ETV Bharat / state

ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ 17 ଗାଡ଼ି - ମାଲକାନଗିରି ମାଓବାଦୀ ହିଂସାକାଣ୍ଡ

ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ମାଓବାଦୀ ପୁଣି ହିଂସାକାଣ୍ଡ ଘଟାଇଛନ୍ତି। ଜିଲ୍ଲାର କୁଏମାରି ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ 17ଟି ଗାଡ଼ିକୁ ଜାଳି ଦେଇଛନ୍ତି ମାଓବାଦୀ। ଅଧିକ ପଢ଼ନ୍ତୁ...

ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ 17 ଗାଡ଼ି

author img

By

Published : Mar 25, 2021, 10:13 PM IST

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ମାଓବାଦୀ ପୁଣି ହିଂସାକାଣ୍ଡ ଘଟାଇଛନ୍ତି। ଜିଲ୍ଲାର କୁଏମାରି ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ 17ଟି ଗାଡ଼ିକୁ ଜାଳି ଦେଇଛନ୍ତି ମାଓବାଦୀ। କୁଏମାରିରେ ଜାରି ରହିଥିବା ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଗାଡ଼ି ଗୁଡ଼ିକୁ ଜାଳି ଦେଇଛନ୍ତି । କୁଏମାରି ଏରିଆ କମିଟି ମାଓ ସଙ୍ଗଠନ ପକ୍ଷରୁ ଏହି ଲଙ୍କାକାଣ୍ଡ ହୋଇଥିବା ଜଣାପଡ଼ିଛି ।

ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ 17 ଗାଡ଼ି
ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ 17 ଗାଡ଼ି
ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ 17 ଗାଡ଼ି

କୁଏମାରିରେ 20ରୁ 30 ସଶସ୍ତ୍ର ମାଓବାଦୀ ପହଞ୍ଚି ଏଭଳି ହିଂସାକାଣ୍ଡ ଘଟାଇଥିବା ସୂଚନା ମିଳିଛି। ଖାଲି ସେତିକି ନୁହେଁ ରାସ୍ତାକାମରେ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ ନିର୍ଧୁମ ମାଡ଼ ମାରିଛନ୍ତି ମାଓବାଦୀ । କୁଏମାରି ନିକଟରେ ରାସ୍ତା ନିର୍ମାଣ ପାଇଁ ଟି ପୋକ୍ଲିନ, 6 ଟି ହଇୱା,7 ଟି ଟ୍ରାକ୍ଟର, ଗୋଟିଏ ଟିପ୍ପର ଏବଂ ଗୋଟିଏ ଭାଇବ୍ରେଟମେସିନ ରହିଥିଲା। ତେବେ ଏହି ସମସ୍ତ ଗାଡ଼ି ଓ ଅନ୍ୟ ଉପକରଣକୁ ଜାଳି ଧ୍ବଂସ କରି ଦେଇଛନ୍ତି ମାଓବାଦୀ।

ଏହାପୂର୍ବରୁ ରାସ୍ତାକାମ ବନ୍ଦ କରିବାକୁ ମାଓବାଦୀମାନେ ଠିକାଦାରଙ୍କୁ ଧମକ ଦେଇଥିଲେ। ପୋଲିସ ସୁରକ୍ଷାରେ ଏହି ରାସ୍ତା କାର୍ଯ୍ୟ ଜାରି ରହିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମାଓବାଦୀ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି। ପୁନର୍ବାର ଏଭଳି ଭୁଲ କଲେ ଠିକାଦାରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ମାଓବାଦୀ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.