ETV Bharat / state

OAS ପରୀକ୍ଷାରେ ୫ମ ସ୍ଥାନରେ ମାଲକାନଗିରି ଛାତ୍ର ଦେବବ୍ରତ - ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦

ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ରେ ମାଲକାନଗିରି ଛାତ୍ରଙ୍କ କୃତିତ୍ୱ । ଏହି ପରୀକ୍ଷାରେ ୫ ନମ୍ବର ସ୍ଥାନ ଅଧିକାର କରିଛନ୍ତି ମାଲକାନଗିରି ଜିଲ୍ଲାର ଦେବବ୍ରତ ମହାରଣା । ଅଧିକ ପଢନ୍ତୁ

OAS ପରୀକ୍ଷାରେ ୫ମ ସ୍ଥାନରେ ମଲକାନଗିରି ଛାତ୍ର ଦେବବ୍ରତ

author img

By

Published : Oct 8, 2022, 12:01 PM IST

ମାଲକାନଗିରି: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦(Odisha Civil Service) ପରୀକ୍ଷା ଫଳ । ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉପାନ୍ତ ଜିଲ୍ଲାର ଛାତ୍ରଙ୍କ କୃତିତ୍ତ୍ବ । ଏହି ପରୀକ୍ଷାରେ ୫ ନମ୍ବର ସ୍ଥାନ ଅଧିକାର କରିଛନ୍ତି ମାଲକାନଗିରି ଜିଲ୍ଲାର ଦେବବ୍ରତ ମହାରଣା । ଗତଥର ମଧ୍ୟ ଓଡିଶା ସିଭିଲ ସର୍ଭିସରେ ୩୮ ନମ୍ବର ସ୍ଥାନରେ ରହିଥିଲେ ଦେବବ୍ରତ ।

ସଦର ମହକୁମାର ସରକାରୀ ସ୍କୁଲରେ ପାଠ ପଢିବା ସହ ସ୍ଥାନୀୟ କଲେଜରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ଦେବବ୍ରତ । ଗତଥର ମଧ୍ୟ ଓଡିଶା ସିଭିଲ ସର୍ଭିସରେ ୩୮ ନମ୍ବର ସ୍ଥାନରେ ରହିଥିଲେ । ଚଳିତ ଥର ପୁଣି ସେ ପରୀକ୍ଷା ଦେଇ ୫ ନମ୍ବର ସ୍ଥାନ ରଖିଛନ୍ତି । ନିଷ୍ଠାପର ଭାବେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ଦେବବ୍ରତ ।

ଏହା ମଧ୍ୟ ପଢନ୍ତୁ:ପ୍ରକାଶ ପାଇଲା 2020 OAS ରେଜଲ୍ଟ, ତେଜସ୍ୱିନୀ ବେହେରା ଟପ୍ପର

ତେବେ ଏହା ପୂର୍ବରୁ ସେ ଓଆରଏସ ପାଇ କଳାହାଣ୍ଡିରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ତେବେ ମାଲକାନଗିରିରୁ କଲେଜ ପାଠ ସାରି ସେ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯାଇ ବିଟେକ କରିଥିଲେ । ପରେ ଏକ ଏୟାରପୋର୍ଟ ଇଣ୍ଡିଆରେ ଚାକିରି କରୁଥିଲେ । ନିଜେ ଘରେ ବସି ଦିନରାତି ଏକ କରି ପାଠ ପଢି କୃତିତ୍ବ ହାସଲ କରିବାରେ ସଫଳ ହୋଇଥିଲେ । ସେହିପରି ମାଲକାନଗିରିର ପ୍ରଜ୍ଞାମିତା ସାମନ୍ତରାୟ ମଧ୍ୟ ୯୧ ନମ୍ବର ସ୍ଥାନରେ ରହିଥିବା ଜଣାପଡିଛି ।

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦(Odisha Civil Service) ପରୀକ୍ଷା ଫଳ । ପ୍ରଥମ ତିନି ସ୍ଥାନରେ ରହିଛନ୍ତି ଛାତ୍ରୀ । ତେଜସ୍ବିନୀ ବେହେରା ଓଏଏସ (OAS) ଟପ୍ପର ହୋଇ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାସ ଓ ତୃତୀୟ ସ୍ଥାନରେ ଅନନ୍ୟା ଶ୍ରିଷ୍ଠି ଶତପଥୀ ରହିଛନ୍ତି । ପରୀକ୍ଷାରେ ମୋଟ ୩୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ରହିଛନ୍ତି । ଟପ ୧୦ ରାଙ୍କରେ ୭ ଜଣ ଝିଅ ରହିଥିବା ବେଳେ ୩ ଜଣ ପୁଅ ରହିଛନ୍ତି ।

ସେହିପରି ଚତୁର୍ଥ ସ୍ଥାନରେ ଦେବବ୍ରତ କର, ପଞ୍ଚମ ସ୍ଥାନରେ ଦେବବ୍ରତ ମହାରଣା, ଷଷ୍ଠ ସ୍ଥାନରେ ଅଭିସ୍ମିତା ତିଵାରୀ, ସପ୍ତମ ସ୍ଥାନରେ ଶୁଭଶ୍ରୀ ରଥ, ଅଷ୍ଟମ ସ୍ଥାନରେ ଶ୍ରୀତପା ମିଶ୍ର, ନବମ ସ୍ଥାନରେ ବିବେକାନନ୍ଦ ଷଡ଼ଙ୍ଗୀ ଓ ଦଶମ ସ୍ଥାନରେ ତପତି ରାଜ ରହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.