ETV Bharat / technology

ବଜାରକୁ ଆସୁଛି ନୂଆ Honda Amaze କାର; ଜାଣନ୍ତୁ କିପରି ରହିବ ଡିଜାଇନ - HONDA AMAZE

Honda Cars ନିଜର କମ୍ପାକ୍ଟ ସେଡାନ ହୋଣ୍ଡା ଆମେଜ (Honda Amaze)ର ନୂଆ ଜେନେରେସନ ଲଞ୍ଚ କରିବାକୁ ଯାଉଛି । ଏହାର ଡିଜାଇନ କିପରି ରହିବ ଜାଣନ୍ତୁ...

Honda Amaze Car
Honda Amaze Car (Credit- Honda Cars India)
author img

By ETV Bharat Tech Team

Published : Nov 12, 2024, 4:25 PM IST

ହାଇଦ୍ରାବାଦ: ନିକଟରେ ମାରୁତି ସୁଜୁକି ନିଜର ନୂଆ କାର ମାରୁତି ଡିଜାୟାର ଭାରତୀୟ ବଜାରରେ ଲଞ୍ଚ କରିଛି । ଏହାପରେ ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହୋଣ୍ଡା କାର ଇଣ୍ଡିଆ ନିଜର ନୂଆ କମ୍ପାକ୍ଟ ସେଡାନ ହୋଣ୍ଡା ଆମେଜ୍‌ର ପରବର୍ତ୍ତୀ ଜେନେରେସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହାର ଲଞ୍ଚ ପୂର୍ବରୁ କାରର ଇଣ୍ଟରିଅର ଓ ଏକ୍ସଟିରିଅର ଡିଜାଇନର ଫଟୋ ସାମ୍ନାକୁ ଆସିଛି । ଏହି କାରର ଡିଜାଇନ ସିଟି ସେଡାନ ଓ ଏଲିଭେଟ୍‌ SUV ସହିତ ମେଳ ଖାଉଛି ।

ନୂଆ Honda Amazeର ବାହାର ଡିଜାଇନ:-

ନୂତନ ହୋଣ୍ଡା ଆମେଜର ବାହାର ଭାଗ ମାର୍କେଟରେ ପୂର୍ବରୁ ଉପଲବ୍ଧ ଇଭେଟ୍ ଏସୟୁଭିର ଛୋଟ ଏଡିସନ ପରି ଦେଖାଯାଉଛି । ନୂତନ ହେଡଲ୍ୟାମ୍ପଗୁଡ଼ିକରେ LED ଲାଇଟ୍‌ ରହିଛି । ଆମେଜରେ ଏକ ହେକ୍ସାଗୋନାଲ ଗ୍ରୀଲ୍ ଦିଆୟାଇଛି ଯାହାକି ଲିଭେଟ୍‌ଠାରୁ ସାମାନ୍ୟ ଭିନ୍ନ ରହିଛି । ଫଗ୍‌ ଲ୍ୟାମ୍ପ ଏବଂ ବମ୍ପର ଉପରେ ଥିବା ସେଣ୍ଟ୍ରାଲ ଏୟାର ଡ୍ୟାମ ହୋଣ୍ଡା ସିଟିକୁ ମନେ ପକାଇଦେଉଛି । ସିଟି ପରି ଆମେଜର ଏକ ସାର୍ପ କ୍ୟାରେକ୍ଟର ଲାଇନ ରହିଛି ଯାହାକି ହେଡଲ୍ୟାମ୍ପର ଧାରରୁ ଆରମ୍ଭ ହୋଇ ସେଡାନର ସମଗ୍ର ଦୈର୍ଘ୍ୟ ପର୍ଯ୍ୟନ୍ତ ଯାଇଥାଏ । ଏଥିରେ ମଲ୍ଟି-ସ୍ପୋକ ଆଲଏ ହ୍ବିଲ ମଧ୍ୟ ଅଛି ।

ଏହା ବି ପଢନ୍ତୁ
  1. ଭାରତରେ ଲଞ୍ଚ୍‌ ହେଲା 2024 Maruti Dzire; ମିଳିଛି 5-ଷ୍ଟାର ସେଫ୍ଟି ରେଟିଂ, ଦାମ ଏତିକି
  2. Honda ଭାରତକୁ ଆଣୁଛି ପ୍ରଥମ ଇଲେକ୍‌ଟ୍ରିକ ସ୍କୁଟର; ଏହି ମାସରେ ଲଞ୍ଚ

ଏହି କାରର ପଛ ଭାଗ ଜୁନିଅର ହୋଣ୍ଡା ସିଟି ପରି ଦୃଶ୍ୟମାନ ହେଉଛି । ଯେଉଁଥିରେ ନମ୍ବର ପ୍ଲେଟ ହାଉସିଂ କଡ଼ରେ ଟେଲ୍‌-ଲ୍ୟାମ୍ପ ଆକାର ସମାନ ଅଛି । ରିଅର ବମ୍ଫର ଦୁଇ ପାଖରେ ରିଫ୍ଲେକ୍ଟର୍‌ ଲଗାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ନୂଆ ହୋଣ୍ଡା ଆମେଜ୍‌ ବର୍ତ୍ତମାନର ସେଡାନ ତୁଳନାରେ ଅଧିକ ଉନ୍ନତ ଦିଶୁଛି ।

ଭିତର ଭାଗର ଡିଜାଇନ କିପରି ?

ଏହାର ଭିତର ପାର୍ଶ୍ବ ସମ୍ପର୍କରେ କହିବାକୁ ଗଲେ, ଡ୍ୟାସବୋର୍ଡ ଡିଜାଇନ ସ୍ପଷ୍ଟ ଭାବେ Honda Elevate ପରି ହୋଇଛି । ଏଥିରେ ଏକ ବଡ଼ ଫ୍ରି-ସେଟିଂ ଟଚସ୍କ୍ରିନ ଇଫୋଟେନମେଣ୍ଟ ସିଷ୍ଟମ, HVAC ନିୟନ୍ତ୍ରଣ, ସେମି-ଡିଜିଟାଲ ଇନ୍‌ଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଓ ମଲ୍ଟି-ଫଙ୍କସନ୍‌ ଷ୍ଟିଅରିଂ ହ୍ବିଲ ରହିଛି । ୱେୟାରଲେସ ଚାର୍ଜିଂ ସେଲ୍‌ଫ, ୟୁଏସବି ପୋର୍ଟ ଓ 2-କପ୍‌ ହୋଲ୍ଡର ସମ୍ପୂର୍ଣ୍ଣ ଭାବେ ଏଲିଭେଟ୍‌ ପରି ରହିଛି । ଗୋଟିଏ ଅନ୍ତର ହେଉଛି ଏହି କାରରେ ଡ୍ୟାସବୋର୍ଡ ପ୍ୟାନେଲରେ ଟେକ୍ସଚର୍ଡ ଫିନିଶ ମିଳିବ । ନୂଆ ହୋଣ୍ଡା ଆମେଜରେ ADAS ସୁଟ୍‌ ମିଳିବାର ଚର୍ଚ୍ଚା ହେଉଛି । ତେବେ ଏଥିରେ ସନରୁଫ୍‌ ଅଛି କି ନାହିଁ ତାହା ଜଣାପଡ଼ିନାହିଁ ।

ହୋଣ୍ଡା ଆମେଜରେ ପାୱାରଟ୍ରେନ କିପରି ?

ଏହି ନୂଆ କାରର ପାୱାର ଟ୍ରେନ ସମ୍ପର୍କରେ କହିଲେ, ହୋଣ୍ଡା ଆମେଜରେ 1.2 ଲିଟର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି । ଏହାବ୍ୟତୀତ ଏଥିରେ CNG ପାୱାର୍ଡ ଭାରିଏଣ୍ଟ ମିଳିବ ବୋଲି କୁହାଯାଉଛି ଯାହାକି ଲଞ୍ଚର ପରବର୍ତ୍ତୀ ସମୟରେ ଲାଇନ-ଅପ ସହିତ ସାମିଲ ହୋଇପାରେ । ନୂଆ ହୋଣ୍ଡା ଆମେଜର ସିଧା ମୁକାବିଲା ନୂଆ ମାରୁତି ଡିଜାୟାର ସହିତ ହେବ । ଏହା ବ୍ୟତୀତ Hyundai Aura ଓ Tata Tigor ଭଳି କାର ସିହତ ହୋଇପାରେ । ଏହି କାର ଆସନ୍ତା ଡିସେମ୍ବର 4 ତାରିଖରେ ଲଞ୍ଚ ହେବାକୁ ଯାଉଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.