ETV Bharat / state

3 ଘଣ୍ଟା ଧରି ଜଳଭଣ୍ଡାରରେ ଫସି ରହିଲା ଯାତ୍ରୀବାହୀ ଲଞ୍ଚ - ଯାତ୍ରୀବାହୀ

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଲ୍ୟବନ୍ତ ନାମକ ଲଞ୍ଚରେ ତ୍ରୁଟି । ଫଳରେ 3 ଘଣ୍ଟା ଧରି ଫସି ରହିଲେ ପ୍ରାୟ 60 ଜଣ ଯାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jul 27, 2019, 8:31 PM IST

ମାଲକାନଗିରି: ଶନିବାର ମାଲକାନଗିରିର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଲ୍ୟବନ୍ତ ନାମକ ଏକ ଲଞ୍ଚ ଖରାପ ହୋଇଥିବାର ଖବର ମିଳିଛି । ଫଳରେ 3 ଘଣ୍ଟା ଧରି ଫସି ରହିଥିଲେ ପ୍ରାୟ 60 ଜଣ ଯାତ୍ରୀ । ଜଣଭଣ୍ଡାର ମଧ୍ୟରେ ଫସି ରହିଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଖବରମୁତାବକ, ମାଲ୍ୟବନ୍ତ ନାମକ ଲଞ୍ଚଟି ଦିନ 11ଟା ବେଳେ ପ୍ରାୟ 60 ଜଣ ଯାତ୍ରୀଙ୍କୁ ନେଇ ବାଲିମେଳା ଜଳଭଣ୍ଡାର ଦେଇ ଯନ୍ତ୍ରୀ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ଲଞ୍ଚଟି ଦୀର୍ଘ 15 କିଲୋମିଟର ଯାତ୍ରା କଲାପରେ ଲଞ୍ଚଟି ଏକ ଗାଁ ନିକଟରେ ଖରାପ ହୋଇ ଅଟକିଗଲା । ଫଳରେ ଲଞ୍ଚଟି ପାଣି ଭିତରେ 3ଘଣ୍ଟା ପାଖାପାଖି ଫସି ରହିଥିଲା । ପରେ ବିପରୀତ ଦିଗରୁ ଆସୁଥିବା ଲଞ୍ଚ ଦ୍ୱାରା ମାଲ୍ୟବନ୍ତ ଲଞ୍ଚଟିକୁ ଉଦ୍ଧାର କରି କୂଳକୁ ଅଣାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଆଜି ଲଞ୍ଚ ଖରାପ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। Body:ମାଲ୍ୟବନ୍ତ ନାମକ ଲଞ୍ଚଟି ଦିନ 11ଟା ବେଳେ ପ୍ରାୟ 60 ଜଣ ପାସେନଞ୍ଜରଙ୍କୁ ନେଇ ବାଲିମେଳା ଜଳଭଣ୍ଡାର ଦେଇ ଯନ୍ତ୍ରୀ ଗ୍ରାମ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା। ତେବେ ଲଞ୍ଚ ଟି ଦୀର୍ଘ 15 କିଲୋମିଟର ଯାତ୍ରା କଲାପରେ ଲଞ୍ଚଟି ଡାଇକ 1 ଗ୍ରାମ ନିକଟରେ ଲଞ୍ଚଟି ଖରାପ ହୋଇ ଅଟକିଗଲା।ଲଞ୍ଚଟି ପାଣି ଭିତରେ 3ଘଣ୍ଟା ପାଖାପାଖି ଅଟକିଗଲା ପରେ ବିପରୀତ ଦିଗରୁ ଆସୁଥିବା ଲଞ୍ଚ ଦ୍ୱାରା ଲଞ୍ଚଟି କୁ ଉଦ୍ଧାର କରି କୂଳକୁ ଅଣା ଯାଇଛି।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.