ETV Bharat / state

ନକ୍ସଲଙ୍କ ବଡ ଯୋଜନା ପଣ୍ଡ, ବିପୁଳ ମାଓ ସାମଗ୍ରୀ ଜବତ

author img

By

Published : Dec 22, 2020, 3:12 PM IST

ମାଲକାନଗିରିରେ ନକ୍ସଲଙ୍କ ବଡ ଯୋଜନା ପଣ୍ଡ କଲା ଡିଭିଏଫ ଯବାନ । ଅଧିକ ପଢନ୍ତୁ...

ନକ୍ସଲଙ୍କ ବଡ ଯୋଜନା ଫଣ୍ଡ
ନକ୍ସଲଙ୍କ ବଡ ଯୋଜନା ଫଣ୍ଡ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ବଢୁଛି ନକ୍ସଲଙ୍କ ପତିଆରା । ନକ୍ସଲଙ୍କ ଏକ ବଡ ଯୋଜନାକୁ ଫଣ୍ଡ କରିବାରେ ସଫଳ ହୋଇଛନ୍ତି ଡିଭିଏଫ ଯବାନ । ଅପରେସନବେଳେ ମାଓ କ୍ୟାମ୍ପ ଠାବ କରି ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ ।

ନକ୍ସଲଙ୍କ ବଡ ଯୋଜନା ଫଣ୍ଡ

ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟି ମାଓ ସଙ୍ଘଠନ ଏହି ବିସ୍ଫୋରକ ଗଚ୍ଛିତ ରଖିଥିବା ଜଣାପଡିଥିଲା । ପୋଲିସ ଘଟଣାର ସୁରାଗ ପାଇ ଅପରେସନ ଆରମ୍ଭ କରିଥିଲା । ଅପରେସନରେ ବିସ୍ପୋରକ ସାମଗ୍ରୀକୁ ଠାବ କରିବାରେ ସଫଳ ହୋଇଛନ୍ତି ଡିଭିଏଫ ଯବାନ । ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀକୁ ନିଷ୍କ୍ରିୟ କରିଛି ଡିଭିଏଫ ଯବାନ । ମାଓ କ୍ୟାମ୍ପକୁ ଠାବ କରିବା ସହିତ ଘଟଣାସ୍ଥଳରୁ ଯିଲଟିନ, ଲ୍ୟାଣ୍ଡ ମାଇନ ସଂଯୋଗ କରୁଥିବା 50 ମିଟର ତାର, କଡେ଼କ୍ସ ତାର 20କେଜି, ଡିଟୋନେଟର 120 ଟି, ଟିଫିନ ବମ ଏଭଳି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ। ଏହି ସବୁ ସାମଗ୍ରୀ ପୋଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀଙ୍କ ଏକ ବଡ ଯୋଜନା ଥିଲା ବୋଲି ମାଲକାନଗିରି ଏସପି ଋଷିକେଶ ଖିଲାରୀ କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.