ETV Bharat / state

ସମ୍ଭାବ୍ୟ ଲଘୁଚାପକୁ ନେଇ ମାଲକାନଗିରିରେ ପ୍ରସ୍ତୁତି ବୈଠକ

19ରେ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ । ମାଲକାନଗିରି ଜିଲ୍ଲାପାଳ ବିଭିନ୍ନ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଛନ୍ତି । ଯୁଦ୍ଧକାଳୀନ ପରିସ୍ଥିତିରେ ସମସ୍ତ ସମସ୍ୟାକୁ ସାମ୍ନା କରିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 18, 2020, 11:22 AM IST

ସମ୍ଭାବ୍ୟ ଲଘୁଚାପକୁ ନେଇ ପ୍ରସ୍ତୁତି ବୈଠକ
ସମ୍ଭାବ୍ୟ ଲଘୁଚାପକୁ ନେଇ ପ୍ରସ୍ତୁତି ବୈଠକ

ମାଲକାନଗିରି: ଆସନ୍ତାକାଲି(ସୋମବାର) ସୃଷ୍ଟି ହୋଇଥିବା ଲଘୁଚାପର ମୁକାବିଲା ନେଇ ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଛି । ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ସଭାପତିତ୍ବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସଭାଗୃହରେ ଆଜି(ରବିବାର) ଏକ ବୈଠକ ବସିଛି ।

ପୂର୍ବ ଲଘୁଚାପରେ ଓଡିଶା ଅନେକ କ୍ଷୟକ୍ଷତିର ସାମ୍ନା କରିଛି । ତେଣୁ 19ରେ ହେବାକୁ ଥିବା ଲଘୁଚାପଜନିତ ବର୍ଷାର ସାମ୍ନା କରିବା ପାଇଁ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଛନ୍ତି ।

ତେବେ ଯଦି ବର୍ଷା ଲାଗିରହେ ତାହେଲେ ଶାବେରୀ ନଦୀ ପାଣିରେ ମୋଟୁ ଓ ଏହାର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇଯିବ । ତେଣୁ ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସେହିପରି ପାଣିରେ ବୁଡି ଯାଇଥିବା ଅଳ୍ପ ଉଚ୍ଚର ପୋଲ ଉପରେ ନଜର ରଖିବାକୁ ପୋଲିସ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବୈଠକରେ ଏସପି ଋଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ସମସ୍ତ ତହସିଲଦାର, ବିଡିଓ, ଜିଲ୍ଲାସ୍ତରୀୟ ଅଧିକାରୀ ପୁଲିସ ଆଇଆଇସି ତଥା ଇଂଜିନିୟରମାନେ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.