ମାଲକାନଗିରି: ଜିଲ୍ଲାରେ କୋରୋନା ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସର ମିଳିତରେ କଡ଼ାକଡ଼ି ଯାଞ୍ଚ କରାଯାଉଛି ।
ତେବେ ମୋଟୁ ଚେକ ପୋଷ୍ଟକୁ ଲାଗି ରହିଛି ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼ । କିନ୍ତୁ ଏହିସବୁ ରାଜ୍ୟରେ କୋରୋନା ମହାମାରୀ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ଏହି ମୋଟୁ ଚେକ ପୋଷ୍ଟ ଦେଇ ଆମ ରାଜ୍ୟ ଏବଂ ରାଜ୍ୟ ବାହାରର ପ୍ରବାସୀ ପ୍ରବେଶ କରିଥାନ୍ତି । ତେଣୁ ପ୍ରବାସୀଙ୍କୁ ପ୍ରବେଶ ପୂର୍ବରୁ ସେମାନଙ୍କୁ କଡାକଡି ଯାଞ୍ଚ କରିବା ସହ ସବୁ ପ୍ରକାର ଟେଷ୍ଟ କରାଯାଉଛି । କୌଣସି ଗଳା ବାଟ ଦେଇ ଯେପରି ପ୍ରବାସୀ ନ ଆସନ୍ତି, ସେଥିପ୍ରତି ପୋଲିସ କଡ଼ା ନଜର ରଖିଛି ।
ମାଲକାନଗିରି ଜିଲ୍ଲାରେ ଆଜି 123 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଆକ୍ଟିଭ ମାମଲା 813 ରହିଛି । ତେବେ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗର ମିଳିତ ପ୍ରୟାସ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ କୋରୋନା ମହାମାରୀ ଗୋଟିଏ ପ୍ରକାର ନିୟନ୍ତ୍ରଣରେ ରହି ପାରିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ