ ପ୍ଲାଣ୍ଟେସନ, ବିଭିନ୍ନ ସ୍ଥାନରେ କରାଯାଇଥିବା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ, ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା କରାଯାଇଥିବା କାର୍ଯ୍ୟ ବୁଲି ଦେଖିଛନ୍ତି । ଏହା ସହିତ ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ଅଞ୍ଚଳରେ ବହୁ ପାଦ ଚଲା ରାସ୍ତା ଥିବାରୁ ଘୋଡାରେ ବସି ବୁଲି ଦେଖିଛନ୍ତି। ତାଙ୍କ ସହ ଚିତ୍ରକୋଣ୍ଡା ବିଡ଼ିଓ ରାହୁଲ ମଣ୍ଡଳ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦିବେଦୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନାଥାଉକି ନିକଟରେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଘୋଡା ଓ ଖଚର ବ୍ୟବହାର କରି ବିଭିନ୍ନ କାର୍ଯ୍ୟ କରିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ବିଶେଷ କରି ସାପ୍ତାହିକ ହାଟ ସହ ଅନ୍ୟାନ୍ୟ ଅଞ୍ଚଳକୁ ଯାଇଥାନ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ତେବେ ଗତ କିଛିଦିନ ତଳେ ପରିବହନର ମାଧ୍ୟମ ଭାବରେ ଖଚର ଓ ଘୋଡାକୁ ବ୍ୟବହାର କରୁଥିବା ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହୋଇଥିଲା ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.