ETV Bharat / state

ଜନନୀ ଯନ୍ତ୍ରଣାର କରୁଣ ଚିତ୍ର: ଆସିଲାନି ଆମ୍ବୁଲାନ୍ସ, ଟୋକେଇରେ ବୁହା ହେଲେ ପ୍ରସୂତି - ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର

ମାଲକାନଗିରିରୁ ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଚିତ୍ର। ଟୋକେଇରେ ବୁହା ହୋଇ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ନବଜାତକୁ ଜନ୍ମ ଦେଲେ ମହିଳା । ଅଧିକ ପଢନ୍ତୁ

pregnant woman carried on basket
pregnant woman carried on basket
author img

By

Published : Feb 1, 2023, 9:47 AM IST

ଟୋକେଇରେ ବୁହା ହେଲେ ପ୍ରସୂତି

ମାଲକାନଗିରି: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର। ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା କରୁଣ କାହାଣୀ। ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବାକୁ ଆସିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ଟୋକେଇରେ 8 କିମି ବୁହା ହେଲେ ଗର୍ଭବତୀ ମହିଳା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ନବଜାତକୁ ଜନ୍ମଦେଲେ ମହିଳା। ଶେଷରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିଛି ମାଲକାନଗିରିର ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ ପାପୁଲୁର ନାଏଡ଼ାଗୁଡାରେ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ମଙ୍ଗଳବାର) ଉକ୍ତ ଗ୍ରାମର ରାମଚନ୍ଦ୍ର ଶିଶାଙ୍କ ପତ୍ନୀ ଭାନୁ ଶିଶାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଏନେଇ ଖବର ପାଇ ଆଶାକର୍ମୀ ନୀଳିମା ଖିଲ ପହଞ୍ଚିଥିଲେ । ପରେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ରହିଥିବାରୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିବାକୁ ମନା କରିଦେବାରୁ ବାଧ୍ୟହୋଇ ପରିବାର ଲୋକ ଭାନୁଙ୍କୁ ଗୋଟିଏ ଟୋକେଇରେ ବସାଇ ଭାର କରି ୮କିଲୋମିଟର ପପୁଲର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଅସହ୍ୟ ଯନ୍ତ୍ରଣାରେ ଭାନୁ ରାସ୍ତାରେ ହିଁ ନବଜାତକକୁ ଜନ୍ମ ଦେଇଥିଲେ ।

ପ୍ରସବ ପରେ ଚିକିତ୍ସା ପାଇଁ ଭାନୁ ଓ ନବଜାତ ଶିଶୁକୁ ପୁଣି ଟୋକେଇରେ ବୋହି ପାପୁଲର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର , ନର୍ସ ଓ ଆମ୍ବଲାନ୍ସ ଡ୍ରାଇଭର ନଥିବାରୁ ପରିବାର ଲୋକ ପୁଣି ଚିନ୍ତାରେ ପଡ଼ିଯାଇଥିଲେ । ଏହାପରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ନେବାପାଇଁ ରାସ୍ତାରେ ଗାଡ଼ିକୁ ଅପେକ୍ଷା କରି ରୋଗୀ ଛାଡ଼ି ଫେରୁଥିବା ଅନ୍ୟ ଗୋଟିଏ ଆମ୍ବୁଲାନ୍ସରେ ଭାନୁଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସା ପରେ ପ୍ରସୂତି ଓ ନବଜାତ ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିfବା ପରିବାର ଲୋକେ ଜଣାଇଛନ୍ତି। ପ୍ରସୂତିଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି ଯେ , ''ରୋଗୀ ସେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଜରୁରୀ ସମୟରେ ଆମ୍ବୁଲାନ୍ସ ନମିଳିବା ପରିତାପର ବିଷୟ ।''

ତେବେ ଏହା ପ୍ରଥମ ଘଟଣା ନୁହଁ ବାରମ୍ଭାର ଉପାନ୍ତ ଅଞ୍ଚଳଗୁଡିକରୁ ଏପରି ଚିତ୍ର ସାମ୍ନାକୁ ଆସୁଛି । କିନ୍ତୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । କିଛିଦିନ ପୂର୍ବରେ କଳାହାଣ୍ଡିରୁ ଏପରି ଚିତ୍ର ସାମ୍ନାକୁ ଆସିଥିଲା । ରାସ୍ତା ନଥିବାରୁ ଗାଁକୁ ଆସିପାରିନଥିଲା ଆମ୍ବୁଲାନ୍ସ । ଶେଷରେ ଖଟିଆ ବୁହା ହୋଇଥିଲେ ଗର୍ଭବତୀ । ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରୁ ସାମ୍ନାକୁ ଆସିଥିବା ଏପରି ଚିତ୍ର ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.