ETV Bharat / state

ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ ଘଟଣା, ପୁଣି ପ୍ରଶ୍ନପତ୍ର ଲିକ

ମାଲକାନଗିରି ଜିଲ୍ଲାରେ OTET ପରୀକ୍ଷା ପ୍ରଶ୍ନୋତ୍ତର ଲିକ ଘଟଣା । ପୁନଃ ଆୟୋଜିତ କରାଯାଇଥିବା ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର । ଅଧିକ ପଢ଼ନ୍ତୁ

OTET question answer paper again goes viral before exam in malkangiri
ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ ଘଟଣା, ପୁଣି ପ୍ରଶ୍ନପତ୍ର ଲିକ
author img

By

Published : Oct 15, 2022, 8:53 AM IST

Updated : Oct 15, 2022, 11:28 AM IST

ମାଲକାନଗିରି: OTET ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ ମୋବାଇଲରୁ ମୋବାଇଲକୁ ଘୁରିବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଉଚ୍ଚସ୍ତରୀୟ ତଦନ୍ତ ଦାବି ସହ ଉକ୍ତ ପରୀକ୍ଷାକୁ ବାତିଲ କରି ପୁନଃ ପରୀକ୍ଷା କରିବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏହି କ୍ରମରେ 14 ଅକ୍ଟୋବର ପରୀକ୍ଷାର ଆୟୋଜନ ହୋଇଥିଲା । ହେଲେ ସମାନ କ୍ରମରେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ଭାଇରାଲ ହୋଇଛି ।

ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ ଘଟଣା

ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଗତ ଅଗଷ୍ଟ ୨୯ ତାରିଖରେ ତିନୋଟି କେନ୍ଦ୍ରରେ ଶିକ୍ଷକ ଯୋଗ୍ୟତା(ଓଟିଇଟି) ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରଶ୍ନପତ୍ର ଲିକ ହେବାପରେ ପରୀକ୍ଷାକୁ ବାତିଲ କରି ପୁନଃ ପରୀକ୍ଷା କରାଯିବା ନେଇ ନିର୍ଦେଶ ଦେଇଥିଲେ । ତେବେ ବିଭାଗ ପକ୍ଷରୁ 14 ତାରିଖ ପୁଣି ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଜିଲ୍ଲାର ସଦର ମହକୁମାରେ ରହିଥିବା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ,ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତିନୋଟି କେନ୍ଦ୍ରରେ ମୋଟ ୭୪୨ ଜଣ ଶିକ୍ଷକ ପରୀକ୍ଷା ଦେଇଥିଲେ । ତେବେ ପୂର୍ବଭଳି ଏଥର ମଧ୍ୟ ପରୀକ୍ଷା ପୂର୍ବରୁ ପ୍ରଶ୍ନଉତ୍ତର ଗୁଡିକ ଭାଇରାଲ ହୋଇଥିଲା । ସମାନ ଆକାରରେ ଗୋଟିଏ ପ୍ରଶ୍ନର ଉତ୍ତର ପାଞ୍ଚ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ ହୋଇଥିବା ଅଭିଯୋଗ ହୋଇଛି । ତେବେ ସୁରକ୍ଷା ବଳୟରେ ରହିଥିବା ପ୍ରଶ୍ନପତ୍ର ଥାଇ ମଧ୍ୟ ଦୁଇ ଦୁଇ ଥର ସମାନ ଢଙ୍କରେ ଲିକ୍ ହେବା ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏନେଇ ବିଭାଗୀୟ କର୍ମଚାରୀଙ୍କ ଉପରେ ଅଙ୍ଗୁଳି ଉଠୁଛି।

ଏହା ମଧ୍ୟ ପଢ଼ନ୍ତୁ: ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ଦାବି

ବଜାରରେ ଯେଉଁ ପ୍ରଶ୍ନତ୍ତର ଲିକ ହୋଇ ମୋବାଇଲରେ ଘୁରି ବୁଲୁଥିଲା, ସେହି ଉତ୍ତର ପତ୍ରକୁ ଶିକ୍ଷକମାନେ ପରୀକ୍ଷା ଦେବା ପରେ ତାଳମେଳ କରିବା ପରେ ଏକା ଦେଖିବାକୁ ମିଳିଥିଲା । ଅନ୍ୟ ଦିଗରେ ତିନୋଟି କେନ୍ଦ୍ରରେ ତିନି ଜଣ ସରକାରୀ କର୍ମଚାରୀ ଅବଜରଭର ଭାବେ ଦାୟିତ୍ବ ନେଇଥିଲେ । ସେମାନେ ହେଲେ ଅତରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ,ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ ଏବଂ ପିଏ,ଆଇଟିଡିଏ ତ୍ରିନାଥ ମାଝି ।

ତେବେ ଏନେଇ କିଛି ପରୀକ୍ଷାର୍ଥୀଙ୍କୁ ପଚାରିବାରୁ ସେମାନେ ପ୍ରଶ୍ନୋତ୍ତର ଲିକ ହୋଇଥିବା ଜାଣିନଥିବା କହିଛନ୍ତି । ଯଦି ପୁଣି ଏହି ପରୀକ୍ଷା ବାତିଲ ହୁଏ ତେବେ ସେମାନେ ଆଉ ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି । ତେବେ ବାରମ୍ବାର ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅବଜରଭରମାନଙ୍କୁ ପ୍ରଶ୍ନ କରାଯିବାରୁ ସେମାନେ ଏଭଳି କୌଣସି ଘଟଣା ଘଟିଥିବା ସ୍ବୀକାର କରିନଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, "ବାହାରେ କଣ ହୋଇଛି ଆମେ ଜାଣିନାହୁଁ । ପରୀକ୍ଷା କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ସହ କଡା ସୁରକ୍ଷାରେ ପରୀକ୍ଷା ସମ୍ପନ୍ନ ହୋଇଛି । " କିଛି ବିଭାଗୀୟ ଅଧିକାରୀ ଏଭଳି କାମ କରୁଥିବା ସାଧାରଣରେ ଆଲୋଚନା ଜୋର ଧରିଛି । ଯେଉଁମାନେ ପାଠ ପଢି ପରୀକ୍ଷା ଦେଇଛନ୍ତି ସେମାନଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ । ତେବେ ଏହାର ଉଚିତ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶିକ୍ଷକ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ମାଲକାନଗିରି

Last Updated : Oct 15, 2022, 11:28 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.