ETV Bharat / entertainment

ରିଲିଜ ପୂର୍ବରୁ 'କଙ୍ଗୁୱା' କ୍ରେଜ, ଆଡଭାନ୍ସ ବୁକିଂରେ ଏତେ କୋଟି ଆୟ କଲା ଫିଲ୍ମ

ସୁପରଷ୍ଟାର ସୂରିୟାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କଙ୍ଗୁୱା'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ପ୍ରଥମ ଦିନର କେତେ କଲେକ୍ସନ କରିଛି ଫିଲ୍ମ ? ଜାଣନ୍ତୁ,

Kanguva Advance booking day 1
Kanguva Advance booking day 1 (Film Poster)
author img

By ETV Bharat Entertainment Team

Published : Nov 12, 2024, 3:46 PM IST

ହାଇଦ୍ରାବାଦ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । 14 ନଭେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ସାଉଥ ସୁପରଷ୍ଟାର ସୂରିୟାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କଙ୍ଗୁୱା' । ତେବେ ଫିଲ୍ମର ରିଲିଜ୍ ତାରିଖ ପାଖେଇ ଆସୁଥିବାରୁ ତାଙ୍କ ପ୍ରଶଂସକଙ୍କ ଉତ୍ସାହ ବଢିବାରେ ଲାଗିଛି। ସେପଟେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ଯାହା ବକ୍ସ ଅଫିସରେ ଏକ ଭଲ ଆରମ୍ଭ ସୂଚାଉଛି । କଙ୍ଗୁୱାର ପ୍ରଥମ ଦିନର କଲେକ୍ସନ ବିଷୟରେ ଜାଣନ୍ତୁ,

କଙ୍ଗୁୱାର ଆଡଭାନ୍ସ ବୁକିଂ କଲେକ୍ସନ

ଇଣ୍ଡଷ୍ଟ୍ରି ଟ୍ରାକର୍ ସାକନିକଙ୍କ ରିପୋର୍ଟ ଅନୁଯାୟୀ, କଙ୍ଗୁୱା କେବଳ ଭାରତରେ ପ୍ରଥମ ଦିନରେ 51,609 ଟିକେଟ୍ ବିକ୍ରି କରି ବ୍ଲକ୍ ସିଟ୍ ସମେତ 2.30 କୋଟି ଟଙ୍କା ରୋଜଗାର କରିଛି । ଏହି ବିକ୍ରୟ ମଧ୍ୟରୁ ଅଧିକାଂଶ ତାମିଲନାଡୁରୁ ଆସିଛି । ତା’ପରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ରହିଛି । ଏହି ଚଳଚ୍ଚିତ୍ରଟି ବିଶ୍ୱର 10,000 ରୁ ଅଧିକ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି, ଯାହା ତାମିଲ ଚଳଚ୍ଚିତ୍ର ପାଇଁ ସବୁଠୁ ବଡ ମୁକ୍ତିଲାଭ ଅଟେ ।

'ଅମରନ' ସହ ହେବ କଡା ଟକ୍କର

'କଙ୍ଗୁୱା' ଏକକ ମୁକ୍ତିଲାଭ କରୁନାହିଁ, ଶିବାକାର୍ତ୍ତିକେୟନ ଅଭିନୀତ 'ଅମରନ' କାରଣରୁ ତାମିଲନାଡୁର ପ୍ରେକ୍ଷାଳୟରେ ଏହା କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେବ । ଦିୱାଲୀ ସପ୍ତାହ ଶେଷରେ ମୁକ୍ତିଲାଭ କରିଥିବା ଅମରନ ବିଶ୍ୱର ବକ୍ସ ଅଫିସରେ 250 କୋଟି ଟଙ୍କା ରୋଜଗାର କରିସାରିଛି । ଯେଉଁଥିରେ କେବଳ ତାମିଲନାଡୁରୁ 120 କୋଟିରୁ ଅଧିକ ଟଙ୍କା ରୋଜଗାର କରି ବ୍ଲକବଷ୍ଟର ହୋଇଛି। ଅମରନ ବର୍ତ୍ତମାନ ପ୍ରେକ୍ଷାଳୟରେ ଜାରି ରହିଥିବା ବେଳେ 'କଙ୍ଗୁୱା' ସହ କଡା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: 'କଙ୍ଗୁୱା' ନୂଆ ରିଲିଜ ଡେଟ୍ ଆଉଟ୍; ଏହି ଦିନ ପରଦାକୁ ଆସିବ ସୂରିୟା-ବବି ଦେଓଲଙ୍କ ଫିଲ୍ମ

'କଙ୍ଗୁୱା' ବିଷୟରେ କହିବାକୁ ଗଲେ,

ସୂରିୟାଙ୍କ 'କଙ୍ଗୁୱା' କୋଲିଉଡର ସବୁଠାରୁ ଦାମୀ ଚଳଚ୍ଚିତ୍ର ମଧ୍ୟରୁ ବିବେଚନା କରାଯାଏ । ସିରୁଥାଇ ସିଭାଙ୍କ ଦ୍ୱାରା ନିର୍ଦ୍ଦେଶନା ଦେଇଥିବା ବେଳେ ଏକ ମନୋରଞ୍ଜନ ଭରପୁର ଫିଲ୍ମ ବୋଲି କୁହାଯାଉଛି । ଏହି ଫିଲ୍ମରେ 9ମ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତର କାହାଣୀକୁ ଦର୍ଶାଯାଇଛି । ସୁପରଷ୍ଟାର ସୂରିୟା ଶିବକୁମାରଙ୍କ ଫିଲ୍ମରେ ବଲିଉଡ ଅଭିନେତା ବବି ଦେଓଲ, ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, କିଙ୍ଗସଲି, କୋଭାଇ ସରଲା, ଆନନ୍ଦ ରାଜଙ୍କ ପରି ଷ୍ଟାରମାନେ ଅଭିନୟ କରିବେ । ଏହି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ 10 ଟି ଭାଷାରେ 3Dରେ ରିଲିଜ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.