ETV Bharat / state

ଇଭିଏମ କଲା ନାକେଦମ: ବିଳମ୍ବିତ ରାତି ଯାଏଁ ଚାଲିଲା ଭୋଟିଂ

କୋରାପୁଟ ଓ କଳାହାଣ୍ଡିର ବିଭିନ୍ନ ବୁଥରେ ବିଳମ୍ବିତ ରାତି 11.55 ଯାଏଁ ଭୋଟିଂ ପ୍ରକ୍ରିୟା ଜାରି ରହିଥିଲା । ତେବେ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଥିଲା ଇଭିଏମ । ତ୍ରୁଟି ପାଇଁ ଭୋଟ ଦାନ ପ୍ରକ୍ରିୟା ବିଳମ୍ବ ହୋଇଥିବା ସୂଚନା ରହିଛି।

author img

By

Published : Apr 12, 2019, 11:57 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର/ ମାଲକାନଗିରି

ଭୁବନେଶ୍ବର/ମାଲକାନଗିରି: ସୁରୁଖୁରୁରେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟର ବିଭିନ୍ନ ବୁଥରେ ନିଜର ମତ ସାବ୍ୟସ୍ତ କରିଛନ୍ତି ଭୋଟର । ଖରା ଓ ଗରମ ସତ୍ତ୍ବେ ବୁଥ ସାମ୍ନାରେ ଲମ୍ବା ଲାଇନରେ ଛିଡା ହୋଇ ନିଜ ପାଳିକୁ ଅପେକ୍ଷା କରିଥିଲେ ଭୋଟର। କାରଣ ଦିନେ କି ଦୁଇ ଦିନ ନୁହେଁ 5 ବର୍ଷ ପାଇଁ ନିଜର ନେତା ବାଛିବେ ଜନତା।

ତେବେ ସବୁଠାରୁ ବଡ କଥା ହେଲା ଧାର୍ଯ୍ୟ ହୋଇଥିବା ସମୟ ଅତିକ୍ରମ କରିଯାଇଥିଲେ ବି ଏହା ପରେ ଲୋକମାନେ ନିଜର ମତ ସାବ୍ୟସ୍ତ କରିଥିଲେ। ସୂଚନା ଅନୁସାରେ, କୋରାପୁଟ ଓ କଳାହାଣ୍ଡିର ବିଭିନ୍ନ ବୁଥରେ ବିଳମ୍ବିତ ରାତି 11.55 ଯାଏଁ ଭୋଟିଂ ପ୍ରକ୍ରିୟା ଜାରି ରହିଥିଲା । ତେବେ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଥିଲା ଇଭିଏମ । ତ୍ରୁଟି ପାଇଁ ଭୋଟ ଦାନ ପ୍ରକ୍ରିୟା ବିଳମ୍ବ ହୋଇଥିବା ସୂଚନା ରହିଛି।

ସେହିଭଳି ପୂର୍ଣ୍ଣାଗୁଡା ମାଥିଲି ଅଞ୍ଚଳରେ ମଧ୍ୟ ଭୋଟରମାନେ ଅତି ଉତ୍ସାହିତ ଥିଲେ। ବିଚ୍ଛିନ୍ନାଞ୍ଚଳରେ ବିକାଶର ଧାରା ପ୍ରବାହିତ କରିବାକୁ ସଂକଳ୍ପ ନେଇଥିଲେ ଏଠାକାର ବାସିନ୍ଦା। ଯାହାଫଳରେ ବିଳମ୍ବିତ ରାତି ଯାଏଁ ରହି ଭୋଟ ଦେବାକୁ କୁଣ୍ଠାବୋଧ କରିନଥିଲେ ଭୋଟର। ପ୍ରାୟ 50ରୁ ଅଧିକ ଭୋଟର ଅପେକ୍ଷା କରି ନିଜର ମତ ସାବ୍ୟସ୍ତ କରିଥିଲେ । କୋରକୋଣ୍ଡା ଓ ମାଲକାନଗିରିରେ 70 ପ୍ରତିଶତ ଭୋଟିଂ ହୋଇଥିବା ବେଳେ ମାଥିଲି ଓ ଖଇରପୁଟରେ ବିଳମ୍ବିତ ରାତି ଯାଏଁ ଚାଲିଥିଲା ଭୋଟିଂ।

ସୂଚନାଯୋଗ୍ୟ, 2019ର ଗଣତାନ୍ତ୍ରିକ ମହାପର୍ବ ଆରମ୍ଭ ହୋଇଯାଇଛି। ଗୁରୁବାର ରାଜ୍ୟର 4ଟି ଲୋକସଭା ଓ 28ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ 217 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି।

ଭୁବନେଶ୍ବରରୁ ତପନ କୁମାର ଦାସ ଓ ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.