ETV Bharat / state

ସ୍ୱାଭିମାନ ଅଞ୍ଚଳ ଗୋରସେତୁରେ ନୂଆ ବିଏସ୍‌ଏଫ କ୍ୟାମ୍ପ

author img

By

Published : Nov 1, 2020, 9:33 AM IST

ମାଓବାଦୀ ଦମନ ନିମନ୍ତେ ସ୍ବାଭିମାନ ଅଞ୍ଚଳରେ ରବିବାର ସମ୍ପୂର୍ଣ୍ଣ ମାଓବାଦୀ ଗଡ଼ କୁହାଯାଉ ଥିବା ପଣସପୁଟ ପଞ୍ଚାୟତର ଗୋରାସେତୁ ଠାରେ ବିଏସ୍‌ଏଫ ତୃତୀୟ ବାଟେଲିୟାନ ପକ୍ଷରୁ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଅଧିକ ଖବର ପଢନ୍ତୁ...

ସ୍ୱାଭିମାନ ଅଞ୍ଚଳ ଗୋରସେତୁରେ ନୂଆ ବିଏସ୍‌ଏଫ କ୍ୟାମ୍ପ
ସ୍ୱାଭିମାନ ଅଞ୍ଚଳ ଗୋରସେତୁରେ ନୂଆ ବିଏସ୍‌ଏଫ କ୍ୟାମ୍ପ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ନୂଆ ବିଏସ୍‌ଏଫ କ୍ୟାମ୍ପ । ମାଓବାଦୀ ଦମନ ନିମନ୍ତେ ସ୍ବାଭିମାନ ଅଞ୍ଚଳରେ ଆଜି ସମ୍ପୂର୍ଣ୍ଣ ମାଓବାଦୀ ଗଡ଼ କୁହାଯାଉ ଥିବା ପଣସପୁଟ ପଞ୍ଚାୟତର ଗୋରାସେତୁ ଠାରେ ବିଏସ୍‌ଏଫ ତୃତୀୟ ବାଟେଲିୟାନ ପକ୍ଷରୁ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।

ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ଗୋରାସେତୁ ଠାରେ ଏହି କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ସୀମା ସୁରକ୍ଷା ବାହିନୀର ପ୍ରାୟ ୧୦୦ଜଣ ଯବାନ ଓ କମ୍ପାନୀ କମାଣ୍ଡାଣ୍ଟ ସମେତ ଏକ ୟୁନିଟ ଏଠାରେ କାର୍ଯ୍ୟକାରୀ କରିବ । ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତି ପଣସପୁଟ ପଞ୍ଚାୟତରେ ଏକଦା ମାଓବାଦୀଙ୍କ ଗଡ଼ ରହିଥିଲା। ମାଓବାଦୀ ହିଂସା ଓ ଆତଙ୍କରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡିଥିଲେ। ।

ବିଏସଏଫ ମୁତୟନ ପରେ ଏହି ଅଞ୍ଚଳରେ ମାଓ ଆତଙ୍କ ହ୍ରାସ ପାଇଥିବାବେଳେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ଆଶା କରାଯାଉଛି। ଏହି ନୂଆ କ୍ୟାମ୍ପ ପ୍ରତିଷ୍ଠା ହେବା ଦ୍ବାରା ଅଞ୍ଚଳବାସୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.