ETV Bharat / state

ସମସ୍ୟା ଘେରରେ ରଗେଇପୁସପାଲି ଗାଁ, ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ

ଗାଁର ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ଯୋଜନା । କିଭଳି ଗାଁ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ପ୍ରଶାସନିକ ଅଧିକାରମାନେ ଆଦର୍ଶ ଗାଁ କରିବା ପାଇଁ ଖର୍ଚ୍ଚ କରିଥାନ୍ତି ସରକାରଙ୍କ କୋଟି କୋଟି ଟଙ୍କା । କିନ୍ତୁ ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ରଗେଇପୁସପାଲିଗାଁ ଲୋକଙ୍କୁ ମିଳିପାରୁନି ସରକାରଙ୍କ ବିଭିନ୍ନ ମୌଳିକ ସୁବିଧା । ଅଧିକ ପଢନ୍ତୁ

ସମସ୍ୟା ଘେରାରେ ରଗେଇପୁସପାଲି ଗାଁଲୋକ , ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ

author img

By

Published : Oct 17, 2022, 7:40 PM IST

ମାଲକାନାଗିରି: ସ୍ବାଧୀନତାର ୭୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ତାରଲାକୋଟା ପଞ୍ଚାୟତ ର ରଗେଇପୁସପାଲି ଗାଁରେ ଆଜି ବି ବିକାଶ ଅପହଞ୍ଚ । ଗାଁର ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଗାଁ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ପ୍ରଶାସନିକ ଅଧିକାରମାନେ ଆଦର୍ଶ ଗାଁ କରିବା ପାଇଁ ଖର୍ଚ୍ଚ କରିଥାନ୍ତି ସରକାରଙ୍କ କୋଟିକୋଟି ଟଙ୍କା । କିନ୍ତୁ ରଗେଇପୁସପାଲିଗାଁ ଲୋକଙ୍କୁ ମିଳିପାରୁନି ସରକାରଙ୍କ ବିଭିନ୍ନ ମୌଳିକ ସୁବିଧା ।

ସମସ୍ୟା ଘେରାରେ ରଗେଇପୁସପାଲି ଗାଁଲୋକ , ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ

ତେବେ ଏହି ଗାଁ ରେ ୩୫ଟି ଘର ରହିଥିବା ବେଳେ ୨୦୦ ଜଣ ଲୋକ ବସବାସ କରୁଛନ୍ତି। କିନ୍ତୁ ଗାଁ ର ରହିଛି ଅନେକ ସମସ୍ୟା । ଗାଁ କୁ ଆସିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଯାହା ଫଳରେ ଏଠାକାର ଲୋକମାନେ ଗାଁ ପାଖ ଦେଇ ଯାଇଥିବା ନାଳ ଓ ଚେକ ଡେମ୍ ହୁଡାରେ ଯାତାୟତ କରୁଛନ୍ତି । ଯାହା ଫଳରେ ଗାଁ ପାଖକୁ ଆମ୍ବୁଲାନ୍ସ ମଧ୍ୟ ଆସି ପାରୁନି । ଫଳରେ ସେ ଗର୍ଭବତୀ ହୁଅନ୍ତୁ ବା ରୋଗୀ ହୋଇଥାନ୍ତୁ ଚିକିତ୍ସା ପାଇଁ ହସ୍ପିଟାଲ ପହଁଞ୍ଚିବାରେ ଅସୁବିଧା ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟପଟେ ସେହିପରି ଗାଁରେ ପିଇବା ପାଣିର ସମସ୍ୟା ରହିଛି । ଗାଁ ରେ ଦୁଇଟି ନଳକୂପ ରହିଥିବା ସତ୍ତ୍ବେ ସେଥି ମଧ୍ୟରୁ ଗୋଟିଏ ନଳକୂଅରୁ ଦୁଇ ଗରାଏ ପାଣି ବାହାରିବା ପରେ ସେଥିରେ ପାଣି ଆସୁ ନାହିଁ । ଯାହା ଫଳରେ ଗୋଟିଏ ନଳକୂପ ଉପରେ ସମସ୍ତ ଗ୍ରାମବାସୀ ନିର୍ଭର କରିଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଠାକାର ଅଙ୍ଗନବାଡି କେନ୍ଦ୍ରର । ସରକାରୀ ଖାତାରେ ଏଠି ଅଙ୍ଗନବାଡି ସେଣ୍ଟର ଅଛି ତେଣୁ ଏଠି ଜଣେ ଅଙ୍ଗନବାଡି ଦିଦି ଓ ଜଣେ ଅଙ୍ଗନବାଡି ସହାୟକଙ୍କୁ ନିଯୁକ୍ତି ଦିଆଯାଇଛି । ତା ସହ ଏହି ସେଣ୍ଟର ରେ ୧୭ଜଣ ପିଲାବି ଅଛନ୍ତି । କିନ୍ତୁ ଏଠି ଅଙ୍ଗନବାଡି ସେଣ୍ଟର ଗୃହଟିଏ ବି ନାହିଁ ଫଳରେ ଦିଦି କୁନିକୁନି ପିଲାମାନଙ୍କୁ ନେଇ ଗାଁ ମଝିରେ ଥିବା ଗଛମୂଳେ ସେଣ୍ଟର୍ ଚଲାଉ ଥିବା ଦେଖିବାକୁ ମିଳିଛି । ଏନେଇ ବର୍ଷା ହେଲେ ଗାଁର ଜଣେ ଲୋକଙ୍କ ଘରେ କ୍ଲାସ୍ କରିବା ସହ ସେଠାରେ ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିବା ନେଇ ଅଙ୍ଗନବାଡି ଦିଦି କହିଛନ୍ତି ।

ତେବେ ଏହି ଗାଁ ଦେଇ ପୁଜାରିଗୁଡା, କୁସୁରିଗୁଡା, ସିମାକୁଣ୍ଡା ଓ କାଳିଆମୁଣ୍ଡା ଆଦି ଗାଁର ଲୋକମାନେ ତାରଲାକୋଟା ପଞ୍ଚାୟତକୁ ନିଜର କାମ ପାଇଁ ଆସିଥାନ୍ତି । ରଗେଇ ପୁସପାଲି ଗାଁର ଲୋକମାନେ କୋରକୁଣ୍ଡା ବ୍ଲକ ବିଡିଓଙ୍କୁ ଦୁଇବର୍ଷ ପୁର୍ବେ ଡାକି ଆଣି ଏହି ଗାଁର ସମସ୍ୟା ବିଷୟରେ ଅବଗତ କରାଇଥିଲେ । ହେଲେ ବିଡିଓ ଆଦି ଯାଏଁ ସେମାନଙ୍କର କୌଣସି କଥାକୁ ଦୃଷ୍ଟିପାତ କରି ନ ଥିବା ଗ୍ରାମବାସୀ କହିଛନ୍ତି ।

ଏଭଳି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ନେଇ କୋରକୁଣ୍ଡା ବ୍ଲକ ବିଡିଓଙ୍କୁ ପଚାରିବାରୁ ସେ ଏହି ଗାଁର ସମସ୍ୟାର ସମାଧାନ କରାଯିବା ପ୍ରତିଶୃତି ଦେବା ସହ ସିଡିପିଓଙ୍କୁ ଅଙ୍ଗନବାଡି କେନ୍ଦ୍ରର ସମସ୍ୟାକୁ ପଚାରି ବୁଝି ଏହାର ତୁରନ୍ତ ସମାଧାନ କରାଯିବ କହିଛନ୍ତି ବିଡିଓ ।

ତେବେ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନେ ରଗେଇପୁସପାଲି ଗାଁ ଲୋକଙ୍କ ଏହି ସବୁ ସମସ୍ୟାର ସମାଧାନ କେବେ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.