ETV Bharat / technology

Amazon ତିଆରି କରୁଛି ସ୍ମାର୍ଟ ଚଷମା; ପିନ୍ଧିବା ପରେ ଆଖି ସାମ୍ନାରେ ହେବ ସବୁ ରାସ୍ତା - AMAZON WORKING ON SMART GLASSES

ଡେଲିଭରି ବଏମାନଙ୍କୁ ଶୀଘ୍ର ଓ ସହଜ ଉପାୟରେ ବାଟ ଖୋଜିବା ଲାଗି ଆମାଜନ୍‌ ଆଣିଛି ସ୍ମାର୍ଟ-ଗ୍ଲାସ । ଜାଣନ୍ତୁ କିପରି କରିବ କାମ...

Amazon smart glasses
Amazon smart glasses (Credit- Amazon)
author img

By ETV Bharat Tech Team

Published : Nov 12, 2024, 3:22 PM IST

ହାଇଦ୍ରାବାଦ: ଇ-କମର୍ସ ପ୍ଲାଟଫର୍ମ ଆମାଜନ (Amazon) ନିଜ ଡେଲିଭରି ଡ୍ରାଇଭରଙ୍କୁ ଶୀଘ୍ର ଓ ସହଜ ଉପାୟରେ ନାଭିଗେଟ୍‌ କରିବା ଲାଗି ଏକ ଅତ୍ୟାଧୁନିକ ଚଷମା ଆଣୁଛି । ଏ ସମ୍ପର୍କରେ ରଏଟର୍ସର ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ଚଷମା ଡେଲିଭରି ବଏମାନଙ୍କୁ ଏକ ଛୋଟ ସ୍କ୍ରିନରେ ଷ୍ଟେପ-ବାଏ-ଷ୍ଟେପ ବାଟ ବତେଇବ । ଏହାଦ୍ବାରା ତାଙ୍କୁ ସଠିକ ଡେଲିଭରି ପଏଣ୍ଟ ଖୋଜିବାରେ ଅଧିକ ସମୟ ଲାଗିବନି । ଖୁବଶୀଘ୍ର ସେ ନିଜର ପ୍ୟାକେଜ ଡେଲିଭରି କରିପାରିବେ । ଏହି ସ୍ମାର୍ଟ ଗ୍ଲାସ ବା ଚଷମାର କୋଡ୍ ନାମ 'ଆମେଲିଆ' ଦିଆଯାଇଛି ।

କିପରି କାମ କରିବ ସ୍ମାର୍ଟ ଚଷମା ?

ଏହି ଚଷମା ଡ୍ରାଇଭରମାନଙ୍କୁ ଠିକ୍ ଭାବରେ କହିବ ଯେ ସେମାନେ କେଉଁଠାକୁ ଯିବେ। ଆପାର୍ଟମେଣ୍ଟ କୋଠା କିମ୍ବା ଗେଟ୍‌ ପରି ମୁସ୍କିଲ ସ୍ଥାନଗୁଡ଼ିକରେ ମଧ୍ୟ ଏହି ଚଷମା ଡେଲିଭରି ବଏମାନଙ୍କୁ ସାହାଯ୍ୟ କରିବ । କୁକୁର କିମ୍ବା ବନ୍ଦ ଫାଟକ ଭଲି ସ୍ଥାନ ସମ୍ପର୍କରେ ଏହି ଚଷମା ଡ୍ରାଇଭରମାନଙ୍କୁ ଚେତାବନୀ ଦେଇପାରିବ ।

ଏହା ବି ପଢନ୍ତୁ
  1. ଫ୍ଲିପକାର୍ଟ ଓ ଆମାଜନ ଅଫିସ ଉପରେ ED ରେଡ୍‌; ଜାଣନ୍ତୁ କାରଣ
  2. ଭାରତରେ ଲଞ୍ଚ ହେଲା Samsung ମୁଦି; କଣ ଏଥିରେ ଖାସ ଜାଣନ୍ତୁ

ସ୍ମାର୍ଟ ଚଷମାର ଫାଇଦା:-

  • ଡେଲିଭରି ବଏମାନେ ଏହି ଚଷମା ବ୍ୟବହାର କରିବା ଦ୍ବାରା ସେମାନଙ୍କୁ ବାରମ୍ବାର GPSର ବ୍ୟବହାର କରିବାକୁ ପଡ଼ିବ ନାହିଁ । ଏହି ଚଷମା ସେମାନଙ୍କୁ ଅଧିକ ଅର୍ଡର ନେବାରେ ଏବଂ ଅଧିକ ଦକ୍ଷତାର ସହିତ ବିତରଣ କରିବାରେ ସାହାଯ୍ୟ କରିବ । ପ୍ରତିଦିନ ଲକ୍ଷ ଲକ୍ଷ ଡେଲିଭରି ପ୍ୟାକେଜ ବିତରଣ ସହିତ ଆମାଜନ ଆଶା କରେ ଯେ ପ୍ରତ୍ୟେକ ଡେଲିଭରି ଲୋକେସନରେ କିଛି ସେକେଣ୍ଡ ମଧ୍ୟ ସେଭ୍‌ ହୋଇପାରିଲେ ଏହା ଏକ ବଡ଼ ପରିବର୍ତ୍ତନ ଆଣିବ ।
  • ଡେଲିଭରି ଖର୍ଚ୍ଚ ହ୍ରାସ କରିବା ପାଇଁ ଆମାଜନର ଏହି ପ୍ରୟାସର ଏକ ଅଂଶ ହେଉଛି ଏହି ସ୍ମାର୍ଟ ଚଷମା । ଗ୍ରାହକଙ୍କ ଦ୍ବାର ପର୍ଯ୍ୟନ୍ତ ସାମଗ୍ରୀ ପହଞ୍ଚାଇବା ସବୁଠାରୁ ଜଟିଳ ଏବଂ ମହଙ୍ଗା ପଡ଼ିଥାଏ । ଗତ ତ୍ରୟ ମାସରେ ଆମାଜନର ବିତରଣ ମୂଲ୍ୟ 23.5 ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ତେଣୁ ଏହି ନୂତନ ଗ୍ଲାସ ଡେଲିଭରି ବଏମାନଙ୍କୁ ଅଧିକ ଦକ୍ଷ କରିବ ।

ଆମାଜନ ପାଇଁ କଣ ହେବ ଆହ୍ବାନ ?

  • ଆମାଜନକୁ ଏହି ସ୍ମାର୍ଟ ଚଷମା ପାଇଁ ବ୍ୟାଟେରୀ ତିଆରି ଭଳି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ, ଯାହାକି ଗ୍ଲାସକୁ ହାଲୁକା ଓ ଆରାମଦାୟକ ରଖିବା ସହିତ ଏକ ଦିନ ଧରି ଚାଲିପାରିବାରେ ସକ୍ଷମ ହେବ । ଏହା ବ୍ୟତୀତ କମ୍ପାନୀକୁ ପଡ଼ୋଶୀ ଏବଂ ବିତରଣ ସ୍ଥାନଗୁଡିକର ବିସ୍ତୃତ ମାନଚିତ୍ର ସଂଗ୍ରହ କରିବାକୁ ପଡ଼ିବ, ଯାହା ପାଇଁ ଅଧିକ ସମୟ ଲାଗିପାରେ ।
  • ଅନ୍ୟ ଏକ ସମ୍ଭାବ୍ୟ ସମସ୍ୟା ହେଉଛି ଡ୍ରାଇଭରମାନଙ୍କୁ ଚଷମା ପିନ୍ଧିବା ପାଇଁ ମନାଇବା । କାରଣ କିଛି ଲୋକ ଚଷମା ପିନ୍ଧିବା ପାଇଁ ଅସହଜ ମନେ କରନ୍ତି । ଏହା ସମ୍ଭବ ଯେ ଆମାଜନ ଶେଷରେ ଡ୍ରାଇଭରମାନଙ୍କୁ ଚଷମା ପିନ୍ଧିବା ବାଧ୍ୟତାମୂଳକ କରିପାରେ ।

ସ୍ମାର୍ଟ ଚଷମାରେ ଆଉ କଣ ସୁବିଧା ମିଳିବ ?

ଏହି ଚଷମା ଆମାଜନର ପୂର୍ବ ଇକୋ ଫ୍ରେମ୍ ଉପରେ ଆଧାରିତ । ଏହି ସ୍ମାର୍ଟ ଚଷମା ବ୍ୟବହାରକାରୀଙ୍କୁ ଅଡିଓ ଶୁଣିବା ଏବଂ ଆଲେକ୍ସାକୁ ଭଏସ୍ କମାଣ୍ଡ୍ ଦେବା ଭଳି ଫିଚର ପ୍ରଦାନ କରିବ ।

ରିପୋର୍ଟଗୁଡିକ ମଧ୍ୟ ପ୍ରକାଶ କରିଛି ଯେ ଆମାଜନ 2026 ସୁଦ୍ଧା ସମାନ ସ୍କ୍ରିନର ଇକୋ ଫ୍ରେମର ଏକ ନୂତନ ଏଡିସନ ଲଞ୍ଚ କରିବାକୁ ଯୋଜନା କରୁଛି । ତଥାପି ଏହି ଚଷମା କେବେ ଲଞ୍ଚ ହେବ କି ନାହିଁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ଯଦି ଆମାଜନ ଟେକ୍ନୋଲୋଜି ବା ବ୍ୟାଟେରୀ ଠିକ୍ କରିବାରେ ଅସମର୍ଥ ତେବେ ଏହି ପ୍ରକଳ୍ପ ବିଳମ୍ବ ହୋଇପାରେ କିମ୍ବା କମ୍ପାନୀ ଏହାକୁ ବାତିଲ ମଧ୍ୟ କରିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.