ETV Bharat / state

ଲାଲଗଡରେ ଉଡିଲା ତ୍ରିରଙ୍ଗା, ତୁଳସୀ ପାହାଡରେ ପ୍ରତିଷ୍ଠା ହେଲା BSF କ୍ୟାମ୍ପ

author img

By

Published : Apr 24, 2023, 7:07 AM IST

ଯେଉଁଠି ମାଓବାଦୀଙ୍କ ଲାଲଝଣ୍ଡା ଉଡୁଥିଲା ସେଠାରେ ଏବେ ଉଡିଲା ଜାତୀୟ ପତାକା । ମାଓଗଡ଼ ତୁଳସୀ ପାହାଡ଼ରେ ପ୍ରତିଷ୍ଠା ହେଲା ନୂତନ ବିଏସଏଫ କ୍ୟାମ୍ପ୍ । ଅଧିକ ପଢନ୍ତୁ

ତୁଳସୀ ପାହାଡ଼ରେ ପ୍ରତିଷ୍ଠା ହେଲା ନୂତନ ବିଏସଏଫ କ୍ୟାମ୍ପ୍

ମାଲକାନଗିରି: ଭୁଶୁଡୁଛି ଲାଲଗଡ । ମାଓଗଡରେ ପ୍ରତିଷ୍ଠା ହେଲା ବିଏସଏଫ କ୍ୟାମ୍ପ । ମାଥିଲି ଥାନା ସ୍ଥିତ ଛତିଶଗଡ଼ ସୀମା ମାଓଗଡ଼ ଭାବେ ଚିରପରିଚିତ ଅପହଞ୍ଚ ଇଲାକା ତୁଳସୀ ପାହାଡ଼ରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଛି । ମାଓଗଡ଼ ଦୁର୍ଗମ ତୁଳସୀ ପାହାଡ଼ରେ ଯେଉଁଠି ମାଓବାଦୀଙ୍କ ଲାଲଝଣ୍ଡା ଉଡୁଥିଲା ସେଠାରେ ଏବେ ଜାତୀୟ ପତାକା ଉଡ଼ିଛି, ଯେଉଁଠି ଶୁଭୁଥିଲା ମାଓବାଦୀ ଜିନ୍ଦାବାଦ, ଲାଲ ସଲାମ ଆଜି ସେଠି ନିର୍ଭୟରେ ଗ୍ରାମବାସୀମାନେ ନାରା ଦେଇଛନ୍ତି ବନ୍ଦେ ମାତରମ, ଭାରତ ମାତା କି ଜୟ ।

ମାଲକାନଗିରି ଜିଲ୍ଲାର ତୁଳସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଅନ୍ତର୍ଗତ ତୁଳସୀ ଗାଁ ନିକଟରେ ଜିଲ୍ଲା ପୋଲିସ ଓ ବିଏସଏଫ ପକ୍ଷରୁ ଏକ ନୂଆ କମ୍ପାନୀ ଅପରେଟିଂ ବେସ୍ – ସିଓବି ପ୍ରତିଷ୍ଠା କରାଯାଇଛି । ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପର ମୁକାବିଲା ତ୍ବରାନ୍ବିତ କରିବା ପାଇଁ ଏହି ନୂଆ ସୁରକ୍ଷା ଶିବିର ପ୍ରତିଷ୍ଠା କରାଯାଇଛି । ନୂଆ ସିଓବି ପ୍ରତିଷ୍ଠା ଦ୍ବାରା ମାଓପ୍ରବଣ ଦୁର୍ଗମ ତୁଳସୀ ଗାଁ ଓ ନିକଟସ୍ଥ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଆଗେଇବା ସହ ସ୍ଥାନୀୟ ଲୋକଙ୍କ ସୁରକ୍ଷା ହୋଇପାରିବ । ଏହା ଦ୍ବାରା ସୁରକ୍ଷା ବାହିନୀର ମାଓ ଦମନ ଅଭିଯାନ ଆହୁରି ପ୍ରଭାବଶାଳୀ ହୋଇପାରିବ ବୋଲି ମାଲକାନଗିରି ଏସପି ନିତେଶ ୱାଧନୀ କହିଛନ୍ତି ।

ଗତକାଲି (ରବିବାର) ସକାଳେ ଓଡିଶା ପୋଲିସ ଏବଂ ସୀମା ସୁରକ୍ଷା ବଳ ଦୁର୍ଗମ ତୁଳସୀ ପାହାଡ଼ ଘାଟି ଚଢି ପାଦରେ ଚାଲି ଚାଲି ତୁଳସୀ ଗ୍ରାମନିକଟରେ ପହଁଚିଥିଲେ । ସେଠାରେ ଏକ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ଏକ ଜନସମ୍ପର୍କ ଶିବିରର ଆୟୋଜନ କରିଥିଲେ । ତୁଳସୀ ପାହାଡ଼ରେ ଓଡିଶା ଛତିଶଗଡ଼ ମାଓବାଦୀଙ୍କ ଚରାଭୂଇଁ ଥିଲା, ସେଠାରେ ମାଓବାଦୀଙ୍କ ପ୍ରଜାକୋର୍ଟ ସହିତ ବିଭିନ୍ନ ହିଂସାକାଣ୍ଡର ଯୋଜନା ପ୍ରସ୍ତୁତ ହେଉଥିଲା । ପାହାଡ଼ ଉପରେ ଥିବା ୫ଖଣ୍ଡ ଗ୍ରାମବାସୀ ଭୟ ଓ ଆତଙ୍କରେ ଦିନ ବିତାଉଥିଲେ । ମାଓବାଦୀଙ୍କ କାର୍ଯ୍ୟକଳାପ ସର୍ବଦା ଜାହିର ରହୁଥିଲା । ଏହି ପୋଲିସ କ୍ୟାମ୍ପ ପ୍ରତିଷ୍ଠା ହେବା ଦ୍ବାରା ସେ ଅଞ୍ଚଳରେ ଦ୍ରୁତ ଗତିରେ ବିକାଶ ଆଣିବା ସହ ସେ ଅଞ୍ଚଳରେ ସୁରକ୍ଷା ଏବଂ ନିରାପତ୍ତା ଭାବନା ପ୍ରଦାନ କରିବ ।

ଏହି ନୂତନ କ୍ୟାମ୍ପ ପ୍ରତିଷ୍ଠା ସମୟରେ ବିଏସ୍ଏଫ୍ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ମାଲକାନଗିରି ଏସପି ନୀତେଶ ୱାଧୱାନି, ବିଏସଏଫ କମାଣ୍ଡାଣ୍ଟ ମନୋଜ କାର୍ତ୍ତି, ବିଏସଏଫ ଡେପୁଟି କମାଡାଣ୍ଟ ଶୁଭ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସେମାନେ ଉପସ୍ଥିତ ରହି ତ୍ରିରଙ୍ଗା ପତାକା ଉଡାଇ ବିଏସଏଫର ଏକ ନୂତନ କ୍ୟାମ୍ପ ପ୍ରତିଷ୍ଠା କରିଥିଲେ । ଏହି ଅବସରେ ସେଠାରେ ଏକ ଜନସମ୍ପର୍କ ଶିବିର ଓ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଗ୍ରାମବାସୀଙ୍କ ଚିକିତ୍ସା ସହିତ ଔଷଧ, ଧୋତି, ଚଦର, ଶାଢୀ, ପିଲାମାନଙ୍କୁ ପୋଷାକ ଓ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.