ETV Bharat / state

ଗୁରୁତର ଶିଶୁଙ୍କୁ ହାତରେ ଧରି ଟିକଟକରେ ମାତିଲେ ନର୍ସ

ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଏସଏନସିୟୁ ପରି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନର୍ସ ମାନେ ଗୁରୁତର ଶିଶୁଙ୍କ ଚିକିତ୍ସା ଛାଡି ଟିକ୍ ଟକ୍ ଭିଡିଓ କରୁଥିବା ଏକ ଦୃଶ୍ୟ ଏବେ ସାମନାକୁ ଆସିଛି । ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

author img

By

Published : Jun 26, 2019, 11:09 PM IST

Updated : Jun 27, 2019, 1:16 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ସାରା ଦେଶରେ ଏବେ ଟିକ୍ ଟକ୍ ଓ ଫେସବୁକ୍ ପରି ଅନେକ ସୋସିଆଲ ମିଡିଆ ଯୁବପିଢୀଙ୍କ ଉପରେ ନିଶା ଘାରିଥିବା ବେଳେ ଏହାର କୁପ୍ରଭାବ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲାରେ । ଜିଲ୍ଲା ସଦର ଚିକିତ୍ସାଳୟର ଏସଏନସିୟୁ ପରି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନର୍ସ ମାନେ ଗୁରୁତର ଶିଶୁଙ୍କ ଚିକିତ୍ସା ଛାଡି ଟିକ୍ ଟକ୍ ଭିଡିଓ କରୁଥିବା ଏକ ଦୃଶ୍ୟ ଏବେ ସାମନାକୁ ଆସିଛି । ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଏବେ ନିଜର ନବଜାତ ଶିଶୁଙ୍କୁ ଧରି ମାଲକାନଗିରି ମେଡିକାଲକୁ ଯିବା ଲାଗି ଭୟ କରୁଛନ୍ତି ଅନେକ ଅଭିଭାବକ ।

ଟିକିଏ ଭଲ କରି ଦେଖନ୍ତୁ ଏହି ଭିଡିଓ କ୍ଲିପ ଗୁଡିକୁ । ସୋସିଆଲ ମିଡିଆ ଟିକ୍ ଟକ୍ ରେ ଅପଲୋଡ ହୋଇଥିବା ଏହି ଭିଡିଓ ଗୁଡିକ କୌଣସି ମଡେଲଙ୍କର ନୁହେଁ କି ଏହା କେଉ ଫିଲ୍ମର ସିନ ନୁହେଁ । ଏହା ହେଉଛି ଉପାନ୍ତ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଦୃଶ୍ୟ । ଚିକିତ୍ସାଳୟର SNCU ପରି ଏକ ଗୁରୁତ୍ବପୁର୍ଣ୍ଣ ବିଭାଗରେ ନର୍ସ ମାନେ ଗୁରୁତର ଶିଶୁଙ୍କ ଚିକିତ୍ସା ଛାଡି ଟିକ୍ ଟକ୍ ଭିଡିଓ ଉତ୍ତୋଳନ କରୁଥିବା ସାମ୍ନାକୁ ଆସିଛି । ଏହି ରୁମ ଭିତରେ ୩ ଜଣ ନର୍ସ ଭିଡିଓ କରି ଟିକ୍ ଟକରେ ସେୟାର କରିବା ପରେ ପୁରା ଭାଇରାଲ ହୋଇଛି । ଯାହାକୁ ନେଇ ସାଧାରଣ ଲୋକ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଟିକ୍ ଟକ୍ ଭିଡିଓରେ ମଡେଲିଂ କରୁଥିବା ଏହି ୩ ଜଣ ନର୍ସ ହେଉଛନ୍ତି ଜିଲ୍ଲା ସଦର ଚିକିତ୍ସାଳୟର ନନ୍ଦିନୀ ରାୟ, ରୁବି ରାୟ ଓ ତାପସି ବିଶ୍ବାସ । ତେବେ ଯେଉଁ କୋଠରି ଭିତରେ ନବଜାତ ଶିଶୁ ମାନେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି, ତା ଭିତରେ ସିରିଅସ୍ ଶିଶୁଙ୍କୁ ବି ଛାଡିନାହାଁନ୍ତି । ଏ ଦୃଶ୍ୟକୁ ବି ଟିକିଏ ଭଲ କରି ଦେଖନ୍ତୁ, ଜଣେ ନର୍ସ ଗୋଟିଏ ଶିଶୁକୁ ହାତରେ ଧରି ମାତିଛନ୍ତି ଟିକ୍ ଟକ ଭିଡିଓରେ । ଅନ୍ୟପଟେ ଏ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କହିଛନ୍ତି ସିଡିଏମଓ ।

ଡାକ୍ତରଖାନାକୁ ଭଗବାନଙ୍କ ଆଉ ଏକ ମନ୍ଦିର ବୋଲି ଲୋକେ ଭାବନ୍ତି । ହେଲେ ଯେଉଁଠି ଲୋକେ ଜୀବନ ବଞ୍ଚାଇବା ପାଇଁ ଯାଉଛନ୍ତି ସେଠାକାର ସ୍ବାସ୍ଥ୍ୟ କର୍ମଚାରୀଙ୍କ ଆଚରଣ ଯଦି ଏପରି ହେବ, ଲୋକେ କାହା ଉପରେ ଭରସା କରିବେ ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନ...

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Jun 27, 2019, 1:16 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.