ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ପୁର୍ବରୁ ପୋଲିସକୁ ମିଳିଛି ବଡ ସଫଳତା । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ମାଓ କ୍ୟାମ୍ପ ଠାବ କରିଛି ମାଲକାନଗିରି ପୋଲିସ । ଏହାସହ ବିପୁଳ ପରିମାଣର ମାରଣାସ୍ତ୍ର ମଧ୍ୟ ଜବତ କରିଥିବା ଜଣାପଡ଼ିଛି ।

ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ପୂର୍ବରୁ BSF, SOG ଓ DVF ପକ୍ଷରୁ କୁମ୍ବିଂ ଅପେରେସନ କରୁଥିବା ସମୟରେ ଜନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ନାମଞ୍ଜୁର ଗ୍ରାମ ନିକଟସ୍ଥ ଜଙ୍ଗଲୁ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଏଠାରୁ ବହୁ ପରିମାଣର ମାରଣାସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ ହୋଇଥିବାବେଳେ ମାଲକାନଗିରି SP ସୂଚନା ଦେଇଛନ୍ତି । ଏବେବି ସେ ଅଞ୍ଚଳରେ କୁମ୍ବିଂ ଅପେରେସନ ଜାରି ରହିଥିବା ଜଣାପଡିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ