ମାଲକାନଗିରି: ଶହୀଦ ଦିବସ ପାଳିଲେ ନକ୍ସଲ । ସ୍ୱାଭିମାନ ଅଞ୍ଚଳରେ ପୋଲିସ ଅର୍ଦ୍ଧସାମରିକ ବାହିନୀକୁ ଚ୍ୟାଲେଞ୍ଜ କରି ନକ୍ସଲ ଶହୀଦ ଦିବସ ପାଳନ କରିଛନ୍ତି ।
![sahid divas](https://etvbharatimages.akamaized.net/etvbharat/prod-images/od-mkg-42-naxal-sahidweek-update-dry-od10013_31072020093649_3107f_1596168409_302.jpg)
ନିଜର ପତିଆରା ଜାହିର କରିବାକୁ ବିରାଟ ନକ୍ସଲମାନେ ଏହି ଆୟୋଜନ କରିଛନ୍ତି। ଏଥିରେ ଶହ ଶହ ଲୋକ ସାମିଲ ହୋଇ ସରକାର ବିରୋଧୀ ନାରା ଦେଇଛନ୍ତି। ଏଥିସହ ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା କମ୍ରେଡ଼ମାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ମଧ୍ୟ କରାଯାଇଛି ।
![sahid divas](https://etvbharatimages.akamaized.net/etvbharat/prod-images/od-mkg-42-naxal-sahidweek-update-dry-od10013_31072020093649_3107f_1596168409_453.jpg)
ସ୍ୱଭିମାନ ଅଞ୍ଚଳରେ ପୋଲିସର ଘନ ଘନ ଚଢ଼ାଉ ସର୍ତ୍ତ୍ବେ ନକ୍ସଲ ଏହାକୁ ଖାତିର ନକରି ପୋଲିସମାନଙ୍କୁ ଖୋଲା ଚ୍ୟାଲେଞ୍ଜ କରି ଶହୀଦ ସପ୍ତାହ ପାଳନ କରୁଛନ୍ତି। ଅଞ୍ଚଳରେ ବର୍ଷା ଲାଗିରହିଥିବା ସର୍ତ୍ତ୍ବେ ଲୋକେ ଲାଲ ପତାକା ଧରି ରାଲି କରିଥିଲେ।
![sahid divas](https://etvbharatimages.akamaized.net/etvbharat/prod-images/od-mkg-42-naxal-sahidweek-update-dry-od10013_31072020093649_3107f_1596168409_397.jpg)
![sahid divas](https://etvbharatimages.akamaized.net/etvbharat/prod-images/od-mkg-42-naxal-sahidweek-update-dry-od10013_31072020093649_3107f_1596168409_982.jpg)
ଗୁରୁପ୍ରିୟା ସେତୁକୁ ବିରୋଧ କରିବା ସହ ସରକାର ଓ ପୋଲିସର ଅତ୍ୟାଚାର ବିରୋଧରେ ସ୍ଲୋଗାନ ଦେଇଥିଲେ। ନିର୍ମାଣ ହୋଇଥିବା ଶହୀଦସ୍ତମ୍ଭ ନିକଟରେ ସହିଦଙ୍କୁ ମନେପକାଇବା ସହ ଆଦିବାସୀ ଭାଷାରେ ଗୀତ ଗାଇ ଲୋକଙ୍କୁ ପ୍ରଭାବିତ କରିଥିଲେ । ତେବେ ଏହି ଅବସରରେ ସ୍ୱଭିମାନ ଅଞ୍ଚଳର ବିକାଶ କରାନଯିବା ଏବଂ ଅର୍ଦ୍ଧସାମରିକ ବାହିନୀ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବାକୁ ନକ୍ସଲମାନେ ନିନ୍ଦା କରିଛନ୍ତି।
![sahid divas](https://etvbharatimages.akamaized.net/etvbharat/prod-images/od-mkg-42-naxal-sahidweek-update-dry-od10013_31072020093649_3107f_1596168409_834.jpg)
ଆହୁରି ମଧ୍ୟ ନକ୍ସଲମାନେ ସ୍ୱାଭିମାନ ଅଞ୍ଚଳରେ ପୋଷ୍ଟର ଏବଂ ଵ୍ୟାନର ଲଗାଇଛନ୍ତି। ତେବେ ଆସନ୍ତା ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରିବେ ନକ୍ସଲ। ଏପଟେ କୋରୋନା ନିୟମକୁ ନକ୍ସଲମାନେ ବେଖାତିର କରିଥିବା ଦେଖିବାକୁ ମିଳିଛି । ସେଠାରେ ଉପସ୍ଥିତ ଥିବା ଲୋକମାନେ ସାମାଜିକ ଦୂରତା ରକ୍ଷା କରିନଥିବା ସହ ମୁହଁରେ ମାସ୍କ ମଧ୍ୟ ପିନ୍ଧିନଥିଲେ ।
![sahid divas](https://etvbharatimages.akamaized.net/etvbharat/prod-images/od-mkg-42-naxal-sahidweek-update-dry-od10013_31072020093649_3107f_1596168409_374.jpg)
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ