ETV Bharat / state

ପଦାରେ ପଡିଲା କ୍ବାରେଣ୍ଟାଇନ ସେଣ୍ଟରର ସତ, ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ - କ୍ବାରେଣ୍ଟାଇନ ସେଣ୍ଟର ନଷ୍ଟ

ଖତ ଖାଉଛି କ୍ବାରେଣ୍ଟାଇନ ସେଣ୍ଟର ସାମଗ୍ରୀ । ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଖତ ଖାଉଛି କ୍ବାରେଣ୍ଟାଇନ ସେଣ୍ଟର ସାମଗ୍ରୀ
ଖତ ଖାଉଛି କ୍ବାରେଣ୍ଟାଇନ ସେଣ୍ଟର ସାମଗ୍ରୀ
author img

By

Published : Apr 5, 2022, 11:44 AM IST

Updated : Apr 5, 2022, 1:16 PM IST

ମାଲକାନଗିରି: ମହାମାରୀ କାଳରେ ସରକାର ବିଭିନ୍ନ ଜରୁରୀକାଳୀନ ସେବା ଯୋଗାଇଥିଲେ । ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ବାହାର ରାଜ୍ୟ ତଥା ଦେଶରୁ ଆସୁଥିବା ଲୋକଙ୍କ ପାଇଁ କ୍ବାରେଣ୍ଟାଇନ ସେଣ୍ଟର ବା ଆଇସୋଲେସନ ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ମାଲକାନଗିରି ଜିଲ୍ଲାର ସମସ୍ତ ପଞ୍ଚାୟତରେ ଦୁଇଟି କ୍ବାରେଣ୍ଟାଇନ ସେଣ୍ଟର କରାଯାଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଖଟ, ଗଦି ଆଦି ବିଭିନ୍ନ ପ୍ରକାରର ଆସବାବପତ୍ର ସରକାର ଯୋଗାଇ ଦେଇଥିଲେ । ହେଲେ ବର୍ତ୍ତମାନ କୋଭିଡ କଟକଣା ହଟିଯିବା ପରେ କ୍ବାରେଣ୍ଟାଇନ ସେଣ୍ଟର ଆସବାବପତ୍ର ବାହାରେ ପଡି ଖତ ଖାଉଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବଦଲି ପଞ୍ଚାୟତ ଅଫିସ୍ ପରିସରରେ ଏଭଳି ଦୃଶ୍ୟ ଦେଖାଯାଇଛି ।

ପଦାରେ ପଡିଲା କ୍ବାରେଣ୍ଟାଇନ ସେଣ୍ଟରର ସତ, ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ

କ୍ବାରେଣ୍ଟାଇନ ସେଣ୍ଟର ଆସବାବପତ୍ର ବାହାରେ ପଡି ରହିଥିବା ଦେଖିବା ପରେ ବଦଲି ପଞ୍ଚାୟତ ନିର୍ବାହୀ ଅଧିକାରୀ(PEO)ଙ୍କୁ ଏ ସମ୍ପର୍କରେ ପଚାରିବା ପାଇଁ ତାଙ୍କ କାର୍ଯ୍ୟାଳୟରେ ଇଟିଭି ଭାରତ ପ୍ରତିନିଧି ପହଞ୍ଚିଥିଲେ । ଏହାପରେ ପ୍ରାୟ ବର୍ଷ ହେବ ବନ୍ଦ ପଡିଥିବା କାର୍ଯ୍ୟାଳୟକୁ ଅଧିକାରୀ ଜଣକ ଖୋଲିଥିଲେ । କାର୍ଯ୍ୟାଳୟ ଗୃହରେ ବୁଢିଆଣୀ ଜାଲ ସହ ପ୍ରବଳ ଧୂଳି ଓ ମୂଷା ମଳ ଭରି ରହିଥିବାର ଦେଖାଯାଇଥିଲା । ଏଥିରୁ ଗାଁ ପରିମଳ ଧୋବା ତୁଠରୁ ଭଳି କ୍ବାରେଣ୍ଟାଇନ ସେଣ୍ଟର ଅବସ୍ଥା ମଧ୍ୟ ସ୍ପଷ୍ଟ ବାରି ହୋଇପଡିଥିଲା ।

ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସଫେଇ ଦେଇଥିଲେ ଯେ, ସେ ଛଅ ମାସ ହେବ ଏଠାକୁ ଆସିଛନ୍ତି । ତାଙ୍କ ପୂର୍ବରୁ ଥିବା PEOଙ୍କ ସମୟରେ ଏଭଳି ଅବ୍ୟବସ୍ଥା ହୋଇଥିଲା । ସେହିପରି କ୍ବାରେଣ୍ଟାଇନ ସାମଗ୍ରୀ ସମ୍ପର୍କରେ ସେ କହିଛନ୍ତି ଯେ, ପଞ୍ଚାୟତ ଗୋଦାମ ଘରେ ନଳକୂପ ପାଇପ୍ ରଖାଯାଇଛି । ଏଣୁ ଏସବୁ ଜିନିଷ ବାହାରେ ପଡିଛି ।

ଏହି ଘଟଣା ନେଇ କାଲିମେଳା BDO ଉମାଶଙ୍କର ଦଳେଇଙ୍କୁ ଫୋନ୍ ଯୋଗେ ଅବଗତ କରାଇଥିଲୁ । ସେ କହିଥିଲ, PEO ନୂଆ ଭାବେ GRSରୁ ପ୍ରୋମସନ ହୋଇଆସିଛନ୍ତି ଏବଂ ଏହି ଘଟଣାର ତୁରନ୍ତ ସମାଧାନ କରାଯିବ । ତେବେ ଆସନ୍ତା ଦିନରେ କିଭଳି BDO ଏହାର ସମାଧାନ କରିବେ ତାହା ଦେଖିବାକୁ ରହିଲା ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated : Apr 5, 2022, 1:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.