ETV Bharat / state

ସାଧାରଣ ନିର୍ବାଚନକୁ ବିରୋଧ, ଆନ୍ଧ୍ର-ଓଡିଶା ସୀମାନ୍ତରେ ମାଓ ବ୍ୟାନର - andhra

ସାଧାରଣ ନିର୍ବାଚନକୁ ମାଓବାଦୀଙ୍କ ବିରୋଧ। ବିଚ୍ଛିନାଞ୍ଚଳରେ ଥିବା ସମସ୍ୟାର ସମାଧାନ କରି ପାରିନଥିବାର ଅଭିଯୋଗ କରି ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଚ୍ଛିନାଞ୍ଚଳବାସୀ। ଏହାକୁ ସମର୍ଥନ କରିଛନ୍ତି ଆନ୍ଧ୍ର ଓଡିଶାରେ ସକ୍ରିୟ ଥିବା ମାଲକାନଗିରି କୋରାପୁଟ ବିଶାଖା ବୋର୍ଡର ମାଓ ସଂଗଠନ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି
author img

By

Published : Apr 7, 2019, 9:23 PM IST

ମାଲକାନଗିରି : ସାଧାରଣ ନିର୍ବାଚନକୁ ବିରୋଧ କରି ଆନ୍ଧ୍ର ଓ ଓଡିଶା ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ତେଲୁଗୁ ଓ ଓଡ଼ିଆ ଭାଷାରେ ବ୍ୟାନର ଲଗାଇଲେ ମାଓବାଦୀ । ସୂଚନା ମୁତାବକ ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ମଧ୍ୟ ସ୍ୱାଧୀନତାର ସ୍ଵାଦ ଚାଖି ନଥିବା ଅଭିଯୋଗ କରିଛନ୍ତି ବିଚ୍ଛିନ୍ନାଞ୍ଚଳର ହଜାର ହଜାର ଆଦିବାସୀ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି

ଓଡିଶା ସରକାର ଦୀର୍ଘ ୧୯ ବର୍ଷର ଶାସନ ପରେ ମଧ୍ୟ ବିଚ୍ଛିନ୍ନାଞ୍ଚଳରେ ଥିବା ସମସ୍ୟାର ସମାଧାନ କରି ପାରିନଥିବାର ଅଭିଯୋଗ କରି ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ । ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ, ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସମସ୍ୟା ଗୁଡିକ ଆଜି ମଧ୍ୟ ସମାଧାନ ହୋଇ ପାରି ନାହିଁ । ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଗୁଡିକ ବର୍ଷ ବର୍ଷ ଧରି ବନ୍ଦ ଥିବାର ଦେଖିବାକୁ ମିଳିଥିବାବେଳେ କେବଳ ସରକାରୀ କାଗଜ କଲମରେ ଚାଲିଛି ବିଚ୍ଛିନ୍ନାଞ୍ଚଳର ବିକାଶ ।

ଯେତେ ଦିନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହେବ, ସେତେ ଦିନ ଯାଏ ଭୋଟ ବର୍ଜନ କରିବେ ବୋଲି ରୋକଠୋକ ମନା କରିଛନ୍ତି ବିଚ୍ଛିନ୍ନାଞ୍ଚଳର ହଜାର ହଜାର ଆଦିବାସୀ । ଏହାସହ ଆଦିବାସୀଙ୍କ ସ୍ଵାର୍ଥକୁ ସମର୍ଥନ ଜଣାଇ ଚଳିତ ବର୍ଷ ସାଧାରଣ ନିର୍ବାଚନକୁ ବିରୋଧ କରିଛି ଆନ୍ଧ୍ର ଓଡିଶାରେ ସକ୍ରିୟ ଥିବା ମାଲକାନଗିରି କୋରାପୁଟ ବିଶାଖା ବୋର୍ଡର ମାଓ ସଂଗଠନ ।

ମାଲକାନଗିରିରୁ ଜୟନ୍ତ ତିଆଡି,ଇଟିଭି ଭାରତ

Intro:Body:

ପୁରୀରୁ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, 3 ମୃତ

ବାଲେଶ୍ୱର:  ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷଯାତ୍ରା। କାଳିଆ ଦର୍ଶନ ସାରି ଫେରୁଥିବାବେଳେ ଡମ୍ଫରକୁ ପଛପଟୁ ପିଟିଥିଲା କାର । ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଳା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୲ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଡମ୍ପରକୁ ପଛପଟୁ କାର ପିଟିଥିଲା ।

ସୂଚନା ଅନୁସାରେ, ଜଳେଶ୍ବର ବ୍ଲକ ଚୁରମାରା ଓ ପାକଶିଦା ଅଞ୍ଚଳରୁ 7ଜଣ ଏକ କାରରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ। ଶନିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏମିତି ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କ ମଧ୍ୟରେ 2ଜଣ ଶିଶୁଥିବା ଜଣାପଡ଼ିଛି। ମୃତକମାନେ ହେଲେ ସୁଭିରଞ୍ଜନ ପରିଡ଼ା, କଳ୍ପନା ରଣା, ତୋଫାନ ରଣା, ରବି ରଣା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବିଳମ୍ବିତ ରାତିରେ କାର ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏମିତି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରୁ କାରରେ ଥିବା ଲୋକଙ୍କୁ ସ୍ଥାନୀୟ ଲୋକ ମେଡିକାଲ ନେଇଥିଲେ। ସେଠାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱରଉ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.