ମାଲକାନଗିରି : ପୋଲିସ ମହାନିର୍ଦ୍ଦେଶକ ଅଭୟ ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଡିଜି ଅଭୟ, ଆଇ ଜି ଅପରେସନ ଅମିତାଭ ଠାକୁର, ଡାଇରେକ୍ଟ ଇଣ୍ଟିଲଜେନସ ଆର.କେ ଶର୍ମା, ଡିଆଜି ଏସ. ଆଇ. ଡବ୍ଲ୍ୟୁ ଅନିରୁଦ୍ଧ ସିଂ, ଏସପି ଋଷିକେସ ଡି.ଖିଲାରି ପହଞ୍ଚି ଥିଲେ । ଏହାସହ ମାଓ ସ୍ଥିତିର ସମୀକ୍ଷା କରିଥିଲେ ।
ଏହା ତାଙ୍କର ଦ୍ବିତୀୟ ଗସ୍ତ ଥିଲା । ମାଓବାଦୀଙ୍କ ମନୋବଳ ପୁରା ଦୁର୍ବଳ ରହିଛି । ତାଙ୍କୁ ଗାଁ ଲୋକେ ସମର୍ଥନ କରୁନାହାଁନ୍ତି ବୋଲି ପୋଲିସ ଡିଜି ଅଭୟ ପ୍ରକାଶ କରିଥିଲେ। ମାଓବାଦୀଙ୍କ ଖସିଯିବାର ଆଉ ବାଟ ନାହିଁ । ପୋଲିସ ନିକଟରେ ଆତ୍ମସମର୍ପଣ ଶେଷ ରାସ୍ତା ବୋଲି ସେ କହିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ