ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ମୁରଲୀଗୁଡା ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଠିକାଦାରଙ୍କ ଦୁଇଟି ଗାଡିକୁ ଜାଳିଦେଲେ ମାଓବାଦୀ। ଗାଡ଼ି ଭିତରେ ଗୋଟିଏ ଜେସିବି ଏବଂ ଗୋଟିଏ ଟ୍ରାକ୍ଟର ଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ମାଓବାଦୀ ନିର୍ଧୁମ ମାଡ଼ ମାରିଥିବା ସୂଚନା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ