ETV Bharat / state

ପୋଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ବଦଳିଲା ଚିତ୍ର: ଜମିରେ ଗଞ୍ଜେଇ ଚାଷ ନୁହେଁ, ଫଳୁଛି ଅମୃତଭଣ୍ଡା ସାଙ୍ଗକୁ ଛନଛନିଆ ବାଇଗଣ

author img

By

Published : Nov 7, 2021, 3:35 PM IST

ଦିନ ଥିଲା ଲାଲବାହିନୀଙ୍କ ପ୍ରତ୍ୟକ୍ଷ ଇସାରାରେ ଗଞ୍ଜେଇ ଚାଷ କରୁଥିଲେ ମାଲକାନଗିରି ସ୍ବାଭିମାନ ଅଞ୍ଚଳର ଲୋକେ । ଯୋଡ଼ା ଆମ୍ବରେ ପୋଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ହଠାତ୍ ପରିବର୍ତ୍ତନ ହୋଇଛି ଅଞ୍ଚଳର ଚିତ୍ର । ପରିବା ଚାଷକୁ ଜୀବିକା ରୂପେ ଆପଣାଇଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ପୋଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ବଦଳିଲା ସ୍ବାଭିମାନ ଅଞ୍ଚଳର ଚିତ୍ର;   ଦିନେ୍ କରୁଥିଲେ ଗଞ୍ଜେଇ ଚାଷ ଆଜି କରୁଛନ୍ତି ପରିବା ଚାଷ

ମାଲକାନଗିରି: ନକ୍ସଲଙ୍କ ନାଲି ଆଖି ଡରରେ ଯେଉଁ ଅଞ୍ଚଳ ଦିନେ ନିଶା ବୃକ୍ଷ ଚାଷର ଗନ୍ତାଘର ଥିଲା, ସେ ସ୍ଥାନରେ ଏବେ ହସୁଛି ଭଳିକି ଭଳି ପନିପରିବା । ଖାଲି ପରିବା ନୁହଁ ଧାନ, ମୁଗ ଓ ଗହମ ଆଦି ମଧ୍ୟ ଚାଷ ହୋଇଛି । ମାଓବାଦୀଙ୍କ ବନ୍ଧୁକ ମୁନକୁ ଡରି ଯେଉଁମାନେ ଗଞ୍ଜେଇ ଚାଷ କରୁଥିଲେ, ସେମାନେ ମନ ବଦଳାଇ ଜମିରେ ଫଳାଉଛନ୍ତି ପନିପରିବା ।

ସ୍ବାଭିମାନ ଅଞ୍ଚଳରେ ଏକର ଏକର ଜମିରେ ନକ୍ସଲଙ୍କ ନାଲି ଆଖି ଡରରେ ଲୋକେ ବାଧ୍ୟ ହୋଇ ବେଆଇନ ଭାବେ ଗଞ୍ଜେଇଇ ଚାଷ କରୁଥିଲେ। ଆଉ ତାକୁ ବିକିଲା ପରେ ଯାହା ଅର୍ଥ ଆସୁଥିଲା, ସେଥିରୁ ନିଜେ ନେଇ ଯାଉଥିଲେ ଲାଲାବାହିନୀ । ହେଲେ ଯୋଡ଼ା ଆମ୍ବରେ ପୋଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ହଠାତ୍ ପରିବର୍ତ୍ତନ ହୋଇଛି। ଲୋକଙ୍କ ଜୀବିକା ନିଶା ବୃକ୍ଷ ଚାଷ ଛାଡ଼ି ପୁଣି ଆପଣାଇଛନ୍ତି ପାରମ୍ପରିକ ପନିପରିବା ଚାଷକୁ। ହେଲେ ଏଥି ପ୍ରତି ସରକାର ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଉନଥିବା କହିଛନ୍ତି ଚାଷ କରୁଥିବା ଚାଷୀ । ଉନ୍ନତ କିସମର ପନିପରିବା ମଞ୍ଜି, ଜଳ ସେଚନ ଉପକରଣ, ସାର ଓ ଅନ୍ୟ ସାହାଯ୍ୟ ସହଯୋଗ ମିଳିଲେ ଆଗକୁ ଆଦିବାସୀମାନେ ଆହୁରି ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ଓ କୃଷିବିଭାଗ ବି ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ପାରମ୍ପରିକ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ପନ୍ଥା ଆପଣାଇବା ଦେଖିବାକୁ ମିଳିଛି । ସ୍ବାଭିମାନ ଅଞ୍ଚଳର ଲୋକମାନଙ୍କ ଜୀବନ ଜୀବିକା ପାଇଁ ସରକାରଙ୍କ ସେତୁ ଯୋଜନା ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରାଯାଇଥିବା କହିଛନ୍ତି ଜିଲ୍ଲା ପ୍ରକଳ୍ପ ଅଧିକାରୀ ।

ଏମିତିକି ଜୀବିକା ମିଶନ ଜରିଆରେ ସରକାରଙ୍କ ଯୋଜନା ବି ଅଞ୍ଚଳବାସୀଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ତେବେ ଚିନ୍ତାର କଥା ହେଲା, ଏବେ ବି ପଣସପୁଟ, ଅଣ୍ଡ୍ରାପାଲ୍ଲୀ ଓ ଯନ୍ତ୍ରୀ ଭଳି ଅନେକ ପଞ୍ଚାୟତରେ ମାଓବାଦୀଙ୍କ ଛତ୍ରଛାୟା ତଳେ ଚାଲିଛି ବିପୁଳ ଗଞ୍ଜେଇ ଚାଷ। ହେଲେ ଲାଲବାହିନୀଙ୍କୁ ମୂଳପୋଛ କରି ଲୋକଙ୍କୁ ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ଦେଲେ ହିଁ ସ୍ୱାଭିମାନ ଅଞ୍ଚଳରେ ସାକାର ହୋଇପାରିବ ବିକାଶର ସ୍ୱପ୍ନ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.