ETV Bharat / state

ଖୋଲିଲା ବାଲିମେଳା ଜଳଭଣ୍ଡାରର ଗୋଟିଏ ସ୍ଲୁଇସ ଗେଟ - malkangiri news

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବା ପାଇଁ ଆଜି ଚାରି ନମ୍ବର ସ୍ଲୁଇସ୍ ଗେଟ ଖୋଲା ଯାଇଛି । ଏବେ ଜଳଭଣ୍ଡାରରେ ବର୍ତ୍ତମାନ 1 ହଜାର 492 ଫୁଟ ଜଳ ରହିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି
author img

By

Published : Aug 19, 2019, 11:04 AM IST

ମାଲକାନଗିରି: ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବା ପାଇଁ ଆଜି ଚାରି ନମ୍ବର ସ୍ଲୁଇସ୍ ଗେଟ ଖୋଲା ଯାଇଛି । ବାଲିମେଳା ଜଳଭଣ୍ଡାରରେ 1 ହଜାର 514 ଫୁଟ ଜଳ ସଂରକ୍ଷଣ କରିବାର କ୍ଷମତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସର୍ବନିମ୍ନ ବିପଦସ୍ତର ମଧ୍ୟ ଛୁଇଁନାହିଁ ପାଣି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଜଳଭଣ୍ଡାରରେ ବର୍ତ୍ତମାନ 1 ହଜାର 492 ଫୁଟ ଜଳ ରହିଛି । ହେଲେ ଆନ୍ଧ୍ରପ୍ରଦେଶକୁ ପାଣିର ଆବଶ୍ୟକତା ହୋଇଥିବା ବେଳେ ଚିତ୍ରକୋଣ୍ଡା ଜଳଭଣ୍ଡାରର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୋଟିଏ ଗେଟ୍ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାଲିମେଳା ଜଳଭଣ୍ଡାର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଯୁଗ୍ମ ପ୍ରକଳ୍ପ ହୋଇଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲିବା ପରେ ବର୍ତ୍ତମାନ ବାଲିମେଳା ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ 6 ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଖୋଲିଲା ବାଲିମେଳା ଜଳ ଭଣ୍ଡାରର ଗୋଟିଏ ସୁଇସ୍ ଗେଟ।Body:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରିବା ଲାଗି ଆଜି ଚାରି ନମ୍ବର ସୁଇସ୍ ଗେଟ ଖୋଲା ଯାଇଛି । ବାଲିମେଳା ଜଳ ଭଣ୍ଡାରରେ 1514 ଫୁଟ ଜଳ ସଂରକ୍ଷଣ କରିବାର କ୍ଷମତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସର୍ବ ନିମ୍ନ ବିପଦ ସ୍ତର ମଧ୍ୟ ଛୁଇନାହି ପାଣି । ଜଳଭଣ୍ଡାରରେ ବର୍ତ୍ତମାନ 1492 ଫୁଟ ଜଳ ରହିଛି । ହେଲେ ଆନ୍ଧ୍ର ପ୍ରଦେଶକୁ ପାଣିର ଆବଶ୍ୟକତା ହୋଇଥିବା ବେଳେ ଚିତ୍ରକୋଣ୍ଡା ଜଳ ଭଣ୍ଡାରର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୋଟିଏ ଗେଟ୍ ଖୋଲିଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବାଲିମେଳା ଜଳ ଭଣ୍ଡାର ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଯୁଗ୍ମ ପ୍ରକଳ୍ପ ହୋଇଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସୁଇସ୍ ଗେଟ୍ ଖୋଲିବା ପରେ ବର୍ତ୍ତମାନ ବାଲିମେଳା ଜଳ ଭଣ୍ଡାରରୁ ପ୍ରତି ସେକେଣ୍ଡରେ 6000 କିଉସେକ୍ ଜଳ ନିଷ୍କାସନ ହେଉଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.