ମାଲକାନଗିରି : ସୀମାରେ ମାଓ କ୍ୟାମ୍ପ ହେଲା ଧ୍ବଂସ । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ସୂଚନା ମୁତାବକ ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଚିନ୍ତଲନାର ଥାନା ଅର୍ନ୍ତଗତ ଦୁଲେଡ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ ପକାଇ ନୂଆ ରଣନୀତି ପ୍ରସ୍ତୁତ କରୁଥିଲେ ।
ଗୁଇନ୍ଦା ସୂଚନା ମାଧ୍ୟମରେ ଖବର ମିଳିବା ପରେ ସିଆରପିଏଫ 150 ବାଟାଲିଅନ ଏବଂ କୋବ୍ରା 206 ବାଟାଲିଅନର ଯବାନ
![undefined](https://s3.amazonaws.com/saranyu-test/etv-bharath-assests/images/ad.png)
ଦୀର୍ଘ ସମୟ ଧରି ଗୁଳିବିନିମୟ ହେବା ପରେ ଘଞ୍ଚ ଜଙ୍ଗଲସହ ପାହାଡର ଆଢୁଆଳରେ ମାଓବାଦୀ ମାନେ ଖସି ପଳାଇଥିବା ବେଳେ ଅନେକ ମାଓସାମଗ୍ରୀ ଜବତ ହୋଇଛି । ବର୍ତ୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଖବର ରହିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ