ETV Bharat / state

ବ୍ଲକ ଅଫିସରେ ତାଲା ପକାଇ ଆନ୍ଦୋଳନ, ବିଡିଓଙ୍କୁ ଜନପ୍ରତିନିଧିଙ୍କ ବିରୋଧ - ବ୍ଲକ ଅଫିସରେ ତାଲା ପକାଇ ଆନ୍ଦୋଳନ

ମାଲକାନଗିରି ଜିଲ୍ଲାର ସଦର ବ୍ଲକ କାର୍ଯ୍ୟାଳୟର ଫାଟକ ତାଲା ପକାଇ ଆନ୍ଦୋଳନ । ପୋଲିସ ସହାୟତାରେ ତାଲା ଭାଙ୍ଗି ଭିତରକୁ ପ୍ରବେଶ କଲେ ବିଡିଓ । ଅଧିକ ପଢନ୍ତୁ

protest infront of block office in malkangiri
ବ୍ଲକ ଅଫିସରେ ତାଲା ପକାଇ ଆନ୍ଦୋଳନ
author img

By ETV Bharat Odisha Team

Published : Nov 13, 2023, 6:45 PM IST

ବ୍ଲକ ଅଫିସରେ ତାଲା ପକାଇ ଆନ୍ଦୋଳନ

ମାଲକାନଗିରି: ବ୍ଲକ ଅଫିସରେ ତାଲା ପକାଇଲେ ସମିତି ସଭ୍ୟ । ପୋଲିସ ସହାୟତାରେ ତାଲା ଭାଙ୍ଗିଲେ ବିଡିଓ । ଜିଲ୍ଲାର ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଣ ବିଜେଡି ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ମାଲକାନଗିରି ବିଡିଓ ପ୍ରଭାତୀ ଝାଡିଆଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୯ ଜଣ ସମିତି ସଭ୍ୟ ଆଜି ବ୍ଲକ କାର୍ଯ୍ୟାଳୟ ଖୋଲିବା ପୂର୍ବରୁ ମୁଖ୍ୟ ଗେଟରେ ତାଲା ପକାଇ ବିଡିଓଙ୍କ ବିରୋଧରେ ନାରାବାଜି କରିଥିଲେ । ସମିତି ସଭ୍ୟ ଓ ବ୍ଲକ ଉପାଧ୍ୟକ୍ଷଙ୍କ କହିଛନ୍ତି, "ଲୋକ ପ୍ରତିନିଧିଙ୍କୁ ଅଣଦେଖା କରିବା ସହ ବ୍ଲକରେ ଚାଲୁଥିବା ଉନ୍ନୟନ କାମ ବିଷୟରେ ସମିତି ସଭ୍ୟମାନଙ୍କୁ ଅବଗତ କରାଉନାହାନ୍ତି ବିଡିଓ । ଲୋକଙ୍କ ଅଭିଯୋଗ ନେଇ ଆସୁଥିବା ଲୋକପ୍ରତିନିଧିମାନେ ବିଡିଓଙ୍କୁ ଦେଖା କରିବାକୁ ଆସିଲେ ଦେଖା ନକରି 8-10 ଦିନ ଧରି ବୁଲାଉଛନ୍ତି ।"

"ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯାହା ସବୁ କାର୍ଯ୍ୟ ବା ଆକ୍ସନ ପ୍ଲାନ ଅନୁମୋଦନ କରାଯାଉଛି, ସେଥିରେ ଆମର ମତାମତ ନିଆ ଯାଉନାହିଁ । ଆମେ କଂଗ୍ରେସ ଓ ବିଜେପି ସମର୍ଥିତ ଜନ ପ୍ରତିନିଧି ହୋଇଥିବାରୁ ସବୁବେଳେ ବିଡ଼ିଓ ଏବଂ ବ୍ଲକ କର୍ମଚାରୀମାନେ ଆମକୁ ଅଣଦେଖା କରୁଛନ୍ତି । ବିଡ଼ିଓ ବୋଧହୁଏ ବିଜେଡିର ଏଜେଣ୍ଟ ହୋଇ ଆସିଛନ୍ତି" ବୋଲି ଅଭିଯୋଗ କରିଛନ୍ତି ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର । ଏହାକୁ ନେଇ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଉଚ୍ଛେଦ କରିବାକୁ ସେମାନେ ଦାବି କରିଛନ୍ତି ।

ବ୍ଲକ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ବ୍ଲକର କାର୍ଯ୍ୟ କରୁଥିବା କର୍ମଚାରୀମାନେ ବାହାରେ ଛିଡାହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏହାର କିଛି ସମୟ ପରେ ସେଠାରେ ସ୍ଥାନୀୟ ବିଡିଓ ଆସି ଉପାଧ୍ୟକ୍ଷ ଓ ସମିତି ସଭ୍ୟମାନଙ୍କୁ ତାଲା ଖୋଲିବାକୁ ଅନୁରୋଧ କରିଥିଲେ । ହେଲେ ସେମାନେ ତାଲା ନଖୋଲିବାରୁ ବିଡିଓ ମାଲକାନଗିରି ପୋଲିସର ସହାୟତା ନେଇଥିବା ଜଣାପଡିଛି । କିଛି ସମୟ ପରେ ପୋଲିସ ଆସି ସେମାନଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା ।

ଏହା ବି ପଢନ୍ତୁ...କୋଶଳ ମହାବନ୍ଦ ଡାକରା: ୧୫ ନୁହେଁ ୧୮ରେ ହେବ ଆନ୍ଦୋଳନ

ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଡିଓ ପ୍ରଭାତୀ ଝଡିଆ । ସେ କହିଛନ୍ତି, "ଏହା ଜନ ସାଧାରଣଙ୍କ କାର୍ଯ୍ୟାଳୟ । ଏଠାରେ ତାଲା ପକାଇ ଧାରଣାରେ ବସିବା ପରିବର୍ତ୍ତେ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ସେମାନେ ଯାଇପାରିଥାନ୍ତେ । କିନ୍ତୁ ନିର୍ବାଚିତ ଜନ ପ୍ରତିନିଧି ହୋଇ ଆଇନକୁ ହାତକୁ ନେବା ଶୋଭା ପାଉନାହିଁ। ଆଗାମୀ ଦିନରେ ସେମାନଙ୍କ ଆପତ୍ତି ଅଭିଯୋଗକୁ ତଦନ୍ତ କରି ଉଚିତ ପଦକ୍ଷେପ ନେବୁ ।" ଅପରପକ୍ଷେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଗେଟ୍ ସମୁଖରେ ଧାରଣା ଜାରି ରହିବ ବୋଲି କହି ଅଡି ବସିଛନ୍ତି ବ୍ଲକ ଉପାଧ୍ୟକ୍ଷ ଓ ୮ଜଣ ସମିତି ସଭ୍ଯ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.