ETV Bharat / state

କିଡନୀ ରୋଗୀଙ୍କୁ ସାହା ଝଡାଫୁଙ୍କା !

author img

By

Published : Feb 5, 2020, 9:49 PM IST

ମାଲକାନଗିରି ଜିଲ୍ଲା ଜାମୁଗୁଡା ଗ୍ରାମରେ ଜଣେ କି ଦୁଇ ଜଣ ନୁହେଁ ଗାଁର ଅଧିକାଂଶ ଘରେ କିଡନୀ ରୋଗରେ ଆକ୍ରାନ୍ତ । ଅର୍ଥ ଅଭାବରୁ ଗୁଣି ଗାରିଡିକୁ ଶେଷ ରାସ୍ତା ଭାବରେ ବାଛି ନେଇଛନ୍ତି ସେମାନେ । ଅଧିକ ପଢନ୍ତୁ...

kidney disease in malkangiri
ଡିଜାଇନ ଫଟୋ

ମାଲକାନଗିରି: ଜଣେ କି ଦୁଇ ଜଣ ନୁହେଁ ଗାଁର ଅଧିକାଂଶ ଘରେ କିଡନୀ ରୋଗୀ । ହେଲେ ଅର୍ଥ ଅଭାବରୁ ହୋଇପାରୁନି ଆବଶ୍ୟକୀୟ ଚିକିତ୍ସା । ଗାଁର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଅନେକ ଲୋକ କିଡନୀ ରୋଗରେ ପ୍ରାଣ ହରାଇବା ପରେ ଶେଷରେ ନିରୁପାୟ ହୋଇ ଗୁଣି ଗାରିଡିକୁ ଶେଷ ରାସ୍ତା ଭାବରେ ବାଛି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଦେଖନ୍ତୁ ଏହି ଦୃଶ୍ୟ... କିଭଳି ଜଣେ ଆଦିବାସୀ ମହିଳାଙ୍କୁ ରୋଗ ମୁକ୍ତ କରିବା ପାଇଁ ଗୁଣିଆ ଝଡାଫୁଙ୍କା କରୁଛନ୍ତି । ରୋଗୀଙ୍କ ସାମ୍ନାରେ ମୁଠାଏ ଅରୁଆ ଚାଉଳ ପକାଇ ଦେବୀଙ୍କ ଆରାଧନା କରୁଛନ୍ତି । ଏ ହେଲେ ମାଲକାନଗିରି ଜିଲ୍ଲା ଜାମୁଗୁଡା ଗ୍ରାମର ରାମେ କବାସି । ଦିର୍ଘ ବର୍ଷ ଧରି କିଡିନୀ ରୋଗରେ ପିଡିତ ଅଛନ୍ତି ସେ । ହେଲେ ଚିକିତ୍ସା ଲାଗି ଅର୍ଥ ନଥିବାରୁ ଏଭଳି ରାସ୍ତା ବାଛିଛନ୍ତି ସେ ।

ତେବେ କେବଳ ରାମେ ନୁହନ୍ତି ବରଂ ତାଙ୍କ ପରି ଗାଁର ଅନେକ ଲୋକ କିଡନୀ ରୋଗରେ ପିଡିତ ଅଛନ୍ତି । ହେଲେ ସରକାରୀ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା ହୋଇପାରୁନାହିଁ । ବାହାରେ ଯାଇ ଚିକିତ୍ସା କରିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ଆବଶ୍ୟକୀୟ ଅର୍ଥ ନାହିଁ । ତେଣୁ ଗାଁର ଦିଶାରୀ ଉପରେ ଭରସା କରି ଗୁଣି ଗାରିଡିର ଆଶ୍ରୟ ନେଉଛନ୍ତି ସେମାନେ ।

ତେବେ ଏହି ରୋଗ ପଛରେ ମଧ୍ୟ ମୁଖ୍ୟ ଏକ କାରଣ ସାଜିଛି ପିଇବା ପାଣି । ଗାଁରେ ପିଇବା ପାଣି ଲାଗି ସ୍କୁଲ ପରିସରରେ ରହିଛି ଏକ ମାତ୍ର ନଳକୂପ । ହେଲେ ସେଥିରୁ ଖାଲି ନାଲି ରଙ୍ଗର ପାଣି ବାହାରୁଛି । ଲୋକମାନେ ମଧ୍ୟ ଏହାକୁ ବିଷୋଧନ ନକରି ପିଉଛନ୍ତି । ଏହି ପାଣି ପିଇଲେ କାହାର ହାତ ଗୋଡ ଫୁଲି ଯାଉଛି ତ ଆଉ କିଏ ଜ୍ବରରେ ଆକ୍ରାନ୍ତ ହୋଇ ଶଯ୍ୟାରେ ପଡୁଛନ୍ତି । ଗ୍ରାମରେ ବର୍ଷେ ମଧ୍ୟରେ ୩୦ରୁ ଊର୍ଦ୍ଧ୍ବ ଲୋକେ କିଡନୀ ରୋଗରେ ପ୍ରାଣ ହରାଇଛନ୍ତି । ତଥାପି ଏଥି ପ୍ରତି କାହାରି ଦୃଷ୍ଟି ପଡୁନି । ସେପଟେ ଗାଁକୁ ଯିବା ଲାଗି ଭଲ ରାସ୍ତା ନଥିବା ହେତୁ ସ୍ବାସ୍ଥ୍ୟ କର୍ମୀ ମଧ୍ୟ କେବେ କେମିତି ଆସିନ୍ତି । ତେବେ ଏଥି ପ୍ରତି ସରକାର ଦୃଷ୍ଟି ନଦେଲେ ଆଦିବାସି ମହାସଂଘ ଆନ୍ଦୋଳନ କରିବ ବୋଲି ସଭାପତି ଘନଶ୍ୟାମ ମାଡକାମି କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଜଣେ କି ଦୁଇ ଜଣ ନୁହେ ଗାଁକୁ ଗାଁ କିଡନି ରୋଗି । ତେବେ ଅର୍ଥ ଅଭାବରୁ ଡାକ୍ତରି ଚିକିତ୍ସା ହୋଇ ପାରୁ ନାହାନ୍ତି ଆଦିବାସି ଲୋକେ । ଗାଁର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଅନେକ ଲୋକ କିଡିନି ରୋଗରେ ପିଡିତ ହୋଇ ପ୍ରାଣ ହରାଇବା ପରେ ଏବେ ଭଗବାନଙ୍କ ଉପରେ ଭରଷା କରି ଗୁଣି ଗାରିଡିର ଆଶ୍ରୟ ନେଇଛନ୍ତି ସେମାନେ । ଦୁଷିତ ପାଣି ପିଇ ଏପରି କିଡିନି ରୋଗରେ ଆକ୍ରାନ୍ତ ହୋଇଛନ୍ତି ମାଲକାନଗିରି ଜିଲ୍ଲା ଜାମୁଗୁଡା ଗାଁ ଲୋକେ ।
ଦେଖନ୍ତୁ ଇଟିଭି ଭାରତର Special Report……….
Body:ଭି.ଓ.୧ – ହଁ ସତରେ ଭଗବାନଙ୍କ ଭରଷାରେ ହି ବଞ୍ଚିଛନ୍ତି ଏମାନେ ନହେଲେ କଅଣ ଗୁଣି ଗାରିଡି ଉପରେ ଭରଷା କରନ୍ତେ ଏହି ଆଦିବାସି ଲୋକେ । ଟିକିଏ ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟକୁ ଜଣେ ଆଦିବାସି ମହିଳାଙ୍କୁ ରୋଗ ମୁକ୍ତ କରିବା ଲାଗି ସେହି ଗାଁର ଆଉ ଜଣେ ଗୁଣିଆ କିପରି ଭାବେ ଝଡା ଫୁଙ୍କା କରୁଛନ୍ତି । ରୋଗିଙ୍କ ସାମନାରେ ମୁଠାଏ ଅରୁଆ ଚାଉଳ ପକାଇ ଦେବିଙ୍କ ଆରାଧନା କରୁଛନ୍ତି ଦିଶାରି । ଏ ହେଉଛନ୍ତି ମାଲକାନଗିରି ଜିଲ୍ଲା ଭଣ୍ଡାରିପାଙ୍ଗାମ ପଞ୍ଚାୟତ ଅନ୍ତର୍ଗତ ଜାମୁଗୁଡା ଗ୍ରାମର ରାମେ କବାସି । ଦିର୍ଘ ବର୍ଷ ଧରି କିଡିନି ରୋଗରେ ପିଡିତ ଅଛନ୍ତି ରାମେ ତେବେ ସରକାରି ଡାକ୍ତରଖାନାରେ ତାଙ୍କର ଚିକିତ୍ସା ହୋଇପାରୁନଥିବା ବେଳେ ବାହାରେ ଯାଇ ଚିକିତ୍ସା ଲାଗି ତାଙ୍କ ପାଖରେ ଅର୍ଥ ନାହି । ତେଣୁ ଗାଁର ଦିଶାରି ଉପରେ ଭରଷା କରି ଏବେ ଗୁଣି ଗାରିଡିର ଆଶ୍ରୟ ନେଇଛନ୍ତି ସେ ।

ବାଇଟ ୧ –ଆଇତୁ କବାସି, ରାମେ କବାସିଙ୍କ ସ୍ବାମି

ଭି.ଓ. ୨ – କେବଳ ରାମେ ମାଢି ନୁହନ୍ତି ତାଙ୍କ ପରି ଜାମୁଗୁଡା ଗାଁର ଅନେକ ଲୋକ ଏପରି କିଡିନି ରୋଗରେ ପିଡିତ ଅଛନ୍ତି । କାରଣ ଗାଁରେ ପିଇବା ପାଣି ଲାଗି ବିଦ୍ୟାଳୟ ପରିସର ଭିତରେ ରହିଛି ମାତ୍ର ଗୋଟିଏ ନଳକୁପ ହେଲେ ସେଥିରୁ କେମିତି ନାଲି ରଙ୍ଗର ପାଣି ବାହାରୁଛି ତାହା ଦେଖନ୍ତୁ । ତେବେ ଏହାକୁ ବିଷୋଧନ ନକରି ସିଧା ସଳଖ ଏହି ପାଣିକୁ ଆଦିବାସି ଲୋକେ କେମିତି ପିଉଛନ୍ତି ତାହା ମଧ୍ୟ ଦେଖନ୍ତୁ । ଆଉ ଏହା ପରେ ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ତା କେମିତି ହେଉଥିବ ତାହା ଆପଣ ମାନେ ହି ଅନୁମାନ କରନ୍ତୁ । ଏହି ପାଣି ପିଇ ଲୋକଙ୍କ ହାତ ଗୋଡ ଫୁଲି ଯାଉଛି ଓ ଜ୍ବର ଆକ୍ରାନ୍ତ ହୋଇ ଶଯ୍ୟାରେ ପଡୁଛନ୍ତି ଲୋକେ । ଗତ ବର୍ଷକ ମଧ୍ୟରେ ୩୦ ରୁ ଉର୍ଧ ଲୋକେ କିଡିନି ରୋଗରେ ପ୍ରାଣ ହରାଇଛନ୍ତି । ତଥାପି ଜାମୁଗୁଡା ଗାଁ ପ୍ରତି କାହାରି ଦୃଷ୍ଟି ପଡୁନାହି, ଗାଁକୁ ଯିବା ଲାଗି ଭଲ ରାସ୍ତାଟିଏ ନଥିବା ବେଳେ ସ୍ବାସ୍ଥ୍ୟ କର୍ମୀ କେବେ କେମିତି ସେଠାକୁ ଯାଆନ୍ତି । ତେଣୁ ତୁରନ୍ତ ଜାମୁଗୁଡା ଗାଁ ପ୍ରତି ସରକାର ଦୃଷ୍ଟି ନଦେଲେ ଆଦିବାସି ମହାସଂଘ ଆନ୍ଦୋଳନ କରିବ ବୋଲି ସଭାପତି କହିଛନ୍ତି ।

ବାଇଟ ୨ – ମୁକୁନ୍ଦ ସୋଡି, ଗ୍ରାମବାସି

ବାଇଟ ୩ - ଘନଶ୍ୟାମ ମାଡକାମି, ସଭାପତି, ଆଦିବାସି ମହାସଂଘ
Conclusion:ଫା.ଭି.ଓ. - ଦୁଷିତ ପାଣି ପିଇ ଆଦିବାସି ଲୋକେ କିଡିନି ରୋଗରେ ଆକ୍ରାନ୍ତ ହେଉଛନ୍ତି ହେଲେ ଆଦିବାସି ବିକାଶ କଥା କହୁଥିବା ସେହି ନେତାଏ ଏବେ କେଉଁଠି ଯେଉଁ ମାନେ ସରକାରଙ୍କ ସୁ-ଶାସନର ଡିଣ୍ଡିମ ପିଟୁଛନ୍ତି ।

ମାଲକାନଗିରି ରୁ ଜୟନ୍ତ ତିଆଡି, ଇଟିଭି ଭାରତ.............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.