ETV Bharat / state

‘ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଛନ୍ତି ଜିଲ୍ଲାପାଳ’ - ୱାଇ ବିଜୟ

ମାଲକାନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାପାଳ ଟେଣ୍ଟର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ

author img

By

Published : Jun 22, 2021, 4:03 PM IST

Updated : Jun 22, 2021, 5:22 PM IST

ମାଲକାନଗିରି: ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ । ମାଲକାନଗିରି ଜିଲ୍ଲାପାଳ ଡ. ୱାଇ.ବିଜୟ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ପ୍ରଦୀପ ମାଝୀ । ଗତ ମାର୍ଚ୍ଚ ମାସରେ ହୋଇଥିବା ମାଇନର ମିନେରାଲ ସୋରସେସ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଓ ଏହି ଅନିୟମିତତା ନିଜେ ଜିଲ୍ଲାପାଳ କରିଥିବା ପ୍ରଦୀପ ଅଭିଯୋଗ ଆଣିଛନ୍ତି । ଏହି ବାବଦକୁ ଜିଲ୍ଲାପାଳ ନଗଦ କୋଟିଏ ଟଙ୍କା ଲାଞ୍ଚ ନେବା ସହ ମୂଲ୍ୟବାନ ଗାଡି ଉପହାର ନେଇଥିବା ସେ ଆରୋପ ଲଗାଇଛନ୍ତି ।

‘ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଛନ୍ତି ଜିଲ୍ଲାପାଳ’

ଗତ ମାର୍ଚ୍ଚ ମାସ ୨୦ ତାରିଖ ସମୟ ୫ଟାରେ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ଟେଣ୍ଡର ବକ୍ସ ତିନି ଦିନ ପରେ ଅର୍ଥାତ ୨୩ ତାରିଖ ଦିନ ୧ ଘଣ୍ଟା ୪୦ ମିନିଟରେ ଟ୍ରେଜର ଷ୍ଟ୍ରଙ୍ଗ ରୁମକୁ ପଠାଯାଇଥିଲା । ସେଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ମାତ୍ର ଗୋଟିଏ କିଲୋମିଟର ଦୂର ହୋଇଥିବାବେଳେ ଏଥିପାଇଁ ୩ ଦିନ ସମୟ ଲାଗିଲା । ତେବେ ସେହି ତିନି ଦିନ ଟେଣ୍ଡର ବକ୍ସ ଜିଲ୍ଲାପାଳଙ୍କ ବାସଭବନକୁ ନିଆଯାଇଥିଲା କାହିଁକି ବୋଲି ପ୍ରଦୀପ ପ୍ରଶ୍ନ ଉଠାଇଛନ୍ତି । ଉକ୍ତ ତିନି ଦିନ ମଧ୍ୟରେ ଚଞ୍ଚକତା କରାଯାଇ ସିଏଚ. ବେଣୁଗୋପାଳ 7ଟି ପଥର ଖାଦାନ ମାତ୍ର ୪୦ ଟଙ୍କାରୁ ୫୦ ଟଙ୍କା ବ୍ୟବଧାନରେ ରୋୟାଲଟି ମୂଲ୍ୟ ଧାର୍ଯ୍ୟ କରି ଖାଦାନଗୁଡିକ ପାଇବାରେ ସଫଳ ହୋଇଛନ୍ତି । ସେପଟେ ଟେଣ୍ଡର ଆବେଦନ ପାଇଁ ହୋଇଥିବା ସଲଭେନସିରେ ଜମିର ମୂଲ୍ୟ 1 କୋଟି ୫୯ ଲକ୍ଷ ୩୨୮ ଟଙ୍କା ହେଲା କିପରି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ସଲଭେନସିରେ ବ୍ୟବହାର କରାଯାଇଥିବା ଘର ୪ କୋଟି ୮୯ ଲକ୍ଷ ଦର୍ଶାଯାଇଥିବା ବେଳେ ବାସ୍ତବରେ ଏହାର ମୂଲ୍ୟ ବହୁତ କମ୍ ଏବଂ ସିଏଚ ବେଣୁଗୋପାଲ ଚଞ୍ଚକତା କରି ଯେଉଁ ୭ଟି ପଥର ଖାଦାନ ଲିଜ ପାଇଛନ୍ତି ତାହାର ସମୁଦାୟ ଏମଜିକ୍ୟୁ (ମିନିମମ୍ ଗ୍ୟାରେଣ୍ଟ କ୍ୟାଣ୍ଟିଟି ) ୨ କୋଟି ୩୮ ଲକ୍ଷ ୯୩ ହଜାର ୨୦୦ ଟଙ୍କା ହୋଇଥିବା ବେଳେ ମାତ୍ର ୧ କୋଟି କାର ସଲଭେନସି ସାର୍ଟିଫିକେଟ ପ୍ରଦାନ କରି ସମସ୍ତ ଲିଜ ଦିଆଯାଇଛି ।

ମାର୍ଚ୍ଚ ୩୦ ତାରିଖ ଦିନ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାବେଳେ ତା' ପରଦିନ MG hector ଗାଡି, ଯାହାର ମୂଲ୍ୟ ୨୧ ଲକ୍ଷରୁ ଉର୍ଦ୍ଧ୍ବ ଜନୈକ ମହିଳାଙ୍କ ନାମରେ କିଣାଯାଇ ସରକାରୀ ଅଫିସରେ ଲଗାଇ ନିଜେ ଜିଲ୍ଲାପାଳ ଏହି ଗାଡିକୁ ବ୍ୟବହାର କରିବାକୁ ନେଇ ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝୀ । ସରକାରୀ ନିୟମ ଅନୁଯାୟୀ, ଜିଲ୍ଲାପାଳମାନେ ସ୍କର୍ପିଓ, କ୍ରେଟା ଏବଂ ମହିନ୍ଦ୍ରା ମାରାଜୋ ଯାହାର କି ବୈଧ କଣ୍ଟ୍ରାକ୍ଟ ପରମିଟ ଥିଲେ ହିଁ ସରକାରୀ ଅଫିସରେ ବ୍ୟବହାର ହୋଇପାରିବ । ଏନେଇ ପ୍ରଦୀପ ମାଝୀ ଟେଣ୍ଡର ଫିକ୍ସିଂ କୁ ଅବୈଧ ଘୋଷଣା କରିବା ଏବଂ ଜିଲ୍ଲାପାଳକୁ ଚାକିରିରୁ ନିଳମ୍ବିତ କରିବା ସହ ନିରପେକ୍ଷ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି ।

ଏହାସହ ଜିଲ୍ଲାପାଳ ଓ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ମଧ୍ୟ ଦାବି ରଖିଛନ୍ତି । ସରକାର ଯଦି ପଦକ୍ଷେପ ନ ନିଅନ୍ତି ତେବେ କଂଗ୍ରେସ ପକ୍ଷରୁ ଆସନ୍ତା ୪ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଅପରପକ୍ଷରେ ମୋଟୁ ତହସିଲଦାରଙ୍କୁ ପଚାରିବାରୁ ସେଭଳି କିଛି ହୋଇ ନଥିବା ତହସିଲଦାର କହିଛନ୍ତି । ଆଜିର ଏହି ପ୍ରେସମିଟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସମେତ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର , କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ , କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି , ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ଚିତ୍ତ ପଟ୍ଟନାୟକ, ରବି ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jun 22, 2021, 5:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.