ମାଲକାନଗିରି: ମାଓବାଦୀଙ୍କ ଯୋଜନା ପଣ୍ଡ । ଅଳ୍ପକେ ବର୍ତ୍ତିଲେ 30 ଯବାନ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଛି ।
ଚିନ୍ତଲନାର ଗାଁ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ପୋଲିସକୁ ଟାର୍ଗେଟ କରିବା ପାଇଁ ଲାଗିଥିବା 10 କେଜିରୁ ଅଧିକ ବିସ୍ଫୋରକ ଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି ଯବାନ। ଏସଟିଏଫ ଏବଂ ଡିଆରଜି ଯବାନ ଅପରେସନବେଳେ ଲ୍ୟାଣ୍ଡମାଇନ ଠାବ କରିଥିଲେ । ପରେ ଘଟଣାସ୍ଥଳରେ ହିଁ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିଲେ ।
ବିସ୍ଫୋରକ ସାମଗ୍ରୀ ଏତେ ଭୟଙ୍କର ଥିଲା ଯେ ପୋଲିସର ଗାଡିକୁ 20 ରୁ 30 ଫୁଟ ଅତି ସହଜରେ ଉଡାଇବାର କ୍ଷମତା ରଖିଥିଲା। ତେବେ ଘଟଣା ପରେ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ