ETV Bharat / lifestyle

ଗାଲରେ ବ୍ଲଶ୍ ଭାବେ ଲିପଷ୍ଟିକ୍ ଲଗାଉଛନ୍ତି କି ? ବିଶେଷଜ୍ଞ କହିଲେ ବଡ଼ କଥା - LIPSTICK SIDE EFFECTS

ଯିଏ ଯେତେ ଭଲ ଡ୍ରେସ ପିନ୍ଧିଥାଉ ଏବଂ ମେକଅପ୍ ଲଗାଇଥାଉ ନା କାହିଁ, ଲିପଷ୍ଟିକ୍ ବିନା ସବୁ ଅଧୁରା ଲାଗେ । ମାତ୍ର ଏହା ତ୍ବଚା ପାଇଁ କେତେ ଯେ ହାନିକାରକ, ଚେତାଇଲେ ବିଶେଷଜ୍ଞ

ଗାଲରେ ବ୍ଲଶ୍ ଭାବେ ଲିପଷ୍ଟିକ୍ ଲଗାଉଛନ୍ତି କି ? ବିଶେଷଜ୍ଞ କହିଲେ ବଡ କଥା
ଗାଲରେ ବ୍ଲଶ୍ ଭାବେ ଲିପଷ୍ଟିକ୍ ଲଗାଉଛନ୍ତି କି ? ବିଶେଷଜ୍ଞ କହିଲେ ବଡ କଥା (ETV Bharat)
author img

By ETV Bharat Lifestyle Team

Published : Nov 12, 2024, 4:30 PM IST

ମହିଳାଙ୍କ ସୌନ୍ଦର୍ଯ୍ୟରେ ଚାରଚାନ୍ଦ ଲଗାଇଥାଏ ଲିପଷ୍ଟିକ୍ । ଯିଏ ଯେତେ ଯାହା ମେକଅପ୍ କରିଥାଉ ନା କାହିଁ, ଲିପଷ୍ଟିକ ନ ଲଗାଇଥିଲେ ମେକଅପ୍ ଅଧୁରା ଲାଗେ । କୌଣସି ପାର୍ଟି ହେଉ ଅବା ପର୍ବପର୍ବାଣି, ଆଖିରେ କାଜଲ ସହ ଓଠରେ ହାଲୁକା ଲିପଷ୍ଟିକ୍ ଲଗାଇବା ସବୁ ଝିଅଙ୍କର ଯେମିତି ସାଧାରଣ ଅଭ୍ୟାସ । କେତେକ ଝିଅଙ୍କ ଲିପଷ୍ଟିକ୍ ପ୍ରତି ଟିକିଏ ଅଧିକ ଆସକ୍ତି ଥାଏ । ସେମାନଙ୍କ ବ୍ୟାଗ୍‌ରେ ଆଉ କିଛି ଥାଉ କି ନଥାଉ ଲିପଷ୍ଟିକ୍ ନିଶ୍ଚୟ ରହିଥାଏ । ମେକଅପ୍ କଥା ଆସିଲେ, ଲିପଷ୍ଟିକ୍ ହେଉଛି ମୁଖ୍ୟ ପ୍ରଡକ୍ଟ । ଓଠରେ ଲିପଷ୍ଟିକ୍ ବିନା ମେକଅପ୍ ପୁରା ଫିକା ଲାଗେ । ଏମିତିକି ଅନେକ ଯୁବତୀ ତଥା ମହିଳା ଗୋଲାପୀ ଓଠ ସହ ଗୋଲାପୀ ଗାଲ ପାଇଁ ବ୍ଲଶ୍ ଭାବେ ଲିପଷ୍ଟିକ୍ ବ୍ୟବହାର କରୁଥିବାର ମଧ୍ୟ ଦେଖିବାକୁ ମିଳେ । ଆଉ କିଛି ଏହାକୁ ଆଇଶାଡୋ ଭାବେ ବ୍ୟବହାର କରିଥାନ୍ତି ।

ହେଲେ ଓଠ ବଦଳରେ ମୁହଁର ଅନ୍ୟ ସ୍ଥାନରେ (ଗାଲ, ଆଖି) ଲିପଷ୍ଟିକ ଲଗାଇବା କେତେ ସୁରକ୍ଷିତ ? ଏନେଇ ବିଶେଷଜ୍ଞଙ୍କ କହିବା କଥା, ଲିପଷ୍ଟିକ୍ ତ୍ବଚା ପାଇଁ ହାନିକାରକ ହୋଇଥାଏ । ଏଥିରେ ବ୍ୟବହାର ହେଉଥିବା କେମିକାଲ ଆପଣଙ୍କ ଓଠ ଓ ଚେହେରାକୁ ହାନି ପହଞ୍ଚାଇପାରେ । ଏହାଦ୍ବାରା ମୁହଁରେ ପୋଡାଜଳା ହେବା, ଲାଲ୍ ଦାଗ, ବ୍ରଣ ଭଳି ସମସ୍ୟା ଦେଖାଦେଇପାରେ ।

ଗାଲରେ ବ୍ଲଶ୍ ଭାବେ ଲିପଷ୍ଟିକ୍ ଲଗାଉଛନ୍ତି କି ? ବିଶେଷଜ୍ଞ କହିଲେ ବଡ କଥା
ଗାଲରେ ବ୍ଲଶ୍ ଭାବେ ଲିପଷ୍ଟିକ୍ ଲଗାଉଛନ୍ତି କି ? ବିଶେଷଜ୍ଞ କହିଲେ ବଡ କଥା (ETV Bharat)

ବ୍ଲଶ ବଦଳରେ ଲିପଷ୍ଟିକ ଲଗାଉଛନ୍ତି ?

ଅନେକ ଯୁବତୀ ମୁହଁରେ ବ୍ଲଶ୍ ବଦଳରେ ଲିପଷ୍ଟିକ ଲଗାଉଥିବା ଦେଖାଯାଏ । ଏହି ପକେଟ୍ ଫ୍ରେଣ୍ଡଲି ଉପାୟ ଇନଷ୍ଟାଗ୍ରାମରେ ଭାରି ଲୋକପ୍ରିୟ । ହେଲେ କେବେ ବି ବ୍ଲଶ ବଦଳରେ ଚେହେରାରେ ଲିପଷ୍ଟିକ ଲଗାଇବା ଠିକ୍ ନୁହେଁ । ଏନେଇ ବିଶେଷଜ୍ଞଙ୍କ କହିବା କଥା, କୌଣସି ପ୍ରକାର ଓଠ ବା ଲିପ୍ ପ୍ରଡକ୍ଟକୁ ଆଇଶାଡୋ କିମ୍ବା ଗାଲରେ ବ୍ଲଶ ଭାବେ ବ୍ୟବହାର କରନ୍ତୁ ନାହିଁ । ଏହା ତ୍ବଚା ଖରାପ କରିଥାଏ ।

ଲିପଷ୍ଟିକରେ କ'ଣ ଅଛି ?

ଲିପଷ୍ଟିକ ଓ ଲିପ୍‌ବାମରେ ସାଧାରଣତଃ ମହମ, ମିନେରାଲ ଓ କାଷ୍ଟୋର ଅଏଲ, କୃତ୍ରିମ ରଙ୍ଗ ଏବଂ ଲାନୋଲିନ୍, ଇମୋଲିଏଣ୍ଟ ଆଦି ଉପାଦାନ ରହିଥାଏ । ଏଥିସହ ପାରାବିନ୍ସ ଭଳି ସଂରକ୍ଷଣ, ମେନଥଲ ଓ କ୍ୟାପସାଇସିନ ମଧ୍ୟ ରହିପାରେ । ଫଳରେ ଲିପଷ୍ଟିକ୍ ସିଧାସଖଳ ମୁହଁରେ ଲଗାଇବା ଦ୍ବାରା ତ୍ବଚା ନଷ୍ଟ ହୋଇପାରେ ।

ମୁହଁରେ ଲିପଷ୍ଟିକ ଲଗାଇଲେ କ'ଣ ହୁଏ ?

ପୋଡାଜଳା ହେବା: ଓଠ ବା ଲିପ୍ ପ୍ରଡକ୍ଟରେ ଥିବା ତତ୍ତ୍ବ ଯେମିତି ସୁଗନ୍ଧ, ରଙ୍ଗ ଅଧିକ ସମ୍ବେଦନଶୀଳ ତ୍ବଚା ପାଇଁ ହାନିକାରକ ହୋଇପାରେ । ଗାଲ କିମ୍ବା ଆଖିପତାରେ ଲଗାଇଲେ ଜଳପୋଡା ହୋଇଥାଏ ।

ଆଲର୍ଜି: ଯଦି ଲିପ୍ ପ୍ରଡକ୍ଟରେ ବ୍ୟବହୃତ ସାମଗ୍ରୀରେ ଆପଣଙ୍କୁ ଆଲର୍ଜି ଅଛି ତାହେଲେ ଏହାକୁ ଚେହେରାରେ ଲଗାଇବା ମାତ୍ରେ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ମୁହଁରେ ଲାଲ୍ ଲାଲ୍ ଦାଗ, କୁଣ୍ଡେଇ ହେବା କିମ୍ବା ଫୁଲିବା ଭଳି ସମସ୍ୟା ହୋଇପାରେ ।

ବ୍ରେକଆଉଟ୍ସ: ଓଠ ପାଇଁ ଉଦ୍ଧିଷ୍ଟ ପ୍ରଡକ୍ଟରେ କମେଡୋଜେନିକ କେମିକାଲ ଥାଇପାରେ, ଯାହା ଲୋମଛିଦ୍ର ବନ୍ଦ କରିବା ସହ ବ୍ରଣ କିମ୍ବା ବ୍ରେକଆଉଟ୍ସର କାରଣ ହୋଇପାରେ ।

ଶୁଷ୍କତା: ଓଠ ପ୍ରଡକ୍ଟରେ ସାଧାରଣତଃ ଓଠ ପାଇଁ ମଇଶ୍ଚରାଇଜିଂ ଉପାଦାନ ମିଶିଥାଏ । କିନ୍ତୁ ଏହା ଚେହେରାର ଅନ୍ୟ ସ୍ଥାନକୁ ସେତିକି ହାଇଡ୍ରେସନ ଦେଇନଥାଏ । ଏହି କାରଣରୁ ଚେହେରା ରୁକ୍ଷ ବା ଶୁଷ୍କ ହେବାର ଆଶଙ୍କା ଥାଏ । Food and drug administration ଅନୁସାରେ, ଲିପଷ୍ଟିକରେ ସୀସା ଥିବା ଜଣାପଡିଛି, ଯାହା ତ୍ବଚା ପାଇଁ କ୍ଷତିକାରକ । ଆହୁରିମଧ୍ୟ, କଣ୍ଟାକ୍ଟ ଡର୍ମାଟାଇଟିସ୍ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଆପଣ ଯେତେ ଅଧିକ ଲିପଷ୍ଟିକ ବ୍ୟବହାର କରନ୍ତି, ଓଠ ଶୁଖିଲା ବା ଶୁଷ୍କ ହେବାର ସମ୍ଭାବନା ସେତେ ଅଧିକ । ଏହା ଚେହେରାର ବିଭିନ୍ନ ଅଂଶକୁ କ୍ଷତି ପହଞ୍ଚାଇପାରେ ।

ଏହା ମଧ୍ୟ ପଢନ୍ତୁ: ଶିଶୁଙ୍କୁ ନିମୋନିଆ ଭୟ; ଜାଣନ୍ତୁ ଏହି ରୋଗର କାରଣ, ଲକ୍ଷଣ ଓ ନିରାକରଣ

ଏହା ମଧ୍ୟ ପଢନ୍ତୁ: ଫୁଲକୋବିରୁ ମିଳେ ଏମିତି ଫାଇଦା, ଖାଲି ସ୍ବାଦ ନୁହେଁ ସ୍ବାସ୍ଥ୍ୟ ପାଇଁ ବି ଉପକାରୀ

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.