ETV Bharat / state

ଜନ ପ୍ରତିନିଧିଙ୍କୁ ବିଡ଼ିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ - ଜନ ପ୍ରତିନିଧିଙ୍କୁ ବିଡ଼ିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ବିନା ଅନୁମତିରେ ଚେୟାରରେ ବସିବାରୁ ଜନପ୍ରତିନିଧିଙ୍କୁ ବିଡିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

bdo abuse public representative
bdo abuse public representative
author img

By

Published : Aug 12, 2023, 1:48 PM IST

bdo abuse public representative

ମାଲକାନଗିରି: ଜନପ୍ରତିନିଧିଙ୍କୁ ନାଲି ଆଖି ଦେଖାଉଛନ୍ତି ବିଡ଼ିଓ ମ୍ୟାଡମ । ବିନା ଅନୁମତିରେ ଚେୟାରରେ ବସିବାରୁ ମାଲକାନଗିରି ବ୍ଲକର ଜନ ପ୍ରତିନିଧିଙ୍କୁ ବିଡ଼ିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ''ମୋ ଆଗରେ ଏମିତି ବସିବ ନାହିଁ, ଏଇଟା ତମ ଘର ନୁହେଁ ''ବୋଲି ଗୋରାକୋଣ୍ଟା ପୂର୍ବତନ ସରପଞ୍ଚ ଏରା ପଡିଆମି ଏବଂ ପୂର୍ବତନ ଓ୍ବାର୍ଡ ମେମ୍ବର ଗୋପାଳ ମଣ୍ଡଳଙ୍କୁ ମାଲକାନଗିରି ବିଡ଼ିଓ କହିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମୋ ଘର ଯୋଜନାରେ ନାମ ପଞ୍ଜିକରଣ କରିବା ସମୟରେ ଅନଲାଇନରେ ଅସୁବିଧା ହେଉଥିବାରୁ ଏମପିଭି ୨ ଗ୍ରାମର କିଛି ଲୋକ, ପୂର୍ବତନ ସରପଞ୍ଚ ଏରା ପଡିଆମି ଓ ପୂର୍ବତନ ଓ୍ବାର୍ଡ ମେମ୍ବର ଗୋପାଳ ମଣ୍ଡଳ ମାଲକାନଗିରି ବିଡ଼ିଓ ପ୍ରଭାତି ଝଡିଆଙ୍କୁ ବ୍ଲକ କାର୍ଯ୍ୟାଳୟରେ ଭେଟିଥିଲେ । ବିଡ଼ିଓଙ୍କ କକ୍ଷକୁ ଯିବା ପରେ ଦୁଇ ଜନପ୍ରତିନିଧି ପରିଚୟ ଦେଇ କଥା ହେଇଥିଲେ ମଧ୍ୟ ତାଙ୍କୁ ଚେୟାରରେ ବସିବାକୁ କହିଥିଲେ ବିଡିଓ । ୧୫ ମିନିଟ୍‌ କଥା ହେବା ପରେ ବିଡିଓଙ୍କ ଫୋନ ଆସିଥିଲା । ସେ ଫୋନରେ ବ୍ୟସ୍ତ ରହିଥିଲେ। ସେହି ସମୟରେ ଉକ୍ତ କାର୍ଯ୍ୟାଳୟର ଜଣେ ବ୍ୟକ୍ତି ଆମକୁ ବସିବା ପାଇଁ କହିଥିଲେ । ଏତିକିବେଳେ ମ୍ୟାଡମଙ୍କର ଫୋନ କଥା ସରିଗଲା , ମୋ ଘର ଯୋଜନା ସମ୍ପର୍କରେ ସେ ପୂର୍ବତନ ସରପଞ୍ଚ ଓ ପୂର୍ବତନ ଓ୍ବାର୍ଡ ମେମ୍ବରଙ୍କ ସହ ଆଲୋଚନା କରିଥିଲେ । କଥାବାର୍ତ୍ତା ଶେଷ ହେବାପରେ ଧନ୍ୟବାଦ ଦେଇ କକ୍ଷରୁ ବାହାରିବା ପରେ ଉଭୟଙ୍କୁ ପଛରୁ ଡାକି "ଏଇଟା ତମ ଘର ନୁହେଁ, ମୋ ଆଗରେ ଏମିତି ବସିବ ନାହି, ଦ୍ବିତୀୟ ଥର ଆସିଲେ ବିନା ଅନୁମତିରେ ବସିବାକୁ ଚେଷ୍ଟା ମଧ୍ୟ କରିବ ନାହିଁ ବୋଲି'' ବିଡିଓ କହିଥିବା ଅଭିଯୋଗ ହୋଇଛି।

ଏହା ମଧ୍ୟ ପଢନ୍ତୁ-ଏସସିବିରେ ସୀମା ଟପୁଛି ଦୁର୍ବ୍ୟବହାର, ଅଧିକ୍ଷକଙ୍କୁ ଭେଟିଲା କଂଗ୍ରେସ

ତେବେ କାହା ସାହସରେ ବିଡ଼ିଓ ମ୍ୟାଡମ ନାଲି ଆଖି ଦେଖାଇଲେ ବୋଲି ଅଭିଯୋଗ କରିଛନ୍ତି ଜନ ପ୍ରତିନିଧି । ରାଜ୍ୟ ସରକାର ସବୁ କାର୍ଯ୍ୟାଳୟରେ ମୋ ସରକାର ପ୍ରକୋଷ୍ଠ କରିଛନ୍ତି । ଜଣେ ସାଧାରଣ ଲୋକଙ୍କୁ ମଧ୍ୟ ଅସମ୍ମାନ କରାଯିବ ନାହିଁ ଏବଂ ବସିବାକୁ ଆସନ ଦେଇ ପାଣି ପିଇବାକୁ ଦେବାକୁ ୫ଟିରେ ରହିଛି । ମାଲକାନଗିରି ଜିଲ୍ଲାରେ କିନ୍ତୁ ଅଧିକାରୀମାନେ ଏହାକୁ ଖୁଲମଖୁଲା ଉଲ୍ଲଘଂନ କରୁଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜନ ପ୍ରତିନିଧି । ତେବେ ଜିଲ୍ଲା ପ୍ରଶାସନ ଏହା ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ,ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.