ମାଲକାନଗିରି: ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ପୁରୁଣା ନିଲିଗୁଡାର ରବିବାର ଘଟିଛି ଏମିତି ଅଭାବନୀୟ ଘଟଣା । ଠେଙ୍ଗାରେ ପିଟି ପିଟି ପୁଅକୁ ମାରି ଦେଲା ବାପା । ଉତ୍ତ୍ୟକ୍ତ ବାପାର କ୍ରୋଧର ଶୀକାର ହୋଇ ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଛି ।
ତେବେ ସୂଚନାନୁସାରେ, ଉଭୟ ବାପା ପୁଅଙ୍କ ମଧ୍ୟରେ ସକାଳୁ ଆରମ୍ଭ ହୋଇଥିଲା ଝଗଡା । ପରେ ଝଗଡା ଭୟଙ୍କର ରୂପ ନେଇ ହାତାହାତିରେ ପରିଣତ ହୋଇଥିଲା । ମାତ୍ର ନିଜ କ୍ରୋଧରେ ଅନ୍ଧ ବାପା ଗୋଟିଏ ଠେଙ୍ଗାରେ ପୁଅ ଇର୍ମାକୁ ପିଟିବା ଆରମ୍ଭ କରିଥିଲା । ଫଳରେ ଘଟଣାସ୍ଥଳରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି ।
ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ